Advertisment

ଖଡ଼ଗେ ହେବେ I.N.D.I.Aର ମୁଖ୍ୟ ସଂଯୋଜକ ! ଆଜିଠୁ ମୁମ୍ବାଇରେ ଦୁଇ ଦିନିଆ ମାନସ ମନ୍ଥନ

ବୈଠକରେ ଖଡ଼ଗେଙ୍କ ନାଁରେ ବାଜିପାରେ ମୋହର । ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରୋଡମ୍ୟାପ୍ । ମେଣ୍ଟର ସାଂଗଠନିକ ରୂପରେଖ ବି ସ୍ଥିର ହେବ ।

author-image
Prangyan Parimita
ଅଦ୍ୟତନ ହୋଇଛି
INDIA Mumbai Meet Live Updates

Mallikarjun Kharge

 କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ହୋଇପାରନ୍ତି ବିରୋଧୀଙ୍କ ମେଣ୍ଟ ଇଣ୍ଡିଆର ମୁଖ୍ୟ ସଂଯୋଜକ। ଆଜିଠାରୁ ମୁମ୍ବାଇରେ ହେଉଥିବା ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ। ଏହି ପଦବୀର ରେସରେ ନୀତୀଶ କୁମାରଙ୍କ ନାଁ ଆଗରୁ ଚର୍ଚ୍ଚା ହେଉଥିଲା। କିନ୍ତୁ ସେ ଆଗ୍ରହୀ ନୁହନ୍ତି ବୋଲି କହିବା ପରେ ମଲ୍ଲିକାର୍ଜୁନଙ୍କୁ ଏହି ପଦ ମିଳିବା ପକ୍କା।

Advertisment

ଦୁଇ ଦିନ ଧରି ହେବାକୁ ଥିବା ମାନସ ମନ୍ଥନରେ ମେଣ୍ଟର ପ୍ରତୀକ ଓ ପତାକା ମଧ୍ୟ ଉନ୍ମୋଚନ ହେବାର ଅଛି। ମେଣ୍ଟର ସାଂଗଠନିକ ରୂପରେଖ ସ୍ଥିର ହେବ। ଜଣେ ଅଧ୍ୟକ୍ଷ, ଜଣେ ମୁଖ୍ୟ ସଂଯୋଜକ, ୪ରୁ ୫ ଜଣ ଆଞ୍ଚଳିକ ସଂଯୋଜକ ରହିପାରନ୍ତି। ମୁମ୍ବାଇ ବୈଠକ ପରେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିବ ଇଣ୍ଡିଆ। ୬ରୁ ୭ ବରିଷ୍ଠ ନେତାଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ। ଏପରିକି ଆସନ୍ତା ନିର୍ବାଚନରେ କେଉଁ କେଉଁ ଆସନରେ ପ୍ରାର୍ଥୀ ଦିଆଯିବ ତାହା ମଧ୍ୟ ସ୍ଥିର କରାଯାଇପାରେ।

ସୂଚନାଯୋଗ୍ୟ I.N.D.I.A ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଅରବିନ୍ଦ କେଜରିୱାଲଙ୍କୁ ଉପସ୍ଥାପନ କରିବାକୁ ଗତକାଲି ଦାବି କରିଥିଲା ଆମ ଆଦମି ପାର୍ଟି । ଦେଶରେ ଦରଦାମ ବଢ଼ି ଚାଲିଥିବା ବେଳେ ଦିଲ୍ଲୀରେ ଆର୍ଥିକ ସ୍ଥିତି ଭଲ ରହିଛି । ଅରବିନ୍ଦ କେଜ୍ରିୱାଲଙ୍କ ଶାସନ କାଳରେ ଦିଲ୍ଲୀର ଅନେକ ବିକାଶ ହୋଇଛି । ତେଣୁ ଏହିଭଳି ଜଣେ ନେତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କଲେ ତାହା ଦେଶ ପାଇଁ ଶୁଭଙ୍କର ହେବ ବୋଲି ଆପ କହିଥିଲା ।

Advertisment
Mallikarjun Kharge
Advertisment
Advertisment