Advertisment

Congress Protest: ନାରୀ ନିର୍ଯାତନା ପ୍ରତିବାଦରେ କଂଗ୍ରେସ କରିବ ବିକ୍ଷୋଭ; ହୋଇପାରେ ଟ୍ରାଫିକ ସମସ୍ୟା...

ନାରୀ ନିର୍ଯାତନା ଏବଂ ଶିଶୁ ଅତ୍ୟାଚାର ପ୍ରତିବାଦରେ କଂଗ୍ରେସ କରିବ ବିକ୍ଷୋଭ । କର୍ମୀଙ୍କୁ ପଦଯାତ୍ରାରେ ନେଇ ବିଧାନସଭା ଘରାଉ କରିବାକୁ ଯୋଜନା କରିଛି ଦଳ।

ଅଦ୍ୟତନ ହୋଇଛି
Congress Protest

Congress Protest

Advertisment

ଆଜି ବିଧାନସଭା ଘେରିବ କଂଗ୍ରେସ । ନାରୀ ନିର୍ଯାତନା ଏବଂ ଶିଶୁ ଅତ୍ୟାଚାର ପ୍ରତିବାଦରେ କଂଗ୍ରେସ କରିବ ବିକ୍ଷୋଭ । କର୍ମୀଙ୍କୁ ପଦଯାତ୍ରାରେ ନେଇ ବିଧାନସଭା ଘରାଉ କରିବାକୁ ଯୋଜନା କରିଛି ଦଳ। ଲଗାତାର ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ସମସ୍ତ ୧୪ ବିଧାୟକଙ୍କୁ ସପ୍ତାହେ ଯାଏଁ ବିଧାନସଭାରୁ ସସପେଣ୍ଡ ହେବାପରେ ଦଳ ଗତକାଲି ହିଂସାତ୍ମକ ହୋଇପଡ଼ିଥିଲା। ବିଧାନସଭା ଆଗରେ ମୁହାଁମୁହିଁ ହୋଇଥିଲେ କଂଗ୍ରେସ ବିଧାୟକ ଓ ପୋଲିସ। ଘଟଣାକୁ ଅଗଣତାନ୍ତ୍ରିକ କହିବା ସହ ଆଜି ବିଧାନସଭା ଘେରାଉରେ ଏହାର ଜବାବ ଦିଆଯିବ ବୋଲି କହିଛନ୍ତି କଂଗ୍ରସ ଚେତାବନୀ ଦେଇଛି। 

Advertisment

ସେପଟେ ବିଜେପି କହିଛି, ବିଧାନସଭା ଅଚଳ କରିବାକୁ ଅଛିଣ୍ଡା ଅଙ୍କର ଷଡ଼ଯନ୍ତ୍ର କରୁଛନ୍ତି ବିରୋଧୀ। ମହିଳା ସୁରକ୍ଷା ପ୍ରସଙ୍ଗରେ ଆମ ସରକାର ସଚେତନ ଅଛନ୍ତି। ଏ ନେଇ ବିଧାନସଭାରେ ଆଲୋଚନା ପାଇଁ ଆସନ୍ତୁ ବିରୋଧୀ। କିନ୍ତୁ ହାଉସ କମିଟି ଗଠନ ଦାବି ଅଯୌକ୍ତିକ।

ଅଧିକ ପଢ଼ନ୍ତୁ: କଂଗ୍ରେସ ନେତାଙ୍କ ଉଗ୍ର ରୂପ; ପୋଲିସ ଅଧିକାରୀଙ୍କ କଲର ଝିଙ୍କିଲେ, କାନ୍ଧରୁ ଷ୍ଟାର ଭିଡ଼ି ଧରିଲେ

Advertisment

କଂଗ୍ରେସର ବିଧାନସଭା ଘେରାଉ ପାଇଁ ଆଜି ଭୁବନେଶ୍ବରରେ ସୃଷ୍ଟି ହୋଇପାରେ ଟ୍ରାଫିକ ସମସ୍ୟା। ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂର୍ବାହ୍ନ ୯ଟାରୁ ଅପରାହ୍ନ ୩ଟା ଯାଏଁ ଟ୍ରାଫିକ୍ କଟକଣା ଜାରି କରିଛି କମିଶନରେଟ୍ ପୋଲିସ। ବିଶେଷ କରି ରାଜମହଲ ଛକରୁ ରୁପାଲି ଛକ ମଧ୍ୟରେ ଟ୍ରାଫିକ୍ ସମସ୍ୟା ଦେଖାଦେବ ଏହି ସମୟରେ। ତେଣୁ ଏହି ସମୟରେ ଅନ୍ୟ ରାସ୍ତାରେ ଗମନାଗମନ ପାଇଁ ପୋଲିସ ପକ୍ଷରୁ ନିବେଦନ କରାଯାଇଛି। 

କଂଗ୍ରେସର ଏହି ବିକ୍ଷୋଭକୁ ଦୃଷ୍ଟିରେ ରଖି  ରାଜଧାନୀରେ ପ୍ରାୟ ୮୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ପୋଲିସ କମିଶନର। ଇନର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି ଭୁବନେଶ୍ବର ଡିସିପି । 

Advertisment

ଅଧିକ ପଢ଼ନ୍ତୁ: ସୁରକ୍ଷା ଦାୟିତ୍ୱରେ ଥିଲେ ଯବାନ, ଗଂଜେଇ ଚାଲାଣ କରି ଧରା ହେଲେ

Congress Assembly Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ