/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698737742.jpg)
Pratap Jena
ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟଙ୍କ ସମନ ପରେ ହାଜର ହେଲେନି ବିଧାୟକ ପ୍ରତାପ ଜେନା। ନିଜ ଓକିଲଙ୍କ ଜରିଆରେ JMFCରେ ପକ୍ଷ ରଖିଛନ୍ତି ପ୍ରତାପ । ଆଇପିସି ୨୦୫ ଧାରାରେଆବେଦନ କରିଛନ୍ତି ପ୍ରତାପଙ୍କ ଓକିଲ । ବ୍ୟକ୍ତିଗତ ହାଜିରାକୁ ବାଦ ଦେବାକୁ IPC ୨୦୫ରେ ଆବେଦନ କରିଛନ୍ତି ।
Advertisment
ସେପଟେ ପ୍ରତାପଙ୍କ ଆବେଦନ ଗ୍ରହଣ ନ କରିବାକୁ ପ୍ରତିପକ୍ଷଙ୍କ ଆବେଦନକରିଛନ୍ତି । ଅପରାହ୍ନ ୨ଟାରେ ଉଭୟ ପକ୍ଷଙ୍କ ଆବେଦନ ଉପରେ ଶୁଣାଣି ହେବ । ପ୍ରତାପଙ୍କ ବିରୋଧରେ ୩୦୨, ୫୦୬, ୧୨୦B ଭଳି ସଂଗୀନ ଦଫା ଲାଗିଛି। ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ମାମଲାରେ ପ୍ରତାପ ଏକ ଅଭିଯୁକ୍ତ ଅଟନ୍ତି।
୨୦୨୧ ଜାନୁଆରି ୨ ଏହି ଦୁଇ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା । ଆଗରୁ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି। .
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)