Advertisment

ବଢ଼ୁଛି ବିଧାୟକ ବିଜୟ ଶଙ୍କରଙ୍କ ଅଡ଼ୁଆ, ଓଡ଼ିଶା ସରକାରଙ୍କ ବିରୋଧରେ ବର୍ଷିଲେ ବିଧାୟକଙ୍କ ଗର୍ଲଫ୍ରେଣ୍ଡ୍‌

ବାନ୍ଧବୀ ସୋମାଲିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ ମାମଲାରେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
MLA Bijaya Shankar's estranged girlfriend Somalika tweets to CM Naveen demanding justice

MLA Bijaya Shankar's estranged girlfriend Somalika tweets to CM Naveen demanding justice

ବାନ୍ଧବୀ ସୋମାଲିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ ମାମଲାରେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଥାନାରେ ଏତଲା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଟ୍ୱିଟ୍‌ କରି ରାଜ୍ୟ ସରକାରଙ୍କ ବିରୋଧରେ ବିଧାୟକଙ୍କ ବାନ୍ଧବୀ ସୋମାଲିକା ବର୍ଷିଛନ୍ତି।

Advertisment

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୋ ସରକାର 5T, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଜଗତସିଂହପୁର ଜିଲ୍ଲା ପୋଲିସକୁ ଟ୍ୱିଟରରେ ଟ୍ୟାଗ୍ କରି ରାଜ୍ୟ ସରକାରଙ୍କ ବିରୋଧରେ ସୋମାଲିକା ବର୍ଷିଛନ୍ତି। ମହିଳା ସଶକ୍ତିକରଣ ନାଁରେ ଆପଣ ଓକିଲାତି କରୁଥିବାବେଳେ ମୁଁ କ’ଣ ମହିଳା ନୁହଁ କି ବୋଲି ସୋମାଲିକା ପ୍ରଶ୍ନ କରିଛନ୍ତି।

Advertisment

‘ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ସହ ଜାମିନ ବିହୀନ ଦଫା ଲାଗିଛି। ଆଜିକୁ ଦୀର୍ଘ ଦିନ ହେଲା ନ୍ୟାୟ ପାଇଁ ମୁଁ ସଂଘର୍ଷ କରୁଛି। ତେବେ ବିଧାୟକ ବିଜୟଶଙ୍କର ଦାସ କେବେ ଜେଲ୍ ଯିବେ’ ବୋଲି ପ୍ରଶ୍ନ ପଚାରିଛନ୍ତି ସୋମାଲିକା। ଖବର ଲେଖାଯିବା ସୁଦ୍ଧା ଏନେଇ ବିଜେଡ଼ି କିମ୍ବା ବିଧାୟକ ବିଜୟଶଙ୍କରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି।

ସୂଚନାଥାଉ କି, କିଛିଦିନ ପୂର୍ବେ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବାନ୍ଧବୀ ସୋମାଲିକା ଥାନାରେ ଲିଖିତ ଏତଲା ଦେଇଥିଲେ। ବିଭିନ୍ନ ଆଡୁ ତାଙ୍କୁ ଧମକ ଦିଆଯାଉଥିବା ଏବଂ ତାଙ୍କ ଫଟୋ ଗୁଡ଼ିକୁ ସୋସିଆଲ୍ ମିଡ଼ିଆରେ ଭାଇରାଲ କରି ମିଛରେ ବଦନାମ୍ କରାଯାଉଥିବା ସେ ଅଭିଯୋଗ କରିଥିଲେ। ଏନେଇ ସୋମାଲିକା ଜଗତସିଂହପୁର ସଦର ଥାନାରେ ଏତଲା ଦେଇଥିଲେ।

Bijay Shankar Das
Advertisment
Advertisment