Advertisment

ଜେଲ୍‌ ଗଲେ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିବା ପୋଲିସ୍‌ ASI

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଗୋପାଳ ଦାସଙ୍କୁ ଝାରସୁଗୁଡ଼ା JMFCଙ୍କ ଆବାସିକ କୋର୍ଟରେ ହାଜର ପରେ ଝାରସୁଗୁଡ଼ା ଉପକାରାଗାରକୁ ପଠାଯାଇଛି।

ଅଦ୍ୟତନ ହୋଇଛି
Naba Das Death Updates: ASI Gopal Das Sents To Jail

Minister Naba Das Shot By A Policeman, ASI Sents To Jail

Advertisment

ଜେଲ୍‌ ଗଲେ ASI ଗୋପାଳ ଦାସ। ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଗୋପାଳ ଦାସଙ୍କୁ ଝାରସୁଗୁଡ଼ା JMFCଙ୍କ ଆବାସିକ କୋର୍ଟରେ ହାଜର ପରେ ଝାରସୁଗୁଡ଼ା ଉପକାରାଗାରକୁ ପଠାଯାଇଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଣି କ୍ରାଇମ୍‌ବ୍ରାଞ୍ଚ ଗୋପାଳଙ୍କୁ କୋର୍ଟରେ ହାଜର କରିଥିଲା। ଗୋପାଳଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ ହେବ ବୋଲି ଜଣାପଡ଼ିଛି।

Advertisment

ସେପଟେ କ୍ରାଇମ୍‌ବ୍ରାଞ୍ଚ ଦ୍ୱାରା ଗିରଫ ପରେ ଚାକିରି ରୁ ଡିସ୍‌ମିସ୍‌ ହୋଇଛନ୍ତି ASI ଗୋପାଳ ଦାସ। ଝାରସୁଗୁଡ଼ା ଏସ୍‌ପି ତାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଗାନ୍ଧି ଛକ ଫାଣ୍ଡି ଅଧିକାରୀ ଥିବା ଗୋପାଳ କୃଷ୍ଣ ଦାସଙ୍କୁ ଜାନୁଆରୀ ୩୦, ୨୦୨୩ରୁ ଚାକିରିକୁ ବରଖାସ୍ତ କରାଯାଇଛି। ରବିବାର ଦିନ ଗାନ୍ଧି ଛକଠାରେ ଟ୍ରାଫିକ୍ କ୍ଲିୟରାନ୍ସ ଡ୍ୟୁଟିରେ ଥିବା ସମୟରେ ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ଦାସ ଗୁଳି କରି ହତ୍ୟା କରିଥିଲେ।ଗତକାଲି ଗୋପାଳଙ୍କୁ କ୍ରାଇମ୍‌ବ୍ରାଞ୍ଚ  ଗିରଫ କରିଥିଲା।

ଅଧିକ ପଢ଼ନ୍ତୁ: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ପୋଲିସ ASI ଗୋପାଳ କିଏ ? ଆସନ୍ତୁ ଜାଣିବା...

Advertisment

‌ଅନ୍ୟପକ୍ଷେ, ବହିଷ୍କୃତ ASI ଗୋପାଳ ଦାସଙ୍କ ପିସ୍ତଲ ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଯିବ। ବାଲିଷ୍ଟିକ୍ ପରୀକ୍ଷା ପାଇଁ ଲ୍ୟାବ୍ ପଠାଇବ କ୍ରାଇମ୍‌ବ୍ରାଞ୍ଚ। କ୍ରାଇମ୍‌ବ୍ରାଞ୍ଚର ଦୁଇଟି ଟିମ୍‌ ମଧ୍ୟରୁ ଗୋଟିଏ ଟିମ୍ ଘଟଣାସ୍ଥଳରୁ ଗୋଟିଏ ଖୋକା ସହ ଆଉ କିଛି ଜିନିଷ ଜବତ କରିଥିଲା। ଗୋପାଳଙ୍କ 9MM ପିସ୍ତଲ, ୩ଟି ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଥିଲା। କ୍ରାଇମ୍‌ବ୍ରାଞ୍ଚର ଆଉ ଏକ ଟିମ୍ ଭୁବନେଶ୍ୱରରେ ତଦନ୍ତ ଚଳାଇଛି। ନବ ଦାସଙ୍କ ରକ୍ତଭିଜା ପୋଷାକ, ମେଡିକାଲ ରେକର୍ଡ ଜବତ ହୋଇଛି। ପୋଷ୍ଟମର୍ଟମ କରିଥିବା ଡାକ୍ତର ଟିମ୍ ସହ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଆଲୋଚନା କରିବା ସହ ଅଧିକ ଟେଷ୍ଟ ପାଇଁ ନବଙ୍କ ଭିସେରା ନମୁନା ସଂରକ୍ଷିତ ରଖାଯାଇଛି।

ନବ ଦାସ ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ତଦନ୍ତର ତଦାରଖ କରିପାରନ୍ତି ହାଇକୋର୍ଟର ସିଟିଂ କିମ୍ବା ଅବସରପ୍ରାପ୍ତ ବିଚାରପତି କିମ୍ବା ଜିଲା କୋର୍ଟର ଜଜ୍‌। ଏମାନଙ୍କ ମଧ୍ୟରୁ ଜଣଙ୍କୁ ଏହି ଦାୟିତ୍ୱ ଦେବା ଲାଗି  ହାଇକୋର୍ଟଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ରାଜ୍ୟ ସରକାର।

Advertisment
Naba Das Minister Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ