• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭି.କେ. ପାଣ୍ଡିଆନ୍‌ଙ୍କ VRS ସମ୍ପର୍କରେ ବଡ଼ ସୂଚନା ସାମ୍ନାକୁ ଆସିଛି । କାହିଁକି ପାଣ୍ଡିଆନ୍‌ VRS ନେଲେ ଏହାର କାରଣ ସମ୍ପର୍କରେ ଏହି ସୂଚନା ସାମ୍ନାକୁ ଆସିଛି । କେନ୍ଦ୍ରୀୟ ଟ୍ରେନିଂ ଏଡ଼ାଇବାକୁ VRS ନେଇଥିବା ଚର୍ଚ୍ଚା ହେଉଛି ।  ଏ ସଂପର୍କରେ RTI ତଥ୍ୟ ମାଗିଥିବା ଆଇନଜୀବୀ ନିର୍ଭୟ ସାମନ୍ତରାୟ ସୂଚନା ଦେଇଛନ୍ତି । 

ନିର୍ଭୟ ସାମନ୍ତରାୟଙ୍କ ସୂଚନା ଅନୁସାରେ, ‘୨୦୦୦ ବ୍ୟାଚ୍‌ର ୩ IASଙ୍କ ଟ୍ରେନିଂ ସଂପର୍କରେ ତଥ୍ୟ ମାଗିଥିଲି । ଭି.କେ ପାଣ୍ଡିଆନ, ସୁଜାତା କାର୍ତ୍ତିକେୟ, ଟି. ଆଓଙ୍କ ତଥ୍ୟ ମାଗିଥିଲି ।୨୦୨୨ ଜୁନ୍‌ରେ DOPT ୩ ଜଣଙ୍କ ବିଷୟରେ ତଥ୍ୟ ଦେଇଥିଲେ । 

‘ଟି. ଆଓ ସମସ୍ତ ୩ଟି କେନ୍ଦ୍ରୀୟ ଟ୍ରେନିଂ ଶେଷ କରିଥିଲେ । ହେଲେ ଭି.କେ ପାଣ୍ଡିଆନ, ସୁଜାତା କାର୍ତ୍ତିକେୟଙ୍କ ୨ଟି ଟ୍ରେନିଂ ବାକିଥିଲା । ଉଭୟଙ୍କୁ ଟ୍ରେନିଂ ପଠାଇବାକୁ ଏନେଇ କେନ୍ଦ୍ରକୁ ପଚାରିଥିଲି । ସେପ୍ଟେମ୍ବର ୧୫ରେ କାର୍ମିକ ମନ୍ତ୍ରାଳୟ ଟ୍ରେନିଂ ଡିଭିଜନକୁ ଚିଠି କଲା’ ବୋଲି RTI ତଥ୍ୟ ମାଗିଥିବା ନିର୍ଭୟ ସାମନ୍ତରାୟ ଏହି ସୂଚନା ଦେଇଛନ୍ତି । 

ନିର୍ଭୟ ଆହୁରି କହିଛନ୍ତି ଯେ, ‘୨ ମାସ ମଧ୍ୟରେ ଟ୍ରେନିଂ ବ୍ୟବସ୍ଥା କରିବାକୁ ଚିଠି ହୋଇଥିଲା । ତେଣୁ ନଭେମ୍ବର ୧୫ ମଧ୍ୟରେ ଉଭୟଙ୍କୁ ନିଶ୍ଚିତ ଟ୍ରେନିଂ ଯିବାର ଥିଲା । କେନ୍ଦ୍ରକୁ ନଯିବା ପାଇଁ ହୁଏତ ଭି.କେ. ପାଣ୍ଡିଆନ୍‌ VRS ନେଇଥାଇପାରନ୍ତି । 

ଅନ୍ୟପକ୍ଷେ, VRS ପରେ ଭି.କେ ପାଣ୍ଡିଆନ୍‌ 5T ଅଧ୍ୟକ୍ଷ ହୋଇଛନ୍ତି । ତାଙ୍କୁ 5T ଓ ନବୀନ ଓଡ଼ିଶାର ଚେୟାରମ୍ୟାନ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବେ ପାଣ୍ଡିଆନ୍‌ ।