/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676774445.jpg)
Manish Sisodia
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପୁଣି ସିବିଆଇ ପକ୍ଷରୁ ସମନ୍ ହୋଇଛି । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ସିବିଆଇ ତାଙ୍କୁ ଆଜି ହାଜର ହେବାକୁ ସମନ୍ କରିଥିବା ନେଇ ସିସୋଦିଆ ନିଜେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଆଜି ଦିନ ୧୧ଟା ବେଳେ ସିସୋଦିଆ ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ହାଜର ହେବେ ।
କେନ୍ଦ୍ର ସରକାର ତାଙ୍କ ବିରୋଧରେ ସିବିଆଇ ଓ ଇଡିର ପୁରା ଶକ୍ତି ପ୍ରୟୋଗ କରୁଥିବା ସିସୋଦିଆ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ପୂର୍ବରୁ ସିବିଆଇ ତାଙ୍କ ଘର ରେଡ୍ କରିଛି । ବ୍ୟାଙ୍କ ଲକ୍କର ମଧ୍ୟ ଯାଞ୍ଚ୍ କରିଛି । ହେଲେ ଯାଞ୍ଚ କରିବା ସତ୍ତ୍ୱେ କିଛି ବି ପାଇନାହିଁ ।
ଦିଲ୍ଲୀର ପିଲାଙ୍କ ପାଇଁ ଭଲ ଶିକ୍ଷା ବ୍ୟବସ୍ଥା କରୁଥିବା ବେଳେ ସେମାନେ ଏହା ଚାହୁଁ ନଥିବା କହିଛନ୍ତି ସୋସିଦିଆ । ତେବେ ତଦନ୍ତରେ ସେ ପୂର୍ବରୁ ସହଯୋଗ କରୁଥିଲେ ଏବଂ ଆଗକୁ ବି ସହଯୋଗ କରିବେ ବୋଲି ସୂଚନା ଦେଇଛନ୍ତି । ଏହି ମାମଲାରେ ସିବିଆଇ ଆଉ କିଛି ଲୋକଙ୍କୁ ଗିରଫ କରିଥିବାରୁ ସେମାନଙ୍କ ସୂଚନା ଆଧାରରେ ସିସୋଦିଆଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି ।
ପୂର୍ବରୁ ମଧ୍ୟ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ସମନ କରିଥିଲା । ପରେ ସିସୋଦିଆଙ୍କୁ ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଅନେକ ପ୍ରଶ୍ନ କରିଥିଲା ସିବିଆଇ । ଘଟଣାକୁ ନେଇ ସିସୋଦିଆଙ୍କ ଘରେ ମଧ୍ୟ ଯାଞ୍ଚ କରାଯାଇଥିଲା ।
ହେଲେ ସିବିଆଇକୁ ସେମିତି କିଛି ତଥ୍ୟ ମିଳିନଥିଲା । ତେଣୁ ଦ୍ୱିତୀୟ ଥର ପାଇଁ ପୁଣି ସିବିଆଇ ସମନ କରିଥିବା ବେଳେ କିଛି ଲୋକଙ୍କ ସମ୍ପର୍କରେ ପଚରାଉଚରା କରିପାରେ ବୋଲି ଅନୁମାନ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)