Advertisment

ଭୋଟ୍‌ ବେଳେ ବଦଳାଇଦେଲେ ଇଭିଏମ୍ !

ପିଜାଇଡିଂ ଅଫିସର ସାଥୀ ହୋଇ ଏଭଳି ଅପଚେଷ୍ଟା ଚଳାଇଛନ୍ତି।

EVM Exchange alligation

EVM Exchange alligation

Advertisment

ପୌର ଭୋଟ ବେଳେ କେନ୍ଦୁଝରରେ ଇଭିଏମ୍ ଅଦଳ ବଦଳ ଅଭିଯୋଗ। ୧୦ ନମ୍ବର ଓ୍ୱାର୍ଡ ସରକାରୀ ମହିଳା ମହାବିଦ୍ୟାଳୟର ୨୪ ନମ୍ବର ବୁଥ୍‌ରେ ଇଭିଏମ୍ ଅଦଳ ବଦଳ କରାଯାଇଥିବା ଅଭିଯୋଗ କରିଛନ୍ତି ବିଜେପିର ଚେୟାରମ୍ୟାନ ପ୍ରାର୍ଥୀ ନିକୁ ସାହୁ। ସେ କହିଛନ୍ତି, ଦିନ ପ୍ରାୟ ୧୧ଟା ବେଳେ ବୁଥ୍ ବୁଲିବା ସମୟରେ ଦେଖିଥିଲେ ଯେ, ୨୪ ନମ୍ବର ବୁଥ୍‌ରେ ଚେୟାରମ୍ୟାନ ଓ କାଉନସିଲର ପଦବୀ ପାଇଁ ଉଦ୍ଦିଷ୍ଟ ଥିବା ଇଭିଏମ୍‌ରେ ହଳଦିଆ ଓ ଗୋଲାପୀ ରଙ୍ଗର କାଗଜ ମରା ହୋଇନଥିଲା। 

Advertisment

ଚେୟାରମ୍ୟାନ ପଦବୀ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଜାଗାରେ କାଉନସିଲର୍ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ରଖାଯାଇଥିଲା। ଅଭିଯୋଗ ପରେ ପୋଲିସ ଓ ମାଜିଷ୍ଟ୍ରେଟ ସେଠାରେ ପହଞ୍ଚି ତଦନ୍ତ କରଛନ୍ତି। କିନ୍ତୁ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି। 

ଏନେଇ ବିଜେପିର ପୌରାଧ୍ୟକ୍ଷ ପ୍ରାର୍ଥୀ ନିକୁ ସାହୁ କହିଛନ୍ତି ଯେ ଇଭିଏମ୍‌ ବକ୍ସ ଉପରେ ପିଙ୍କ୍‌ କି ହଳଦିଆ ରଙ୍ଗର କାଗଜ ମରାଯାଇନାହିଁ। ଧଳା କାଗଜରେ ଯାହାବି ଲେଖିଛନ୍ତି ତାହାବି ଦେଖାଯାଉନାହିଁ।  ମୁଁ ଅଭିଯୋଗ କରିବା ପରେ ସେଭଳି କାଗଜ ଦିଆଯାଇନଥିବା ସେ କହିଛନ୍ତି। ଯେତେବେଳେ ମୁଁ ଫଟୋ ଉଠାଇବାକୁ ଗଲି, ସେତେବେଳେ ବକ୍ସ ଭିତରୁ ବାହାର କରି ପ୍ରିଜାଇଡିଂ ଅଫିସର ଲଗାଇଲେ। ଓ କହିଲେ- ଆମକୁ ଦିଆଯାଇଥିଲା, ଆମେ ଜାଣିନଥିଲୁ। ଏପରିକି ବକ୍ସ ଓଲଟାପାଲଟା ରଖାଯାଇଛି। ଏଭଳି ଅବ୍ୟବସ୍ଥା ସେମାନେ ଜାଣିଶୁଣି କରିଛନ୍ତି। 

Advertisment

ଏନେଇ ବିଧାୟକ ମୋହନ ମାଝୀ କହିଛନ୍ତି ଯେ ପିଜାଇଡିଂ ଅଫିସର ସାଥୀ ହୋଇ ଏଭଳି ଅପଚେଷ୍ଟା ଚଳାଇଛନ୍ତି। କେଉଁଟା କାଉନସିଲର, ଚେୟାରମ୍ୟାନ ପାଇଁ ଇଭିଏମ୍‌, ସେମାନେ ସାଧା କାଗଜ ଉପରେ କାଳିରେ ଲେଖୁଛନ୍ତି। ସେମାନେ ବୁଥ୍‌ କ୍ୟାପଚରିଂ ପାଇଁ କାମ କରୁଛନ୍ତି। 

Odisha Municipal Election Municipal Elections 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ