ଆସିଲା ଢ଼େଙ୍କାନାଳ ପୌର ପରିଷଦର ଫଳାଫଳ । ବିଜେଡିକୁ କଡ଼ା ଟକ୍କର ଦେଇଛି ବିଜେପି । ବିଜେଡି ୧୩ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୯ଟି ଆସନରେ ବିଜୟ ହୋଇଛି । ସେହିଭଳି ଗୋଟିଏ ଓ୍ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
ଢେଙ୍କାନାଳ ମ୍ୟୁନିସିପାଲିଟିରେ ବିଜେପିର ଜୟନ୍ତୀ ପାତ୍ର ଅଧ୍ୟକ୍ଷା ଭାବେ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୪୧୪୫ ଭୋଟ୍ରେ ପରାଜିତ କରିଛନ୍ତି ।
Also Read
ସେହିଭଳି କାମାକ୍ଷାନଗର ଏନ୍ଏସିରେ ବିଜେଡିର ଧର୍ମାନନ୍ଦ ପରିଡ଼ା ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ୬୪୬୩ ଭୋଟ୍ରେ ପରାଜିତ କରିଛନ୍ତି ।
ସେହିଭଳି କେସିଙ୍ଗାରେ ବିଜେଡିର ନୃପରାଜ ଯାଦବ ବିଜୟୀ ହୋଇଛନ୍ତି ।
ପାଟଣାଗଡ଼ରେ ବିଜେଡିର ମାନସୀ ବିଶ୍ୱାଳ ବିଜୟୀ ।
ନବରଙ୍ଗପୁର ମ୍ୟୁନିସିପାଲିଟିରେ ବିଜେପିର କୁନୁ ନାୟକ ବିଜୟୀ ।
ଜୁନାଗଡ଼ ଏନ୍ଏସିରେ ବିଜେପି ବିଜୟୀ । ଜୁନାଗଡ଼ରେ ବିଜେପି ପ୍ରାର୍ଥୀ ମୁକେଶ ଅଗ୍ରଓ୍ୱାଲ ବିଜୟୀ ।
ରାଜଗାଙ୍ଗପୁରରେ ବିଜେଡିର ମାଧୁରୀ ଲୁଗୁନ ବିଜୟୀ ।
ଆଠଗଡ଼ରେ ବିଜେଡିର ସସ୍ମିତା ରାଉତ ବିଜୟୀ ।
ବାଙ୍କୀରେ ବିଜେଡିର ମାଣିକ ସାହୁ ବିଜୟୀ ।
ଭୁବନରେ ବିଜେଡିର ଶୁଭେନ୍ଦୁ ସାହୁ ବିଜୟୀ ।
ଖଲ୍ଲିକୋଟରେ ବିଜେଡିର ନିରଞ୍ଜନ ବେହେରା ବିଜୟୀ ।
ଗୋପାଳପୁର ଏନ୍ଏସିରେ ଜେ. ଜାନକୀରାମ ବିଜୟୀ ।
ଯାଜପୁର ମ୍ୟୁନିସିପାଲିଟିରେ ବିଜେଡିର ରଂଜୁଲତା ହୋତା ବିଜୟୀ ।
ବ୍ୟାସନଗରରେ ବିଜେଡିର ସଂଗୀତା ପିଙ୍ଗୁଆ ବିଜୟୀ ।
ଧର୍ମଗଡ଼ରେ ବିଜେପିର ଅଶୋକ ମହାନ୍ତି ବିଜୟୀ ।
କୋଟପାଡ଼ରେ କଂଗ୍ରେସର ଏମ୍. ଶଙ୍କର ରାଓ ବିଜୟୀ
ତେବେ ସାରା ରାଜ୍ୟରେ ସକାଳ ୮ଟାରୁ ପୌର ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଛି । ୩ ମହାନଗର ଓ ୧୦୫ ପୌରାଞ୍ଚଳରେ ଗଣତି ଆରମ୍ଭ ହୋଇଛି । କେବଳ ଧାମନଗର NACରେ ଆଜି ଗଣତି ହେଉନାହିଁ ।
ସକାଳ ୧୧.୩୦ଟା ସୁଦ୍ଧା ଯାହା ଟ୍ରେଣ୍ଡ ରହିଛି ସେଥିରେ ବିଜେଡି ଆଗରେ ରହିଥିବା ବେଳେ ବିଜେପି ଦ୍ୱିତୀୟ ସ୍ଥାନରେ ରହିଛି । ତେବେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । ସକାଳ ୧୧.୩୦ଟା ସୁଦ୍ଧା ବିଜେଡି ୭୩ଟି ପୌରାଧ୍ୟକ୍ଷ ସିଟ୍ରେ ଆଗରେ ରହିଥିବା ବେଳେ ବିଜେପି ୧୮ଟିରେ ଆଗରେ ରହିଛି । ତେବେ କଂଗ୍ରେସ ଖୁବ୍ ପଛରେ ରହିଛି । ଦଳ ମାତ୍ର ୬ଟି ପୌରାଧ୍ୟକ୍ଷ ସିଟ୍ରେ ଆଗରେ ରହିଛି ।