• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ତାରାଙ୍କୁ ଲୋକେ ଭାଲୁ ବୋଲି ଡାକୁଥିଲେ ବି ବାଘ ମନୋହର

  • ତାରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ରନ୍ଧାରୀ

ତାରାଙ୍କୁ ମନୋହରଙ୍କ କଟାକ୍ଷ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ବିଡିଓ କଥା କଟାକଟି ଘଟଣାକୁ ନେଇ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ କଟାକ୍ଷ କରିଛନ୍ତି । ତାରାଙ୍କୁ ଲୋକେ ଭାଲୁ ବୋଲି ଡାକୁଥିଲେ ମଧ୍ୟ ସଂପୃକ୍ତ ଅଞ୍ଚଳରେ ବାଘର ରାଜ ଚାଲେ । ଆଉ ସେହି ବାଘ ହେଉଛନ୍ତି ମନୋହର । ଏକ ପ୍ରେସମିଟରେ ଡାବୁଗାଁ ବିଧାୟକ ଏପରି କହିବା ସହ ତାରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । କେବଳ ଏତିକି ନୁହେଁ ସେ ନିଜ ଅଞ୍ଚଳ କଥା ବୁଝନ୍ତୁ, ଅଯଥା ଅନ୍ୟ ଅଞ୍ଚଳରେ ମୁଣ୍ଡ ଖେଳାନ୍ତୁ ନାହିଁ  ବୋଲି କହିଛନ୍ତି ମନୋହର । ଏହାସହ ବିଡିଓଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ତାରା କହିଥିବା ନେଇ ପ୍ରମାଣ ଚାହିଁଛନ୍ତି । ତାସହ ପୋଲିସ ନିଜ ଆଡୁ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସେ କହିଛନ୍ତି ।

ତେବେ ରନ୍ଧାରୀଙ୍କ ପ୍ରେସମିଟ୍ ଉପରେ ଜବାବ ରଖିବା ସହ ତାରା ବି ବାଣ ମାରିଛନ୍ତି । ଜଙ୍ଗଲ ତ ସରିଯାଇଛି ନବରଙ୍ଗପୁର ଜିଲ୍ଲାରେ ଆଉ ବାଘ କେଉଁଠୁ ଆସିଲେ ବୋଲି କହିଛନ୍ତି । ସେ ଦିନେ ହେଲେ ଦୁର୍ନୀତି ବିରୋଧରେ ସ୍ୱର ଉଠାଇ ନାହାନ୍ତି । ସେଥିପାଇଁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି ଓ ତଦନ୍ତ ଚାଲିଛି । ମମାନ୍ୟବର ବିଧାୟକ ଯଦି ଏଥିରେ ରାଜନୀତି କରିବେ ତେବେ ତାଙ୍କୁ ଲୋକେ ଜବାବ ଦେବେ । ଅଭିଭକ୍ତ କୋରାପୁଟ ଜିଲ୍ଲା କାହାର ପୈତୃକ ସମ୍ପତ୍ତି ନୁହେଁ । ସବୁ ଦଳର ଅଧିକାର ଅଛି, ସମସ୍ତେ ସବୁଆଡ଼େ ଯାଇପାରିବେ ।

ତାରା ଗତ ୫ ତାରିଖରେ ପାପଡାହାଣ୍ଡିର ମହିଳା ବିଡିଓ ରଞ୍ଜିତା ମଲ୍ଲିକଙ୍କୁ ସର୍ବ ସମ୍ମୁଖରେ ଦୁର୍ନୀତିଗସ୍ତ ଅଧିକାରୀ ବୋଲି କହିଥିବା ଅଭିଯୋଗ ହୋଇଛି । ଏମିତିକି ତାରା ବାହିନୀପତି ଓ କଂଗ୍ରେସ କର୍ମୀ ବିଡିଓଙ୍କ ପ୍ରତି ଅପମାନଜନକ ଶଦ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏପଟେ ପାପଡାହାଣ୍ଡି ବ୍ଲକର ବିଡିଓଙ୍କ ସପକ୍ଷରେ ବିଜେଡିର ଶତାଧିକ ମହିଳା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟାଏ ପାଇଁ ପ୍ରତୀକ ଧାରଣା ଦେଇଥିଲେ ।