Advertisment

ପୌର ନିର୍ବାଚନରେ କୋଟିପତି ପ୍ରାର୍ଥିନୀ

ଏମାନଙ୍କ କହିବା କଥା ଆଜି ବି ଲୋକମାନେ ଦୁର୍ଦ୍ଦିନରେ ଅଛନ୍ତି।

କୋଟିପତି ପାର୍ଥିନୀ

କୋଟିପତି ପାର୍ଥିନୀ

Advertisment

କେନ୍ଦୁଝର(ପ୍ରଣୟ କୁମାର ପାଣି): ଗାଁ ରାଜନୀତି ସରିବା ପରେ ଏବେ ସହର ରାଜନୀତି। ଗାଁରେ ଲୋକଙ୍କ ସେବା କରିବାକୁ ଯେପରି କୋଟିପତି ମାନେ ଆଗକୁ ଆସି ନାମାଙ୍କନ ଭରିଥିଲେ। ଠିକ ସେହିପରି ସହରରେ ମଧ୍ୟ ଲୋକଙ୍କ ସେବା କରିବାକୁ ନାମାଙ୍କନ ଦାଖଲ କରିଛନ୍ତି କିଛି କୋଟିପତି ପ୍ରାର୍ଥୀ। ଏହି ତାଲିକାର ଆଗରେ ଅଛନ୍ତି ବିଜେପିର ଚେୟାରମ୍ୟାନ ପ୍ରାର୍ଥୀନୀ ନିକୁ ସାହୁ। ଜଣେ ସମାଜସେବୀ।

Advertisment

ସ୍ଵାମୀ ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ଚଳିତ ନିର୍ବାଚନରେ ସେ ତାଙ୍କର ସମ୍ପତି ୮ କୋଟି ଦେଖାଇଥିବା ବେଳେ ତାଙ୍କ ସ୍ଵାମୀଙ୍କ ସମ୍ପତି ୩ କୋଟି ଦର୍ଶାଇଛନ୍ତି। ସେ ସାଧାରଣ ଲୋକଙ୍କ ସହିତ ଓତପ୍ରୋତ ଭାବେ ଜଡ଼ିତ। ଏବେ ରାଜନୀତିରେ ପାଦ ଥାପିଛନ୍ତି।

ଏନେଇ ଚେୟାରମ୍ୟାନ ପ୍ରାର୍ଥୀନୀ ନିକୁ ସାହୁ ମୁଁ କେନ୍ଦୁଝରର ଝିଅ, କେନ୍ଦୁଝରର ବୋହୂ। ଏହି ଜିଲ୍ଲାର ବିକାଶ ପାଇଁ ମୁଁ ମୁଦ୍ଦା ନେଇ ଆସିଛି। ହୋଲ୍ଡିଂ ଟ୍ୟାକ୍ସକୁ ବଢାଇ ଦିଆଯାଇଛି। ଏହାଦ୍ୱାରା ଲୋକଙ୍କ ଉପରେ ପ୍ରଭାବ ପକାଇଛି। ମ୍ୟୁନିସିପାଲିଟି ଚେୟାରମ୍ୟାନ୍‌ ଶାସକ ଦଳର ନେତା ଥିବା ସମୟରେ ଅନେକ ଦୁର୍ନୀତି ପଦାକୁ ଆସିଥିଲା। ଶେଷରେ କାଉନସିଲରମାନେ ମ୍ୟୁନିସିପାଲିଟି ଭାଙ୍ଗିଦେଲେ। 

Advertisment

ସେହିପରି ବିଜେଡ଼ିର ୭ ନମ୍ବର ଓ ୨୧ ନମ୍ବର ୱାର୍ଡର କାଉନସିଲର ପ୍ରାର୍ଥୀ କମଳ କୁମାର ମିଶ୍ର ଓ ହେମନ୍ତ କୁମାର ପତି । ଏମାନେ ଦୁଇ ଜଣ ମଧ୍ୟ ବ୍ୟବସାୟୀ। ଏମାନଙ୍କ ସମ୍ପତି ୨ କୋଟିରୁ ଉର୍ଦ୍ଧ୍ୱ ଦର୍ଶାଇଛନ୍ତି। ଏମାନଙ୍କ କହିବା କଥା ଆଜି ବି ଲୋକମାନେ ଦୁର୍ଦ୍ଦିନରେ ଅଛନ୍ତି। ତାଙ୍କର ନିଜ ୱାର୍ଡ ଆଜି ବି ଅବହେଳିତ। ଏଣୁ ସେ ସବୁର ପ୍ରତିକାର ପାଇଁ ରାଜନୀତିକୁ ଆସିଛୁ ବୋଲି କହିଛନ୍ତି। .

Municipal Election 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ