Advertisment

ବୁଥ୍‌ ଭିତରେ ମେୟର ପ୍ରାର୍ଥୀଙ୍କ ଫେସବୁକ୍‌ ଲାଇଭ୍

ପୋଲିସ୍‌ କର୍ମଚାରୀ ଜଣକ ହସି ହସି ଏହାକୁ ଆଡେଇ ଯାଉଥିବା ନଜରକୁ ଆସିଛି।

ଅଦ୍ୟତନ ହୋଇଛି
Facebook Live

Facebook Live

Advertisment

ବୁଥ୍‌ ଭିତରରୁ ମେୟର ପ୍ରାର୍ଥୀଙ୍କ ଫେସବୁକ୍‌ ଲାଇଭ୍। ବୁଥ୍‌ ଭିତରେ ଲାଇଭ୍‌ ସୁଟିଂ କଲେ ଭୁବନେଶ୍ୱର ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ୍। ବୁଥ୍‌ ଭିତରର ଅବ୍ୟବସ୍ଥାକୁ ଦେଖାଇବା ସହ ପୋଲିଂ ଅଧିକାରୀ ଓ ପୋଲିସ୍‌କୁ ପ୍ରଶ୍ନ ପଚାରିଛନ୍ତି। ଏପରିକି ବୁଥ୍‌ ଭିତର ଦୃଶ୍ୟ ସୁଟିଂ ବେଳେ ପୋଲିସ ସହ ମଧ୍ୟ ଯୁକ୍ତିତର୍କ ହୋଇଛି। ଲାଇଭ୍‌ କରୁଥିବାର ୨ଟି ଭିଡିଓରେ ଗୋଟିଏ ୱାର୍ଡ ନମ୍ବର-୧ ଓ ଅନ୍ୟଟି ୱାର୍ଡ ନମ୍ବର-୧୪ ରହିଛି। 

Advertisment

ପ୍ରଥମ ଭିଡିଓରେ ସୁନୀତି କହିଛନ୍ତି ଯେ ''ମୁଁ ୧୪ ନମ୍ବର ୱାର୍ଡରେ ଅଛି। କିନ୍ତୁ ଏଠି ପୋଲିଂ ଅଧିକାରୀ ଜଣକ ଇଭିଏମ୍‌ ଭୋଟ୍‌ ମେସିନ୍‌ର ମାତ୍ର ଦେଢ ହାତ ଦୂରରେ ଅଛନ୍ତି। ଆପଣମାନେ ଜାଣିପାରୁଥିବେ, ଏଠି କଣ ସବୁ ଚାଲିଛି। ଏହାପରେ ସେ ବୁଥ୍‌ରେ ଥିବା ପୋଲିଂ ଅଧିକାରୀଙ୍କୁ ପ୍ରଶ୍ନ ପଚାରିଛନ୍ତି। ଉତ୍ତରରେ ଅଧିକାରୀ ଜଣକ କହିଛନ୍ତି ଯେ, ମୋ ପାଖରେ ମେସିନ୍‌ ଥିଲେ, ବାଟଟି ଅନ୍ୟ ପାର୍ଶ୍ୱରେ ରହିଛି। ତେବେ ଯାହାବି ସମସ୍ୟା ରହିଛି, ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିବା ପାଇଁ ସେଠାରେ ଥିବା ଜଣେ ପୋଲିସ କର୍ମଚାରୀ ଜଣକ କହିଛନ୍ତି।

ତେବେ ଅନ୍ୟ ଭିଡିଓରେ ସେ କହିଛନ୍ତି ଯେ, ''ମୁଁ ୱାର୍ଡ ନମ୍ବର-୧, ବୁଥ୍‌ ନମ୍ବର-୩ରେ ଅଛି। ଏଠାରେ ସବୁ ଶଙ୍ଖ ଚିହ୍ନର ଚିରିକୁଟ ପଡ଼ିଛି। ଲୋକଙ୍କ ପାଇଁ ଆସିଥିବାରୁ ସତ୍ୟତାକୁ ସାମନାକୁ ଆଣୁଛି''। ସେ ଶଙ୍ଖର ଚିରିକୁଟ୍‌କୁ ଦେଖାଇବା ସହ ଅଧିକାରୀମାନେ କେମିତି ନିରବଦ୍ରଷ୍ଟା ସାଜିଛନ୍ତି, ତାହା ମଧ୍ୟ ଦେଖାଇଛନ୍ତି। ମେସିନ୍‌ ପାଖରେ ରଖାଯାଇ ବୁଥ୍ କ୍ୟାପଚର୍‌ କରାଯାଉତିବା ସେ ଅଭିଯୋଗ କରିଛନ୍ତି। ଏହି ସମୟରେ ସେ ଜଣେ ପୋଲିସ୍‌ କର୍ମଚାରୀ ପ୍ରଶ୍ନ ପଚାରିଛନ୍ତି। କିନ୍ତୁ ପୋଲିସ୍‌ କର୍ମଚାରୀ ଜଣକ ହସି ହସି ଏହାକୁ ଆଡେଇ ଯାଉଥିବା ନଜରକୁ ଆସିଛି। ଅନ୍ୟାୟ ଭାବରେ ନିର୍ବାଚନ ହେଉଥିବା ନେଇ ସୁନୀତି ଅଭିଯୋଗ କରିଛନ୍ତି।

Advertisment
Odisha Panchayat Polls Odisha Panchayat Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ