Advertisment

ପିପିଲିରେ ନିର୍ବାଚନୀ ହିଂସା, ଭୋଟ ବେଳେ ବିଜେପି ଏଜେଣ୍ଟଙ୍କ ମୁଣ୍ଡ ଫାଟିଲା

ପୌର ଭୋଟ ବେଳେ ପିପିଲି ଏନ୍ଏସିର ୭ ନମ୍ବର ୱାର୍ଡରେ ନିର୍ବାଚନା ହିଂସା। ଭୋଟ ବେଳେ ବିପକ୍ଷ ଦଳର ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଅଦ୍ୟତନ ହୋଇଛି
Election violence

Election violence

Advertisment

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବେଳେ ଯେଭଳି ହିଂସା ଘଟଣା ସାମ୍ନାକୁ ଆସିଥିଲା, ପୌର ନିର୍ବାଚନରେ ମଧ୍ୟ ବିଭିନ୍ନ ସ୍ଥାନରେ ହିଂସା ଘଟିଥିବା ଖବର ସାମ୍ନାକୁ ଆସିଛି। କେଉଁଠି ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଛି ତ ଆଉ କେଉଁଠି ଇଭିଏମ୍‌ ଅଚଳକୁ ନେଇ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୌର ଭୋଟ ବେଳେ ପିପିଲି ଏନ୍ଏସିର ୭ ନମ୍ବର ୱାର୍ଡରେ ନିର୍ବାଚନା ହିଂସା। ଭୋଟ ବେଳେ ବିପକ୍ଷ ଦଳର ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

Advertisment

ସବୁଠି ନିର୍ବାଚନୀ  ହିଂସା । ପିପିଲିରେ ଏଜେଣ୍ଟଙ୍କ ମୁଣ୍ଡ ଫାଟିଲା । ପିପିଲି ଏନ୍ଏସିର ୭ ନମ୍ବର ୱାର୍ଡର ୯ ନମ୍ବର ବୁଥରେ ବିଜେପି ଏଜେଣ୍ଟଙ୍କ ମୁଣ୍ଡ ଫାଟିଥିବା ସୂଚନା ମିଳିଛି । ବିପକ୍ଷ ଦଳର ଲୋକେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଆକ୍ରମଣରେ ଆହତ ଏଜେଣ୍ଟଙ୍କୁ ପିପିଲି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହାଛଡ଼ା ରାଜ୍ୟ ବିଭିନ୍ନ ସ୍ଥାନରୁ ନିର୍ବାଚନୀ ହିଂସା ଘଟଣା ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲାରେ ଏକ ବୁଥ୍‌ ସାମ୍ନାରେ ଜଣେ ଯୁବକଙ୍କୁ ଛୁରା ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି । ସେହିପରି ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁଙ୍କୁ ଆକ୍ରମଣ ହୋଇଛି। ଖଣ୍ଡପଡ଼ା ଏନ୍ଏସିର ୪ ନମ୍ବର ବୁଥ୍‌ ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟ ବୁଥ୍ ସମ୍ମୁଖରେ ଶିଶିର କୁମାରଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି।

Advertisment
Pipili Election Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ