BJD and Congress face off in Kantabanji NAC
ପୌର ଭୋଟ ବେଳେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନ୍ଏସିରେ ବିଜେଡି ଓ କଂଗ୍ରେସ ମୁହାଁମୁହିଁ । କଂଗ୍ରେସ କର୍ମୀଙ୍କ ମାଡ଼ରେ ବିଜେଡି କାଉନସିଲର ପିଙ୍କି ଖରସେଲ ଓ ଜିଲ୍ଲା ସଂପାଦକ ଫିରୋଜ ଖାଁ ଆହତ ହୋଇଥିବା ଅଭିଯୋଗ ହୋଇଛି ।
ଝଙ୍କାରପଡ଼ା ସ୍କୁଲ ୧୪ ଓ ୧୫ ନମ୍ବର ଓ୍ୱାର୍ଡର ୩ଟି ବୁଥ୍ରେ ମତଦାନ ଚାଲିଥିଲା ଏହି ସମୟରେ ବିଜେଡି କର୍ମୀ ଅଭିଯୋଗ କରିଥିଲେ, ବୁଥ୍ କ୍ୟାପଚରିଂ କରିବାକୁ ଉଦ୍ୟମ କରୁଛନ୍ତି ବିଜେଡି କର୍ମୀ । ଏହା ପରେ ବୁଥ୍ ଭିତରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ବାହାର କରିଦେଇଥିଲା ।
ପୋଲିସ ବୁଥ୍ ବାହାରେ ମୁହାଁମୁହିଁ ହୋଇଥିଲେ ବିଜେଡି ଓ କଂଗ୍ରେସ କର୍ମୀ। ଏଥିରେ ୨ ଜଣ ଆହତ ହୋଇଛନ୍ତି । ସେଠାରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଲୋକଙ୍କୁ ବୁଝାସୁଝା କରୁଛି । ଆକ୍ରମଣକାରୀଙ୍କୁ ଗିରଫ ଦାବି କରି ବୁଥ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି । ତେବେ ଏ ନେଇ କଂଗ୍ରେସର ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us