Advertisment

ଭୋଟିଂର କିଛି ସମୟ ପୂର୍ବରୁ ସକାଳୁ ସକାଳୁ ଟଙ୍କା ବାଣ୍ଟି ଧରାପଡ଼ିଲେ ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀ

ଆଜି ମତଦାନ ଆରମ୍ଭ ହେବାର ମାତ୍ର କିଛି ସମୟ ପୂର୍ବରୁ ଅର୍ଥାତ୍‌ ସକାଳୁ ସକାଳୁ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀ ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗର ଖବର ସାମ୍ନାକୁ ଆସିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Husband Of Independent Candidate Detained For Allegedly Distributing Cash

Husband Of Independent Candidate Detained For Allegedly Distributing Cash

ପୌର ନିର୍ବାଚନ ଲାଗି ଆଜି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟାରେ ଶେଷ ହେବ। ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମର ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିବେ। ଏଥର ପ୍ରଥମଥର ପାଇଁ ମେୟର ଏବଂ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି। 

Advertisment

ତେବେ ପୌର ଭୋଟ୍ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ‘ନୋଟ୍ ଫର୍ ଭୋଟ୍‌’ର ସାଙ୍ଘାତିକ ଅଭିଯୋଗ ଆସିଛି। ଭଦ୍ରକରୁ ଏଭଳି କିଛି ଅଭିଯୋଗ ଆସିଛି। ଆଜି ମତଦାନ ଆରମ୍ଭ ହେବାର ମାତ୍ର କିଛି ସମୟ ପୂର୍ବରୁ ଅର୍ଥାତ୍‌ ସକାଳୁ ସକାଳୁ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀ ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗର ଖବର ସାମ୍ନାକୁ ଆସିଛି। ଏହି ଘଟଣାରେ ପୋଲିସ୍‌ ତାଙ୍କୁ ଅଟକ ରଖିଥିଲା। 

ସୂଚନା ଅନୁସାରେ, ଭଦ୍ରକ ପୌରପାଳିକାର ୮ନମ୍ବର ଓ୍ୱାର୍ଡର ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀ ଦେବବ୍ରତ ମହାନ୍ତି ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ନେଇ ଅଭିଯୋଗ ହୋଇଛି। ଖବର ମିଳିବା ପରେ ପୋଲିସ ତାଙ୍କୁ ଅଟକ ରଖିଥିଲା। ତଲାସି ବେଳେ ଦେବବ୍ରତଙ୍କ ନିକଟରୁ ୨୫ ହଜାର ୬୧୦ ଟଙ୍କା ଜବତ ହୋଇଛି। ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ୟମ ବେଳେ ସ୍ଥାନୀୟଲୋକେ ଏନେଇ ଟାଉନ ପୋଲିସକୁ ଖବର ଦେଇଥିଲେ। 

Advertisment

Municipal Elections 2022 Odisha Municipal Elections
Advertisment
Advertisment