Advertisment

ପୋଲିସ୍‌ ଉପରେ ଚିଡ଼ିଲେ ଲେଖା,କହିଲେ-‘ବ୍ଲଡ୍‌ ସର୍କୁଲେସନ୍‌ ବନ୍ଦ ହୋଇଗଲାଣି, ନିଶ୍ୱାସ ନେବାକୁ ଦିଅନ୍ତୁ’

ଭୁବନେଶ୍ୱର ଶିଶୁ ଭବନ ଛକରେ ବିଜେପି କର୍ମୀ-ପୋଲିସ୍‌ ଧସ୍ତାଧସ୍ତି ହୋଇଛନ୍ତି। ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ପୋଲିସ୍‌ ବିଜେପି କର୍ମୀଙ୍କୁ ଅଟକାଇ ଥିଲା। ଏହି ସମୟରେ ପୋଲିସ୍‌ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJP Leader Lekhasri Samantsinghar

BJP Leader Lekhasri Samantsinghar

ଭୁବନେଶ୍ୱର ଶିଶୁ ଭବନ ଛକରେ ବିଜେପି କର୍ମୀ-ପୋଲିସ୍‌ ଧସ୍ତାଧସ୍ତି ହୋଇଛନ୍ତି। ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ପୋଲିସ୍‌ ବିଜେପି କର୍ମୀଙ୍କୁ ଅଟକାଇ ଥିଲା। ଏହି ସମୟରେ ପୋଲିସ୍‌ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ୪ ମାସ ବିତିଯାଇଥିଲେ ବି ଏଯାଏ କାର୍ଯ୍ୟାନୁଷ୍ଠାନ ଶୂନ। ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟି ଥିବାରୁ ଏହାର ପ୍ରତିବାଦରେ ବିଜେପି ଆଜି ରାଲି କରୁଥିଲା। 

Advertisment

ନବୀନ ନିବାସ ଘେରାଉ ପାଇଁ ରାଜମହଲରୁ ବିଜେପିର ରାଲି ବାହାରି ଥିଲା। ଶିଶୁ ଭବନ ଛକରେ ରାଲି ପହଞ୍ଚିବା ପରେ ବିଜେପି କର୍ମୀଙ୍କୁ ପୋଲିସ୍‌ ଅଟକାଇ ଥିଲା। ଏହି ସମୟରେ ପୋଲିସ୍‌ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ଜଣେ ବିଜେପି ନେତ୍ରୀ କହିଛନ୍ତି, ‘ଶାନ୍ତିପୂର୍ଣ୍ଣ ଭାବେ ଆମେ ନବୀନ ନବାସ ଘେରାଉ କରିବା ପାଇଁ ଆସିଥିଲୁ, ହେଲେ ପୋଲିସ୍‌ ଆମକୁ ଏସବୁ କରିବା ପାଇଁ ଦେଉ ନାହାନ୍ତି। ପୋଲିସ୍‌ମାନେ ମହିଳାମାନଙ୍କୁ ଟଣାଓଟରା କରି ହଇରାଣ କରୁଛନ୍ତି। ଫଳରେ ନିଜ ଦାବି ପାଇ ଆମ୍ଭ ସ୍ୱର ବି ଉଠାଇ ପାରୁନାହୁଁ।’ 

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପୋଲିସ୍‌ ଅଟକାଇ ବେଳେ ସେ ଚିଡ଼ି ଯାଇଥିବା ଦେଖିବାକୁ ମିଳିଥିଲା। ମହିଳା ପୋଲିସ୍‌ ଲେଖାଶ୍ରୀଙ୍କ ହାତକୁ ଧରି ଥିବାରୁ ଏହି ସମୟରେ ସେ ଚିଡ଼ି ଯାଇ କହିଥିଲେ, ‘ମୋର ବ୍ଲଡ୍‌ ସର୍କୁଲେସନ୍‌ ବନ୍ଦ ହୋଇଗଲାଣି। ମୁଁ ଠିକ୍‌ ଭାବେ ନିଶ୍ୱାସପ୍ରଶ୍ୱାସ ନେଇପାରୁନି। ମୁଁ କୌଣସି ଆଇନ୍‌ ଭାଙ୍ଗୁ ନାହିଁ। ଆପଣ ମୋ ସହ କ୍ରିମିନାଲ୍‌ଙ୍କ ଭଳି ବ୍ୟବହାର କରିପାରିବେନି। ମୋତେ ଟିକେ ନିଶ୍ୱାସ ନେବାକୁ ଦିଅନ୍ତୁ।’

Advertisment

ଲେଖାଶ୍ରୀ ଆହୁରି କହିଥିଲେ, ‘ ମୁଖ୍ୟମନ୍ତ୍ରୀଙ୍କୁ କେହି ଦେଖା କରିପାରିବେନି। ସେ ଅଜ୍ଞାତ ବାସରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ନା ଏବେ ଯାଏ ମମିତାଙ୍କୁ ନ୍ୟାୟ ଦେଇ ପାରିଲେ ନା ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରିପାରିଲେ। ଏପରିକି ଗୋବିନ୍ଦ ସାହୁ ନାଁରେ ଚାର୍ଜସିଟ୍‌ ମଧ୍ୟ କରିପାରିଲେନି। ପୋଲିସ୍‌ ସାଧାରଣ ଜନତାଙ୍କୁ ନାଲି ଆଖି ଦେଖାଉଛି।’ 

‘ଗୋଟିଏ ଝିଅକୁ ଦିନ ଦ୍ୱିପ୍ରହରରେ ଅପହରଣ କରାଗଲା, ତାକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଗଲା। ଏହାପରେ ତାକୁ ଜାଳି ପୋଡ଼ି ପୋତି ଦିଆଗଲା। ତଥାପି ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଶୂନ୍‌। ନବୀନ ବାବୁ କହୁଛନ୍ତି, ସାରେ ଚାରି କୋଟି ଓଡ଼ିଆ ଆପଣଙ୍କ ପରିବାରର । କ’ଣ ମମିତା ମେହେର ଆପଣଙ୍କ ପରିବାରର ନୁହେଁ କି ? ସେ କ’ଣ ଏରାଜ୍ୟର ଝିଅ ନୁହେଁ କି ?  କାହିଁକି ରାଜ୍ୟ ସରକାର ତାଙ୍କୁ ନ୍ୟାୟ ଦେବାରେ ବିଫଳ ହେଲେ ? ଯେଉଁମାନେ ହତ୍ୟାକାରୀ ଓ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି, ରାଜ୍ୟ ସରକାର ତାଙ୍କୁ ଘଣ୍ଟ ଘୋଡ଼ାଇ ରଖୁଛନ୍ତି’ ବୋଲି ବିଜେପି ନେତ୍ରୀ ସୋନାଲି ସାହୁ କହିଛନ୍ତି। 

BJP Mamita Meher Murder Case BJP Workers Clash With Police BJP Leader Lekhasri Samantsinghar
Advertisment
Advertisment