Mohammed Moquim
ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ର ପରାଜୟ ପରେ ଦଳର ମୁଖିଆଙ୍କ ଉପରେ ବର୍ଷିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପ୍ରଶଂସା ମଧ୍ୟ କରିଛନ୍ତି । ମୋକିମ୍ କହିଛନ୍ତି ଯେ, ନୋଟା ସହ କଂଗ୍ରେସ ଭୋଟ୍ ହାର ସମାନ ।
ମୋକିମ୍ଙ୍କ କହିବାନୁଯାୟୀ ଦିଲ୍ଲୀରୁ ଯେଉଁ ମାନଙ୍କୁ ଦାୟିତ୍ୱ ଦିଆଯାଇଛି, ସେମାନେ କାହିଁକି ଏଠି କାମ କରୁନାହାଁନ୍ତି ? ଦଳର ସୋ କଲ୍ଡ ସିନିୟର ନେତା ଏବେ ଦଳର ଆସେଟ୍ ନୁହଁନ୍ତି । ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ । କଂଗ୍ରେସରେ ଏବେ ନୂଆ ପିଢ଼ି ସାମ୍ନାକୁ ଆସିବାକୁ ପଡ଼ିବ । ନହେଲେ ଦଳ ଲୋପ ପାଇଯିବ ।
ସେ ଆହୁରି କହିଛନ୍ତି ଯେ, କଂଗ୍ରେସ ଦଳରେ ଥାଇ ବି ଆମକୁ ପରିଚୟ ଦେବାକୁ କଷ୍ଟ ଲାଗୁଛି । ମୁଖ୍ୟମନ୍ତ୍ରୀଙ୍କଠାରୁ କଂଗ୍ରେସ ଶିଖୁ । ଧାମନଗର ପରାଜୟ ପରେ ମାଇକ୍ରୋ ମ୍ୟାନେଜମେଣ୍ଟ କରି ବିଜୟ ହାସଲ କଲା ବିଜେଡି । ଏବେ ଦଳରେ ଆମୂଳ ଚୂଳ ପରିବର୍ତ୍ତନ ଦରକାର । ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ ୫୪ କିଲୋମିଟର ରାଲି କରୁଛନ୍ତି କିନ୍ତୁ ଆମର ନାହିଁ ବୋଲି କହି ନିଜ ଦଳକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670589220.jpg)