Manmohan Retains Odisha BJP Command
ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ।ଲଗାତର ଦ୍ବିତୀୟ ଏବଂ ମୋଟ୍ ଚତୁର୍ଥ ଥର ପାଇଁ ନିର୍ଦ୍ବନ୍ଦ୍ବରେ ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ମନମୋହନ।ଗତକାଲି ନାମାଙ୍କନ ଦାଖଲ ପ୍ରକ୍ରିୟାରେ ଏକମାତ୍ର ପ୍ରାର୍ଥୀ ଭାବେ କେବଳ ସେ ହିଁ ନୋମିନେସନ୍ ଭରିଥିଲେ।
ଆଜି ବିଧିବଦ୍ଧ ଭାବେ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା କରାଯାଇଛି ।ଏହାକୁ ମିଶାଇ ଚତୁର୍ଥ ଥର ପାଇଁ ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ୱ ନେବାକୁ ଯାଉଛନ୍ତି ମନମୋହନ।
ପ୍ରଥମେ 1999ରୁ 2000, 2000ରୁ 2004 ଏବଂ ତା ପରେ ମାର୍ଚ୍ଚ 2023ରୁ ଏବେ ଯାଏଁ ରାଜ୍ୟ ସଭାପତି ପଦରେ ସେ ଅଛନ୍ତି।ବିଶେଷ କରି ପୂର୍ବରୁ ମନ୍ତ୍ରୀ ଏବଂ ବିଧାୟକ ଭାବେ ବି ଅଭିଜ୍ଞତା ରହିଛି। 2024 ନିର୍ବାଚନରେ ମେଣ୍ଟ ସମ୍ଭାବନାକୁ ଏଡାଇ ଏକାକୀ କ୍ଷମତା ଦଖଲରେ ମନମୋହନଙ୍କର ରହିଥିଲା ବଡ଼ ଭୂମିକା।
ସେହିପରି ସରକାରୀ ଦଳ ସଭାପତି ଭାବେ ବି ପ୍ରଥମ ବର୍ଷରେ ସରକାର ସହ ତାଳ ଦେଇ ସଂଗଠନକୁ ଆଗକୁ ନେଇଛନ୍ତି।ସେଥିପାଇଁ କେନ୍ଦ୍ରୀୟ ନେତୃତ୍ୱ ତାଙ୍କ ଉପରେ ଆଉ ଥରେ ଭରସା କରିଥିବା କୁହାଯାଉଛି।ଆଗକୁ ଗୋଟିଏ ପଟେ ସରକାର, ଅନ୍ୟପଟେ ସଂଗଠନ, ଏହା ଭିତରେ ସମନ୍ୱୟ ରକ୍ଷା ଏବଂ ଆଗକୁ ପଂଚାୟତ ନିର୍ବାଚନ, ଏହି ଭେଟେରାନ୍ ଲିଡରଙ୍କ ପାଇଁ ହେବ ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751953338.jpg)