Advertisment

ବିଜେଡି କରିବ ବିଧାୟକ ପ୍ରଶିକ୍ଷଣ ଶିବିର

ଆସନ୍ତା ୨୫ ତାରିଖରେ ଶଙ୍ଖ ଭବନରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏହି ସୂଚନା ଦେଇଛନ୍ତି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ।

author-image
Sujit kumar Swain
ଅଦ୍ୟତନ ହୋଇଛି
MLA Training Camp

MLA Training Camp

ବିଜେଡି କରିବ ବିଧାୟକ ପ୍ରଶିକ୍ଷଣ ଶିବିର । ଆସନ୍ତା ୨୫ ତାରିଖରେ ଶଙ୍ଖ ଭବନରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏହି ସୂଚନା ଦେଇଛନ୍ତି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ । ବିଧାନସଭା ନୀତି ନିୟମ ବାବଦରେ ଯେଉଁ ମାନଙ୍କ ଜ୍ଞାନ ଅଛି ସେମାନେ ବିଧାୟକ ମାନଙ୍କୁ ପ୍ରଶିକ୍ଷଣ ଦେବେ। ୨୫ ତାରିଖରେ ଦିନିକିଆ ପ୍ରଶିକ୍ଷଣ ଶିବିର ହେବ। ସକାଳ ୧୦ଟାରେ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ ବୋଲି ପ୍ରତାପ ଦେବ କହିଛନ୍ତି । 

Advertisment

ସେପଟେ ଦୁଇ ଦିନ ଧରି ବିଧାନସଭା ପକ୍ଷରୁ ଚାଲିଥିବା ବିଧାୟକଙ୍କ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମକୁ ବିଜେଡି ବୟକଟ କରିଛି । ଏଥିରେ ବିଜେଡିର କୌଣସି ବିଧାୟକ ଯୋଗ ଦେଇନାହାନ୍ତି । ଏହି ପ୍ରଶିକ୍ଷଣ ଶିବିରରେ ଉଦଘାଟକ ଓ ଉଦଯାପନୀ ଉତ୍ସବର ଅତିଥିଙ୍କୁ ନେଇ ବିଜେଡି ପ୍ରଶ୍ନ ଉଠାଇ ବୟକଟ କରିଛି । 

ଏପଟେ ଆରମ୍ଭ ହୋଇଛି ନୂଆ ବିଧାୟକମାନଙ୍କ ପାଠଶାଳା। ବିଧାନସଭାରେ ବିଧାୟକଙ୍କ ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଚାଲିବ ଏହି ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ । ୧୭ତମ ବିଧାନସଭାର ବିଧାୟକଙ୍କ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସହ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ସମତେ ବିଜେପି ବିଧାୟକମାନେ ଉପସ୍ଥିତ ଅଛନ୍ତି । 

Advertisment

ଆଜି କେନ୍ଦ୍ରମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଏବଂ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କର ଗୋଟିଏ ଗୋଟିଏ ସେସନ ରହିଛି । ଏଥିରେ ବରିଷ୍ଠମାନେ ନିଜର ଅଭିଜ୍ଞତା ବାଣ୍ଟିବେ । ବିଧାନସଭା ରୁଲ୍  ଓ ପ୍ରୋସିଡିଂ ବିଷୟରେ ବିଧାୟକଙ୍କୁ ଅବଗତ କରିବେ । ବିଧାନସଭାରେ ଭଲ ପ୍ରଦର୍ଶନ ପାଇଁ ମନ୍ତ୍ର ଦେବେ ।

BJD BJD MLA
Advertisment
Advertisment