ସରିଲା ପ୍ରଚାର, ଶେଷ ଦିନରେ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ ! କମ୍ପିଲା ସହର

ସମସ୍ତ ପୌରାଞ୍ଚଳ ଓ ଏନ୍ଏସିରେ ଜୋରଦାର ଚାଲିଛି ପ୍ରଚାର । ହେଭିେଓ୍ୱଟ୍ ଓ ସେଲିବ୍ରିଟିଙ୍କ ସାହାରା ନେଇ ପ୍ରାର୍ଥୀମାନେ କରୁଛନ୍ତି ପ୍ରଚାର ।

ULB Polls

ମାର୍ଚ୍ଚ ୨୪ରେ ପୌର ଭୋଟ, ଏଥିପାଇ ଆଜି ସନ୍ଧ୍ୟା ୫ଟାରୁ ଶେଷ ହୋଇଛି ପ୍ରଚାର । ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନ୍ଏସି ଏବଂ ୩ ମହାନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ଆଜି ସଂଧ୍ୟାରେ ପ୍ରଚାର ଶେଷ ହୋଇଛି । ଆଜି ଶେଷ ଦିନଥିବାରୁ ପ୍ରଚାର ମଇଦାନରେ ସମର୍ଥକ ଓ କର୍ମୀଙ୍କ ପାଇଁ ହେଭିୱେଟ୍ ନେତା ଜୋରଦାର ପ୍ରଚାର କରିଛନ୍ତି । ସମସ୍ତ ପୌରାଞ୍ଚଳ ଓ ଏନ୍ଏସିରେ ଜୋରଦାର ଚାଲିଛି ପ୍ରଚାର । ହେଭିେଓ୍ୱଟ୍ ଓ ସେଲିବ୍ରିଟିଙ୍କ ସାହାରା ନେଇ ପ୍ରାର୍ଥୀମାନେ କରୁଛନ୍ତି ପ୍ରଚାର ।

ତେବେ ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ଜମୁଛି ପ୍ରଚାର । ଶେଷ ଦିନରେ ପ୍ରାର୍ଥୀ ମାନେ ଜି ଜାନ୍ ଲଗାଇ ପ୍ରଚାର କରିଛନ୍ତି । ଲୋକଙ୍କ ପାଖକୁ ଯାଇଛନ୍ତି, ଶେଷ ଥର ପାଇଁ ଅଜାଡ଼ି ଦେଇଛନ୍ତି ପ୍ରତିଶ୍ରୁତି । ଏଥର ମଇଦାନରେ ଥିବା ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ମେୟର ପ୍ରାର୍ଥୀ ଡୋର ଟୁ ଡୋର କ୍ୟାମ୍ପେନ୍ କରିଛନ୍ତି । ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ମେୟର ଓ ସମସ୍ତ ୪୨ଟି ୱାର୍ଡର ପ୍ରାର୍ଥୀଙ୍କୁ ଗୋଟିଏ ମଞ୍ଚକୁ ଆଣି ପ୍ରଚାର କରିଛନ୍ତି ଦଳର ତୁଙ୍ଗ ନେତା । ଏହି ଅବସରରେ ବ୍ରହ୍ମପୁର ସହରର ବିକାଶ ପାଇଁ ହଜାରେ କୋଟି ଟଙ୍କାର ଉନ୍ନୟନ ଯୋଜନା ପ୍ରସ୍ତୁତ ହୋଇଥିବା ବିଜେଡି କହିଛି । ସେପଟେ ଭୋଟ୍ ବେଳେ ଏଭଳି ଘୋଷଣାକୁ ନେଇ ବିରୋଧୀ ବିଜେଡିକୁ ଘେରିଛନ୍ତି । 

ସେପଟେ ୭ ବର୍ଷ ପରେ ଭୁବନେଶ୍ୱର ବାସିନ୍ଦା ଦେବେ ପୌର ଭୋଟ । ନିଜ ଓ୍ୱାର୍ଡର କର୍ପୋରେଟରଙ୍କ ସହ ମେୟର ବାଛିବେ ଭୋଟର । ଏହାରି ଭିତରେ ମହାବାତ୍ୟା ଓ ମହାମାରୀ ପରି ବିପତ୍ତି ସହିଛନ୍ତି ରାଜଧାନୀବାସୀ । ପୁଣି ଅଣ୍ଟାସଳଖି ଛିଡ଼ା ହେଉଥିବା ରାଜଧାନୀ ପାଇଁ ନୂଆ ଉତ୍ସାହ ଆଣିଛି ପୌର ଭୋଟ । ହେଲେ ଜୀବନ ଜୀବିକାକୁ ନେଇ ସଂଘର୍ଷ କରୁଥିବା ଉଠା ଦେକାନୀ ଏବଂ ଅଟୋଚାଳକଙ୍କ ଜୀବନରେ ବିଶେଷ କିଛି ସୁଧାର ଆସିନି । ମଇଦାନରେ ଥିବା ମାଳମାଳ ପ୍ରାର୍ଥୀଙ୍କ ମାଳ ମାଳ ପ୍ରତିଶ୍ରୁତି ଭିତରେ ସମସ୍ତେ ଆଶା ରଖିଛନ୍ତି ସମସ୍ୟାର ହେବ ସମାଧାନ ।

ସେହିଭଳି ଅନୁଗୁଳ ପୌର ପରିଷଦରେ ବି ଜମିଛି ପ୍ରଚାର । ତିନି ପ୍ରମୁଖ ଦଳ ଏଥର ଘରକୁ ଘର ଯାଇ ପ୍ରଚାର କରିଛନ୍ତି । ବିଶେଷ ଭାବେ ବିଜେପି ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ଫାଇଟ ହେଉଛି । ସହରର ଦୀର୍ଘ ଦିନ ଧରି ଥିବା ପରିମଳ, ଡ୍ରେନେଜ୍ ଓ ଆବାସ ଯୋଜନାରେ ଦୂର୍ନୀତି ଭଳି ପ୍ରସଙ୍ଗ ମୁଦ୍ଦା ରହିଛି ।