Advertisment

ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ; ୫୮ଟି ସଂସଦୀୟ କ୍ଷେତ୍ର ପାଇଁ ଚାଲିଛି ଭୋଟ୍ ଗ୍ରହଣ

ଷଷ୍ଠ ପର୍ଯ୍ୟାୟରେ ବିହାରର ୮ ଲୋକସଭା ଆସନ ସମେତ ହରିୟାଣାର ସମସ୍ତ ୧୦ଟି ଆସନ, ଜମ୍ମୁ ଓ କଶ୍ମୀରର ଗୋଟିଏ, ଝାଡ଼ଖଣ୍ଡର ୪, ଦିଲ୍ଲୀର ସମସ୍ତ ୭, ଓଡ଼ିଶାର ୬, ଉତ୍ତର ପ୍ରଦେଶର ୧୪ ଏବଂ ପଶ୍ଚିମବଙ୍ଗର ୮ଟି ଆସନ ଲାଗି ମତଦାନ ଜାରି ରହିଛି ।

author-image
Sonali Ojha
Lok Sabha Elections 2024- Phase 6

Lok Sabha Elections 2024- Phase 6

ଭୋଟ୍ ଦେଉଛି ଭାରତ। ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି ଭୋଟିଂ। ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଚାଲିଛି। ମୋଟ୍ ୫୮ଟି ଲୋକସଭା ଆସନ ଲାଗି ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର୍। ଭୋଟିଂ ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏ ଚାଲିବ।

Advertisment

ଷଷ୍ଠ ପର୍ଯ୍ୟାୟରେ ବିହାରର ୮ ଲୋକସଭା ଆସନ ସମେତ ହରିୟାଣାର ସମସ୍ତ ୧୦ଟି ଆସନ, ଜମ୍ମୁ ଓ କଶ୍ମୀରର ଗୋଟିଏ, ଝାଡ଼ଖଣ୍ଡର ୪, ଦିଲ୍ଲୀର ସମସ୍ତ ୭, ଓଡ଼ିଶାର ୬, ଉତ୍ତର ପ୍ରଦେଶର ୧୪ ଏବଂ ପଶ୍ଚିମବଙ୍ଗର ୮ଟି ଆସନ ଲାଗି ମତଦାନ ଜାରି ରହିଛି । ଏହି ପର୍ଯ୍ୟାୟରେ ମୋଟ୍୧୧.୧୩ କୋଟି ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ମତଦାତାଙ୍କ ମଧ୍ୟରୁ ୫.୮୪ କୋଟି ପୁରୁଷ, ୫.୨୯ କୋଟି ମହିଳା ଏବଂ ୫,୧୨୦ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି।ଏହି ପର୍ଯ୍ୟାୟରେ ମୋଟ୍‍ ୮୮୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂ, ହର୍ଷବର୍ଦ୍ଧନ, ମାନେକା ଗାନ୍ଧି, ନରେନ୍ଦ୍ର ସିଂହ ତୋମାର, କ୍ରିଷନ୍‍ ପାଲ୍‍ ଗୁର୍‍ଜର୍‍ ଏବଂ ରାଓ ଇନ୍ଦର୍‍ଜିତ୍‍ ସିଂ। ବିଜେପିର ଭୋପାଳ ଆସନ ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦିଗ୍‍ବିଜୟ ସିଂହ ଓ ଭୂପିନ୍ଦର୍‍ ସିଂହ ହୁଦା ଏବଂ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ପ୍ରମୁଖଙ୍କ ଭାଗ୍ୟ ଏହି ପର୍ଯ୍ୟାୟରେ ନିର୍ଦ୍ଧାରିତ ହେବ ।

Advertisment

ସେହିପରି ଦିଲ୍ଲୀରେ ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ଡ଼କ୍ଟର ହର୍ଷ ବର୍ଦ୍ଧନ, ବିଜେପିର ମନୋଜ ତିୱାରୀ, ଗୌତମ ଗମ୍ଭୀର, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶିଲା ଦିକ୍ଷିତ୍‍, ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ, ମୁଷ୍ଟିଯୋଦ୍ଧା ବିଜେନ୍ଦର ସିଂହ ଏବଂ ଆମ୍ ଆଦମୀ ପାର୍ଟିର ରାଘବ ଚଢ଼ା, ଆତିଶୀ ଏବଂ ଦିଲୀପ ପାଣ୍ଡେ ।

ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅଧିକ ମାତ୍ରାରେ ଭୋଟ ଦେବା ପାଇଁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ବିଟ କରି କହିଛନ୍ତି, "୨୦୨୪ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ସମସ୍ତ ଭୋଟରଙ୍କୁ ଅଧିକ ସଂଖ୍ୟାରେ ଭୋଟ୍ ଦେବା ପାଇଁ ମୁଁ ଅନୁରୋଧ କରୁଛି। ପ୍ରତ୍ୟେକ ଭୋଟ୍ ଗୁରୁତ୍ୱପୂର୍ଣ୍ଣ, ଆପଣଙ୍କ ଭୋଟ୍ ମଧ୍ୟ ! ଗଣତନ୍ତ୍ର ସେତେବେଳେ ସୁଦୃଢ଼ ହୁଏ ଯେତେବେଳେ ଲୋକମାନେ ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଭାବରେ ସାମିଲ ହୁଅନ୍ତି । ମୁଁ ବିଶେଷ କରି ମହିଳା ଓ ଯୁବ ଭୋଟରଙ୍କୁ ଅଧିକ ସଂଖ୍ୟାରେ ଭୋଟ୍ ଦେବାକୁ ଅନୁରୋଧ କରୁଛି।"

General Election 2024
Advertisment
Advertisment