Advertisment

ବରଗଡ଼ ପୌରାଞ୍ଚଳରେ ଭରପୁର ସମସ୍ୟା, ବିଜେଡି ପ୍ରାର୍ଥୀଙ୍କୁ ହେଉଛି ଅଡ଼ୁଆ

୧୯ଟି ୱ।ର୍ଡକୁ ନେଇ ଗଠିତ ପୌରପରିଷଦ, ଏଥର ନିର୍ବାଚନରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ସହ ପ୍ରଥମ ଥର କରି ଆମ ଆଦମୀ ପାର୍ଟି ନିର୍ବାଚନରେ ଭାଗନେଇଛି ।

ଅଦ୍ୟତନ ହୋଇଛି
Bargarh ULB Politics

Bargarh ULB Politics

Advertisment

ବରଗଡ଼ରେ ହେଉଛି ଘମାଘୋଟ ଲଢ଼େଇ । କାଉନ୍‌ସିଲର ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଜୋରଦାର ଛକାପଞ୍ଝା । କେହି କାହାକୁ ଛାଡ଼ିବାକୁ ନାରାଜ । ଗୋଟିଏ ପଟେ ବିଜେଡି ସରକାରୀ ଦମ୍‌ ଦେଖାଉଥିବା ବେଳେ ଅନ୍ୟପଟେ ବିଜେପି-କଂଗ୍ରେସ ବି ଜୋରଦାର ଆଟାକ୍‌ କରୁଛନ୍ତି ।    

Advertisment

ସାରା ରାଜ୍ୟରେ ପୌରପାଳିକା ନିର୍ବାଚନୀ ଉଷ୍ଣତା ଲାଗି ରହିଥିବା ବେଳେ ଏଥିରୁ ବାଦ ପଡ଼ିନାହିଁ ବରଗଡ ସହର । ୧୯ଟି ୱ।ର୍ଡକୁ ନେଇ ଗଠିତ ପୌରପରିଷଦ, ଏଥର ନିର୍ବାଚନରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ସହ ପ୍ରଥମ ଥର କରି ଆମ ଆଦମୀ ପାର୍ଟି ନିର୍ବାଚନରେ ଭାଗନେଇଛି । ଦୀର୍ଘ ୧୫ ବର୍ଷ ଧରି ବିଜେଡି ଦଳ ହାତରେ ରହି ଆସିଛି ଏହି ପୌର ପରିଷଦ । ତେବେ ଏଥର ସମସ୍ତ ୱ।ର୍ଡରେ ଅନେକ ସମସ୍ୟା ଭରି ରହିଥିବାରୁ ଏହା ବିରୋଧୀଙ୍କ ମୁଖ୍ୟ ଅସ୍ତ୍ର ପାଲଟିଛି । ଲୋକଙ୍କ ସମସ୍ୟା ଓ ସରକାରୀ ଦଳର ଅପାରଗତାକୁ ନେଇ ବିରୋଧୀ ଲୋକଙ୍କ ନିକଟତର ହେଉଥିବା ବେଳେ, ବିଜେଡି ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ଢ଼ାଲ କରି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛି । 

କୁଢ କୁଢ ଅଳିଆରେ ଭର୍ତ୍ତି ସାରା ରାସ୍ତା । ଡ୍ରେନ ବ୍ୟବସ୍ଥା ନ ଥିବାରୁ ରାସ୍ତାରେ ବହୁଛି ନାଳ ନର୍ଦ୍ଦମାର ପାଣି । ୧ ନମ୍ବର ୱ।ର୍ଡ କେଶବ ନଗର କଥା ନ କହିଲେ ଭଲ । ଏଠି ଲୋକେ ଚାଲିକି ଯିବା ବି ମୁସ୍କିଲ । କେବଳ ଏହି ସାହି ନୁହେଁ, ବରଗଡ଼ ସହରରେ ଅନେକ ସାହି ଓ ୱାର୍ଡ ଏଭଳି ସମସ୍ୟା ରହିଛି ।

Advertisment

ତେବେ ଡ୍ରେନେଜ୍‌ ସମସ୍ୟା ସାଙ୍ଗକୁ ଏଠି ପାନୀୟ ଜଳର ମଧ୍ୟ ଘୋର  ସମସ୍ୟା ରହିଛି । ଯାହାକି ଲୋକଙ୍କୁ ନାନା ସମୟରେ ହଇରାଣ ହେବାକୁ ପଡ଼ୁଛି । ତେବେ ଏହି ସବୁ ସମସ୍ୟା ପାଇଁ ସରକାରୀ ଦଳ ପ୍ରତି ସହରବାସୀଙ୍କ ଆକ୍ରୋଶ ରହିଛି । ହେଲେ ସବୁ ଅସନ୍ତୋଷ ଓ ଆକ୍ରୋଶକୁ ସାମ୍ନା କରିବାରେ ମାହିର ବିଜେଡି ଏଥର ବରଗଡବାସୀଙ୍କୁ କେତେ ସନ୍ତୁଷ୍ଟ କରିପାରୁଛି ତାହା ଉପରେ ସଭିଙ୍କ ନଜର । 

ତେବେ ସ୍ଥାନୀୟ ଲୋକଙ୍କ କହିବା କଥା ଯିଏ ଏହି ସବୁ ସମସ୍ୟା ଦୂର କରିବ ବୋଲି ଅନୁଭବ କରାଇବ ତାକୁ ହିଁ ଭୋଟ ମିଳିବ । ବର୍ତ୍ତମାନ ପୌର ପରିଷଦ ନିର୍ବାଚନ ପାଇଁ ସାରା ବରଗଡ ସହରରେ ଉଷ୍ଣତା ଲାଗି ରହିଛି । ୧୯ଟି ୱ।ର୍ଡକୁ ନେଇ ଗଠିତ ପୌରପରିଷଦରେ ପରିମଳ ପରିଚାଳନା, ପାନୀୟ ଜଳ ସମସ୍ୟା, ହିତାଧିକାରୀଙ୍କୁ ରାସନ କାର୍ଡ ନମିଳିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହେବା, ରାସ୍ତାଘାଟ ପରି ସମସ୍ୟା ଭରି ରହିଛି ।

Advertisment

ଦୀର୍ଘ ୧୫ ବର୍ଷ ଧରି ବିଜେଡି ହାତରେ ଥିବା ଏହି ପରିଷଦ, ସମସ୍ୟା ସମାଧାନ ଦିଗରେ ସମ୍ପୂର୍ଣ୍ଣ ଫେଲ ମାରିଛି । ଏଣୁ ଭୋଟର ମଧ୍ୟ ଅସନ୍ତୋଷ ଥିବା ବେଳେ ବିରୋଧୀ ଦଳ ଏହାକୁ ପ୍ରମୁଖ ଅସ୍ତ୍ର କରିଛନ୍ତି । ସେହିପରି ବରଗଡ଼ ସହର ମଧ୍ୟରେ ବହି ଯାଇଥିବା ଜୀରା ନଦୀ ଉପରେ ଦୀର୍ଘ ବର୍ଷ ହେବ ନିର୍ମାଣଧୀନ ବ୍ରିଜ ସଂପୂର୍ଣ୍ଣ ନ ହେବା ଏବଂ ସହର ମଧ୍ୟରୁ ମୁଖ୍ୟ ଚିକିତ୍ସାଳୟ ଅନ୍ୟତ୍ର ସ୍ଥାନାନ୍ତରଣ ବିଜେଡି ଦଳକୁ ଅଡ଼ୁଆରେ ପକାଇପାରେ ବୋଲି ସ୍ଥାନୀୟ ରାଜନୀତି ବିଶେଷଜ୍ଞଙ୍କ ମତ ରହିଛି ।

ବରଗଡ଼ ସହର ମଧ୍ୟରେ ରହିଥିବା ଅନେକ ଜଳାଶୟ ତଥା ପୋଖରୀର ପୁନରୁଦ୍ଧାର ନ ହେବାରୁ ପୋତି ହେବାକୁ ଲାଗିଲାଣି । ଏହି ସମସ୍ୟା ନେଇ ବିରୋଧୀ ଦଳ ଗୁଡ଼ିକ ଘରକୁ ଘର ବୁଲି ନିଜର ଭୋଟ ପ୍ରଚାର ଚଳାଇଛନ୍ତି । ତେବେ ନବୀନ ସରକାରଙ୍କ କଲ୍ୟାଣକାରୀ ଯୋଜନା ଧରି ନିର୍ବାଚନ ବୈତରଣୀ ପାର ହେବାର ଲକ୍ଷ୍ୟ ରଖିଛି ବିଜେଡି ।

ଅନ୍ୟପଟେ ଏଥର ୧୯ଟି ୱ।ର୍ଡ ପାଇଁ ୬୮ ଜଣ କାଉନସିଲର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ପୌରାଧ୍ୟକ୍ଷ ନିର୍ବାଚନ ସିଧାସଳଖ ହେଉଥିବାରୁ ଏହି ପଦବୀ ପାଇଁ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏଥର ମଧ୍ୟ ତ୍ରିମୁଖି ଲଢେଇ ହେବାକୁ ଯାଉଛି । ବିଜେଡିରୁ କଳ୍ପନା ମାଝୀ, ବିଜେପି ପକ୍ଷରୁ ଅନୁରାଧା ଅଗ୍ରୱାଲ, କଂଗ୍ରେସ ପକ୍ଷରୁ ତପସ୍ଵିନୀ ବେହେରା ପ୍ରାର୍ଥୀ ହୋଇଛନ୍ତି । ତେବେ ପ୍ରଥମ ଥର କରି ଆମ ଆଦମୀ ପାର୍ଟି ଏହି ନିର୍ବାଚନରେ ଭାଗ ନେଇଛି ।

୧୯୫୨ ମସିହାରୁ ଗଠିତ ବରଗଡ଼ ପୌରପରିଷଦ ସମୟ କ୍ରମେ ବୃଦ୍ଧି ଘଟି ୧୯ ଗୋଟି ୱ।ର୍ଡ଼କୁ ପହଞ୍ଛିଛି । ଏଥର ଭୋଟର ସଂଖ୍ୟା ରହିଛି ୬୪୪୨୦ । ତନ୍ମଧ୍ୟରୁ ୩୨ ହଜାର ୭୭୬ ଜଣ ପୁରୁଷ ଭୋଟର ରହିଥିବା ବେଳେ ୩୧ ହଜାର ୬୪୩ ଜଣ ମହିଳା ଭୋଟର ଏବଂ ଜଣେ ତୃତୀୟ ଲିଙ୍ଗ ରହିଛନ୍ତି । ତେବେ ଶାସକ ଦଳ ନିଜର ଗଡ଼ ବଞ୍ଚାଇ ପାରୁଛି ନା ନାହିଁ ତାହା ଭୋଟରଙ୍କ ଉପରେ ନିର୍ଭର କରୁଛି ।

ULB Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ