Mortal remains of Minister NabaDas consigned to flames
ପଞ୍ଚଭୂତରେ ଲୀନ ହେଲେ ମନ୍ତ୍ରୀ ନବ ଦାସ। ଝାରସୁଗୁଡ଼ା ଜିଲ୍ଲା ଖେରୁଆଲ ଶ୍ମଶାନରେ ଆଜି ମନ୍ତ୍ରୀ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ନବ ଦାସଙ୍କ ପୁଅ ବିଶାଲ ଦାସ ମୁଖାଗ୍ନି ଦେଇଥିଲେ। ଶେଷକୃତ୍ୟ ପୂର୍ବରୁ ପୋଲିସ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।
ସେପଟେ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ASI ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଘଟଣାସ୍ଥଳର ଯାଞ୍ଚ କରାଯାଇଥିବା ଏଡିଜି ଅରୁଣ ବୋଥ୍ରା କହିଛନ୍ତି। ଗୋପାଳକୁ ୭ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ। କାହିଁକି ଗୁଳି କଲେ ଓ ପୂର୍ବଶତ୍ରୁତା ଥିଲା କି ନାହିଁ ସେନେଇ ତଦନ୍ତ ଚାଲିଛି। ତେବେ ଗୋପାଳ ନବଙ୍କ ପିଏସ୍ଓ ନଥିଲେ।
ଅଧିକ ପଢ଼ନ୍ତୁ: ମନେ ପଡ଼ନ୍ତି ନବ... କଂଗ୍ରେସରୁ ବିଜେଡି ଯାଏଁ ଲମ୍ବା ଯାତ୍ରା
ସୂଚନାଥାଉ କି, ଗତକାଲି ଝାରସୁଗୁଡ଼ା ଜିଲ୍ଲା ଗାନ୍ଧି ଛକରେ ମନ୍ତ୍ରୀ ନବ ଦାସଙ୍କ ଉପରୁ ପୋଲିସ୍ ASI ଗୋପାଳ ଦାସ ଗୁଳିମାଡ଼ କରିଥିଲେ। ନବ ଦାସଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱର କୁ ଏୟାରଲିଫ୍ଟ କରାଯାଇଥିଲା। ଭୁବନେଶ୍ୱର ଆପୋଲ ହସ୍ପିଟାଲ୍ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1675079643.jpg)