Advertisment

ଭାରତବର୍ଷର ବୃହତ୍‌ ଡାକ୍ତରଖାନା ଏଇଠି ହେବ: ସୁବାସ ସିଂ

ଯେଉଁଠି ଦେଖିବେ, ସେଠି ଦିନରାତି କାମ ହେଉଛି।

BJD Cuttack Mayor Subash Singh

BJD Cuttack Mayor Subash Singh

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ରୂପରେ କଟକକୁ ଗଢିବାକୁ ଚାହୁଁଛନ୍ତି। ଏ ବିଜୟର ନାୟକ ନବୀନ। ଆମେ କେବଳ ତାଙ୍କର ସହଯୋଗୀ। କଟକ ମେୟର ଭାବେ ନିର୍ବାଚିତ ହେବାପରେ ଏକଥା କହିଛନ୍ତି ବିଜେଡି ପ୍ରାର୍ଥୀ ସୁବାସ ସିଂ। ବିଜୟ ଅବସରରେ ସେ କହିଛନ୍ତି ଯେ- ଆଜିବି ନବୀନ ବାବୁ ହୃଦୟରେ କଟକବାସୀ ଓ କଟକବାସୀଙ୍କ ହୃଦୟରେ ନବୀନ ବାବୁ ଅଛନ୍ତି। ଏହାହିଁ ବାସ୍ତବ ଚିତ୍ର।

Advertisment

ଯେଉଁଠି ଦେଖିବେ, ସେଠି ରାତିଦିନ କାମ ହେଉଛି। ଭାରତବର୍ଷର ବୃହତ୍‌ ଡାକ୍ତରଖାନା ଏଇଠି ହେବ। ନୂଆ ରୂପରେ କଟକ ଉଭା ହେଉଛି। ୬ ଲେନ୍‌ ବିଶିଷ୍ଟ ନୂଆ ରିଂରୋଡ୍ କାମ ହେଉଛି।  ବିଜୁ ଜନତା ଦଳ ସବୁବେଳେ ଲୋକଙ୍କ କାମ କରିଆସୁଛି। ଆଉ ୪୦ ବର୍ଷ ଧରି ମୁଁ ସେବାରେ ରହିଛି। ନବୀବ ବାବୁଙ୍କ ସ୍ୱଚ୍ଛ ଶାସନ ଏହି ଫଳାଫଳର ପ୍ରତିଫଳନ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋ ଉପରେ ଆସ୍ଥା ପ୍ରକଟ କରି କଟକର ସେବା କରିବାକୁ ମୋତେ ସୁଯୋଗ ଦେଲେ। ମୁଁ ନିଜକୁ ଗର୍ବିତ ମନେ କରୁଛି। ଯେଉଁ ମାଟିରେ ମୁଁ ପଢିଛି, ବଢିଛି, ଲଢିଛି ଓ ମୃତ୍ୟୁ ସହ ସଂଗ୍ରାମ କରିଛି ଓ କଟକବାସୀଙ୍କ ଆଶ୍ରୀର୍ବାଦ ପାଇଛି, ମୁଁ ଯଦି କିଛି କାମ କରିପାରିଲି, ଏହାଠାରୁ ସୌଭାଗ୍ୟ ବିଷୟ ଆଉ କଣ ହୋଇପାରେ। 

Advertisment
Municipal Elections 2022 Odisha Municipal Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ