Advertisment

ଟଙ୍କା ବାଣ୍ଟୁଥିଲେ ବିଧାୟକଙ୍କ ଭାଇ, ଧରାପଡ଼ି ମାଡ଼ ଖାଇଲେ

ଟଙ୍କା ବାଣ୍ଟିବା ଅଭିଯୋଗରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଭାଇ ପ୍ରଦୀପ ମେହେରଙ୍କୁ ମାଡ଼ ମରାଯାଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Patnagarh MLA's Brother Reportedly Thrashed

Patnagarh MLA's Brother Reportedly Thrashed

Advertisment

ଟଙ୍କା ବାଣ୍ଟିବା ଅଭିଯୋଗରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଭାଇ ପ୍ରଦୀପ ମେହେରଙ୍କୁ ମାଡ଼ ମରାଯାଇଥିବା ସୂଚନା ମିଳିଛି। ପ୍ରଦୀପ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରି ବିଜେପି କର୍ମୀ ପାଟଣାଗଡ଼ NAC କୋଲପଡ଼ାରେ ସରୋଜଙ୍କୁ ମାଡ଼ ମାରିଛନ୍ତି। 

Advertisment

ସେହିପରି କଟକ ମହାନଗର ନିଗମ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ବେଳେ ଟଙ୍କା ବଣ୍ଟାଯିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ୫୩ ନମ୍ବର ଓ୍ୱାର୍ଡ ଅଞ୍ଚଳରେ ଟଙ୍କା ବଣ୍ଟାଯିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଟଙ୍କା ବାଣ୍ଟୁଥିବା ଲୋକଙ୍କୁ ଅଟକାଇ ଲୋକମାନେ ନିସ୍ତୁକ ପିଟିଛନ୍ତି। କଲ୍ୟାଣନଗର, ଦରଖାପାଟଣା, ଅନ୍ଦରପୁର, ନୂଆବଜାର ଓ ଗୋଶାଳା ରୋଡ୍‌ ଅଞ୍ଚଳକୁ ନେଇ ୫୩ ନମ୍ବର ଓ୍ୱାର୍ଡ ଗଠିତ। 

ତେବେ ପୌର ଭୋଟ୍ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ‘ନୋଟ୍ ଫର୍ ଭୋଟ୍‌’ର ସାଙ୍ଘାତିକ ଅଭିଯୋଗ ଆସିଛି। ଆଜି ମତଦାନ ଆରମ୍ଭ ହେବାର ମାତ୍ର କିଛି ସମୟ ପୂର୍ବରୁ ଅର୍ଥାତ୍‌ ସକାଳୁ ସକାଳୁ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀ ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗର ଖବର ସାମ୍ନାକୁ ଆସିଛି। ଏହି ଘଟଣାରେ ପୋଲିସ୍‌ ତାଙ୍କୁ ଅଟକ ରଖିଥିଲା। 

Advertisment
Municipal Elections 2022 Odisha Municipal Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ