Advertisment

ପୌର ଭୋଟ ବେଳେ ହିଂସା ବେଲଗାମ୍

ବୁଥ୍ ରିଗିଂ ଅଭିଯୋଗକୁ ନେଇ କଣ୍ଟାବାଞ୍ଜି ଏନ୍ଏସିରେ ବିଜେଡି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ

ଅଦ୍ୟତନ ହୋଇଛି
undefined

Sporadic Violence Marks Urban Polls In Odisha

Advertisment

ପୌର ମତଦାନବେଳେ ରାଜ୍ୟର ବିଭିନ୍ନ ସହରରୁ ଆସିଛି ଏଭଳି ମାଳ ମାଳ ହିଂସାତ୍ମକ ଘଟଣା ନୂଆ କରି ନିର୍ବାଚନ ହେଉଥିବା ଧାମନଗର ଏନ୍ଏସିର ୧୬ ନମ୍ବର ବୁଥରେ ହୋଇଛି ଭୁଜାଲି ମାଡ଼। କିଛି ଦୁର୍ବୃତ୍ତ ଏହି ବୁଥ୍‌ରେ ରିଗିଂ ଉଦ୍ୟମ କରୁଥିଲେ। ଏହାକୁ ରମେଶ ଲେଙ୍କା ନାମକ ଜଣେ ଯୁବକ ବିରୋଧ କରିବାରୁ ତାଙ୍କୁ ଭୂଜାଲିରେ ହୋଇଛି ଆକ୍ରମଣ। ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ଓ ପରେ କଟକ ବଡ଼ ମେଡିକାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ଏଣେ ଅଭିଯୁକ୍ତକୁ ଗିରଫ ଦାବିରେ ଧାମନଗରରେ ଲୋକେ ରାସ୍ତାରୋକ କରିଥିଲେ। ପ୍ରଶାସନିକ ଅଧିକାରୀ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି

Advertisment

ସେପଟେ ଭଦ୍ରକ ପୌରପାଳିକାର ୨୫ ନମ୍ବର ଓ୍ୱାର୍ଡରେ ବି ଦୁଇ ରାଜନୈତିକ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ହୋଇଥିଲା, ଗଣ୍ଡଗୋଳକାରୀଙ୍କୁ ପୋଲିସ ଗୋଡ଼େଇ ଗେଡ଼େଇ ପିଟିଥିଲା। ଇଏ ସେହି ସମୟର ଦୃଶ୍ୟ  ସେଠାରେ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି। ସେମିତି ପିପିଲି ଏନଏସିର ୭ନମ୍ବର ଓ୍ବାର୍ଡ ଅନ୍ତର୍ଗତ ୯ନମ୍ବର ବୁଥ୍‌ରେ ଜଣେ ବିଜେଡି ସମର୍ଥକଙ୍କ ଆକ୍ରମଣରେ ଜଣେ ବିଜେପି ଏଜେଣ୍ଟଙ୍କ ମୁଣ୍ଡ ଫାଟିଥିବା ଅଭିଯୋଗ ହୋଇଛି। ଆହତ ଏଜେଣ୍ଟଙ୍କୁ ପିପିଲି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଗଂଜାମ ଚିକିଟି ଏନଏସିିର ଦୃଶ୍ୟ। ବିଜେପି-ବିଜେଡି କର୍ମୀ ମୁହାଁମୁହିଁ। କେମିତି ସମସ୍ତଙ୍କ ହାତରେ ଠେଙ୍ଗାବାଡ଼ି। ଅଭିଯୋଗ ଆସିଛି ଶାସକଦଳ ସମର୍ଥକ ସ୍ଥାନୀୟ ବିଜେପି ନେତା ମନୋରଞ୍ଜନ ଧ୍ୟାନସାମନ୍ତରାୟଙ୍କତ କାର୍ ଭଙ୍ଗାରୁଜା କରିବା ସହ ୪ଟି ବାଇକ୍ ବି ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାରେ ୩ଜଣ ବିଜେପି କର୍ମୀ ମଧ୍ୟ ଆହତ ହୋଇଛନ୍ତି। ଚିକିଟି ଏସଡିପିଓ ସ୍ଥିତି ଉପରେ ନଜର ରଖିଥିବାବେଳେ, ସେଠି ଏକ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି।

Advertisment

ସେପଟେ ପାଟଣାଗଡ଼ରେ ବିଜେଡି ବିଧାୟକ ସରୋଜ ମେହେରଙ୍କ ଭାଇ ପ୍ରଦୀପ ମେହେରଙ୍କୁ ଘେରି ଧୁମ୍ ଛେଚିଛନ୍ତି ଲୋକେ। ଏହି NAC ଅନ୍ତର୍ଗତ କୋଲପଡ଼ାରେ ବିଧାୟକଙ୍କ ଭାଇ ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆଣି ଘେରି ଯାଇଥିଲେ ବିଜେପି କର୍ମୀ। ଏନେଇ ବିଧାୟକଙ୍କ ପ୍ରତିକ୍ରିୟା ମିଳିନି। ସେମିତି ଟଙ୍କା ବଣ୍ଟା ଅଭିଯୋଗରେ କଟକ ୫୩ନମ୍ବର ଓ୍ୱାର୍ଡରେ ବି ଦେଖିବାକୁ ମିଳିଥିଲା ଉତ୍ତେଜନା। ଜଣେ ଲୋକଙ୍କୁ ଏମିତି ଉତ୍ତମ ମଧ୍ୟମ ଦେଇଥିଲେ ସ୍ଥାନୀୟ ଭୋଟର।

ନୟାଗଡ ଜିଲ୍ଲା ଖଣ୍ଡପଡ଼ାରେ ବି ପୌର ଭୋଟ୍ ବେଳେ ଦେଖିବାକୁ ମିଳିଥିଲା ରାଜନୈତିକ ହିଂସା। ସ୍ଥାନୀୟ ମହିଳା ମହାବିଦ୍ୟାଳୟରେ ହୋଇଥିବା ୪ନମ୍ବର ବୁଥ୍ ଆଗରେ ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁଙ୍କୁ ହୋଇଛି ଆକ୍ରମଣ। ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଜଣେ ସ୍ୱାଧୀନ ପ୍ରାର୍ଥିନୀଙ୍କ ସ୍ୱାମୀ ବିଧାନ ପ୍ରଧାନ ତାଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ କରିଛନ୍ତି ଶିଶିର।

Advertisment

ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ସହର ଝାରସୁଗୁଡ଼ା, କଣ୍ଟାବାଞ୍ଜି ଓ ବରଗଡ଼ରେ ବି ପୌର ଭୋଟ୍ ବେଳେ ଦେଖିବାକୁ ମିଳିଛି ଉତ୍ତେଜନା, ଗଣ୍ଡଗୋଳର ଚିତ୍ର। ବରଗଡ଼ ସହରର ୪୩ ନମ୍ବର ଓ୍ୱାର୍ଡର ଦୃଶ୍ୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆସିଥିବା ଇଭିଏମ୍‌ରେ ତ୍ରୁଟି ଦର୍ଶାଇ ହଲ୍ଲାପଟା କରିଥିଲେ ପ୍ରାର୍ଥୀ ଓ ଭୋଟର ବରଗଡ଼ ଉପ-ଜିଲ୍ଲାପାଳ ବୁଥ୍‌ରେ ପହଞ୍ଚି ଇଭିଏମ୍ ବଦଳାଇବା ପରେ ଘଣ୍ଟାଏ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା। ଝାରସୁଗୁଡ଼ାର ୭୯ ନମ୍ବର ବୁଥରେ ନିର୍ଦ୍ଦିଷ୍ଟ ଦଳର ଜଣେ ପୋଲିଂ ଏଜେଣ୍ଟଙ୍କ ବିରୋଧରେ ଅଭିଯୋଗ ଆଣି ଆଉ ଏକ ଗୋଷ୍ଠୀ ମତଦାନରେ ବିଭ୍ରାଟ ଉଦ୍ୟମ କରିବାବେଳେ ପୋଲିସ ସେମାନଙ୍କୁ ଘଉଡ଼ାଇଥିଲା। ସେମିତି ବୁଥ୍ ରିଗିଂ ଅଭିଯୋଗକୁ ନେଇ କଣ୍ଟାବାଞ୍ଜି ଏନ୍ଏସିରେ ବିଜେଡି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ବିଜେଡି ଜିଲ୍ଲା ସାଧାରଣ ସଂପାଦକଙ୍କ ସହ ଦୁଇଜଣ ନେତା ସାମାନ୍ୟ ଆହତ ହୋଇଥିବା ଅଭିଯୋଗ ହୋଇଛି। 

Municipal Elections 2022 Odisha Municipal Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ