ଦ୍ୱିତୀୟ ବିବାହ କରିବେ ବିଧାୟକ ଦିବ୍ୟଶଙ୍କର ମିଶ୍ର !

ଫେବୃୟାରୀ ଶେଷ ସପ୍ତାହରେ ତଥା ୨୫ ତାରିଖରେ ପୁରୀରେ ସେ ବିବାହ କରିବେ ବୋଲି ସୂଚନା ମିଳିଛି ।

Dibyashankar Mishra

ପୁଣି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର । ଏଥର ବାହା ହେବାକୁ ନେଇ ଚର୍ଚ୍ଚା । ଦିବ୍ୟଶଙ୍କର ମିଶ୍ର ପୁଣି ବିବାହ କରିବାକୁ ଯାଉଥିବା ନେଇ ସୋସିଆଲ ମିଡିଆ ରେ ଖବର ଭାଇରାଲ ହେଉଛି । ଦିବ୍ୟଶଙ୍କର ତାଙ୍କ ଜୁନାଗଡ଼ ନିର୍ବାଚନମଣ୍ଡଳୀର ଗୋଲମୁଣ୍ଡା ବ୍ଲକ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ: ଦ୍ୱିତୀୟ ବିବାହ କରିବେ ସମ୍ବଲପୁର-ବଲାଙ୍ଗିର ଜିଲ୍ଲାପାଳ

ଫେବୃୟାରୀ ଶେଷ ସପ୍ତାହରେ ତଥା ୨୫ ତାରିଖରେ ପୁରୀରେ ସେ ବିବାହ କରିବେ ବୋଲି ସୂଚନା ମିଳିଛି । ଉଭୟଙ୍କର ଏହା ଦ୍ୱିତୀୟ ବିବାହ । ଦିବ୍ୟଶଙ୍କର ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ । କିନ୍ତୁ କୌଣସି କାରଣକୁ ନେଇ ସେ ଛାଡପତ୍ର ଦେଇଥିଲେ । ଏନେଇ ଦିବ୍ୟଶଙ୍କରଙ୍କ କିମ୍ବା ତାଙ୍କ ପରିବାର ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ।