Advertisment

ବର୍ଷା ନାହିଁ, ଡ୍ୟାମ୍‌ରେ ପାଣି ନାହିଁ... ଘାରିବ ବିଦ୍ୟୁତ ସମସ୍ୟା...

ଡ୍ୟାମର କାର୍ଯ୍ୟନିର୍ବାହୀ ଇଂଜିନିୟର କହିଛନ୍ତି, ଆଗାମୀ ଦିନରେ ଲଘୁଚାପ ବର୍ଷା ସମ୍ଭାବନା ଥିବାରୁ ସ୍ଥିତି ସୁଧୁରିବାର ଆଶା ରହିଛି।

ଅଦ୍ୟତନ ହୋଇଛି
Koraput Kolab Reserve

Koraput Kolab Reserve

Advertisment

ସ୍ୱଳ୍ପବୃଷ୍ଟି ଯୋଗୁଁ ବିଭିନ୍ନ ଜଳଭଣ୍ଡାରରେ ସଂକଟ ସ୍ଥିତି । ଇନ୍ଦ୍ରାବତୀ, ଅପର କୋଲାବ ଓ ବାଲିମେଳାକୁ ନେଇ ଚିନ୍ତା । ପ୍ରଭାବିତ ହୋଇପାରେ ବିଦ୍ୟୁତ ଉତ୍ପାଦନ ଓ ଜଳସେଚନ । 

Advertisment

ନବରଙ୍ଗପୁର ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାର । ଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୪୨ ମିଟର । ହେଲେ ଗତ ୩ ମାସ ହେଲା ଜଳଭଣ୍ଡାରରେ ଗଚ୍ଛିତ ଜଳର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିନି। ବର୍ଷା ଅଭାବରୁ ବର୍ତ୍ତମାନ ଜଳସ୍ତର କମି ମାତ୍ର ୬୩୧.୯୭ ମିଟର ରହିଛି। ଯାହାକି ଗତବର୍ଷ ତୁଳନାରେ ୫୫ ପ୍ରତିଶତ କମ୍। ଫଳରେ ଆଉ ମାତ୍ର ୬ ମିଟର ଜଳ କମିଗଲେ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେବ । ଖାଲି ସେତିକି ନୁହେଁ, ଜଳଭାବ ଚାଷକାର୍ଯ୍ୟକୁ ବି ପ୍ରଭାବିତ କରିପାରେ ବୋଲି ଆଶଙ୍କା କରୁଛନ୍ତି ଚାଷୀ।

ତେବେ ଡ୍ୟାମର କାର୍ଯ୍ୟନିର୍ବାହୀ ଇଂଜିନିୟର କହିଛନ୍ତି, ଆଗାମୀ ଦିନରେ ଲଘୁଚାପ ବର୍ଷା ସମ୍ଭାବନା ଥିବାରୁ ସ୍ଥିତି ସୁଧୁରିବାର ଆଶା ରହିଛି।

Advertisment

ସେପଟେ କୋରାପୁଟ ଜିଲ୍ଲାର କୋଲାବ ଜଳଭଣ୍ଡାରରେ ବି ସମାନ ସ୍ଥିତି। ଅନିୟମିତ ବର୍ଷା ଯୋଗୁ ଭଣ୍ଡାରର ଜଳଧାରଣ କ୍ଷମତା ୮୫୮ ମିଟର ଥିବାବେଳେ, ବର୍ତ୍ତମାନ ସୁଦ୍ଧା ୮୫୨.୩୧ ମିଟର ପାଣି ଭରିଛି। ଗତବର୍ଷ ଏଇ ସମୟ ବେଳକୁ ୮୫୩.୨୮ ମିଟର ଜଳ ଗଚ୍ଛିତ ଥିଲା।

ତେଣୁ ଆଗାମୀ ୨ ମାସରେ ନନ୍ଦପୁର, ସେମିଳିଗୁଡା, ପଟାଙ୍ଗୀ, କୋରାପୁଟ ଓ ସୁନାବେଡା ଭଳି ଉପରମୁଣ୍ଡରେ ବର୍ଷା ନହେଲେ ସ୍ଥିତି ବିଗିଡିପାରେ ବୋଲି ଆଶଙ୍କା କରାଯାଉଛି। ବିଦ୍ୟୁତ ଉତ୍ପାଦନ, ରବିରେ ଜଳସେଚନ ସହ ପାନୀୟ ଜଳଯୋଗାଣରେ ବି ସଙ୍କଟ ଦେଖାଦେଇପାରେ। ଏ ସଂକ୍ରାନ୍ତରେ ଅପର୍ କୋଲାବର ଯନ୍ତ୍ରୀ ରାମ କୁମାର ବେହେରା ଆଶା ପ୍ରକାଶ କରିଛନ୍ତି ଯେ, ଆଗକୁ ଆହୁରି ବର୍ଷା ହେବାକୁ ଥିବାରୁ ଜଳସ୍ତର ସ୍ୱାଭାବିକ ହୋଇଯିବ ।

Advertisment

ବର୍ଷାଦିନ ସରି ସରି ଆସୁଥିବା ବେଳେ ମାଲକାନଗିରି ବାଲିମେଳା ଜଳଭଣ୍ଡାର ବି ଖାଲି ପଡିଛି। ଜଳଭଣ୍ଡାରର କ୍ଷମତା ୧୫୧୬ ଫୁଟ୍ ଥିବାବେଳେ ବର୍ତ୍ତମାନ ଜଳସ୍ତର ୧୪୭୩ ଫୁଟ୍ ରହିଛି। ବର୍ଷା ଅଭାବରୁ ଏଠିବି ଦେଖାଦେଇପାରେ ଜଳ ସଙ୍କଟ।

Power Cut Dam Electricity
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ