• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅତନୁଙ୍କ ସମାଲୋଚନା ପରେ ସୌମ୍ୟଙ୍କ କାଉଣ୍ଟର ଆଟାକ୍ । କହିଲେ ଅତନୁଙ୍କୁ ପାଟକୁରା ଗାନ୍ଧିଙ୍କ ପୁଅ କୁହାଯାଏ, ହେଲେ ସେହି ଗାନ୍ଧିଙ୍କ ପୁଅ ଆଜି ଡାହା ମିଛ କହୁଛନ୍ତି । ଏଭଳି କହି ଅତନୁଙ୍କୁ ତାତ୍ସଲ୍ୟ କଲେ ସୌମ୍ୟ । ତାଙ୍କର ମନ୍ତ୍ରୀପଦ ପଳେଇଥିଲା, ଏବେ ପୁଣି ମିଳିଛି । ଆଉ ଥରେ କାଳେ ମନ୍ତ୍ରୀପଦ ପଳେଇବ ସେହି ଭୟରେ ସେ ଏମିତି କହୁଛନ୍ତି । ତାଙ୍କୁ ଉପରୁ ଚାପ ପଡ଼ିଥିବ, ତାଙ୍କ ପାଇଁ ଆଉ କିଏ ଏଭଳି ସଂଳାପ ଲେଖିଥିବ । ତେଣୁ ସେ ଏଭଳି କଥା କହୁଛନ୍ତି ।

ଗୁରୁବାର ରାତିରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅରୁଣ ସାହୁଙ୍କଠାରୁ ଆରମ୍ଭ ହୋଇଥିବା ଡ୍ରାମା ଏବେ ଦ୍ୱିତୀୟ ଦିନରେ ପହଞ୍ଚିଛି । ଗତକାଲି ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ପ୍ରଥମେ ସୌମ୍ୟଙ୍କୁ ଟାର୍ଗେଟ୍‌ କରି ନାନା ସମାଲୋଚନା କରିଥିଲେ । କହିଥିଲେ ତାଙ୍କର ମନ୍ତ୍ରୀ ପଦ ଆଶା ଥିଲା । ନମିଳିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌କୁ ଟାର୍ଗେଟ୍‌ କରି ଏଣୁତେଣୁ ଲେଖୁଛନ୍ତି । ସେ ବାରମ୍ବାର ଖଣ୍ଡପଡ଼ାରୁ ଲଢ଼ି ହାରିବା ପରେ ବିଜେଡିରେ ମିଶିଲେ । ଆଉ ତାପରେ ଜିତିଲେ ।

ଅରୁଣ ଏଭଳି ନାନା କଥା କହିବା ପରେ ସୌମ୍ୟ ବି ତାଙ୍କୁ କାଉଣ୍ଟର ଆଟାକ୍‌ କରିଥିଲେ । ହେଲେ ଗତକାଲି ସେହି ଏପିସୋଡ୍‌ ସରିନଥିଲା । ସକାଳୁ ସାମ୍ବାଦିକଙ୍କୁ ଡାକି ସୌମ୍ୟଙ୍କ ବିରୋଧରେ ବର୍ଷିଥିଲେ ମହାକାଳପଡ଼ା ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାଏକ । ସେ କହିଥିଲେ,ସୌମ୍ୟ ବ୍ଲାକ୍‌ ମେଲ୍‌ କରୁଛନ୍ତି । ତାପରେ ତୁରନ୍ତୁ ଏହାର କଡ଼ା ଜବାବ ଦେଇଥିଲେ ସୌମ୍ୟ । 

ନାଁ ନନେଇ ଅରୁଣ ଓ ଅତନୁଙ୍କୁ ଆଜି ଧୂମ୍‌ ଧୁଲେଇ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ । କହିଲେ ‘ମୁଁ ସେମାନଙ୍କ କଥାର ଉତ୍ତର ଦେଇ ସେମାନଙ୍କ ଗୁରୁତ୍ୱ ବଢ଼ାଇବାକୁ ଚାହୁଁନି । ସେମାନଙ୍କ ପାଖରେ ଶବ୍ଦର ଅଭାବ ରହିଛି, ସେଥିପାଇଁ ସେମାନେ କେବଳ ବ୍ଲାକମେଲିଂ ବ୍ଲାକମେଲିଂ ହେଉଛନ୍ତି ।

‘ସେମାନଙ୍କ କଥାର ଉତ୍ତର ଦେଇ ତାଙ୍କ ଗୁରୁତ୍ୱ ବଢ଼ାଇବାକୁ ଚାହୁଁନି । ସେମାନେ ଏସବୁ କଥା ମନରୁ କହୁଥିବା ମଧ୍ୟ ମୋର ବିଶ୍ୱାସ ହେଉନି । ଏସବୁ କହିବାକୁ ତାଙ୍କ ଉପରେ କୌଣସି ବ୍ୟକ୍ତିଙ୍କ ଚାପ ପଡୁଛି ବୋଲି ମୋର ମନେ ହେଉଛି । ସେମାନେ ଏଭଳି କହିବାକୁ ବାଧ୍ୟ ହେଉଛନ୍ତି । ନହେଲେ ପେଟପାଟଣା ବୁଡ଼ିଯିବ । ଜଣେ ଥରେ ମନ୍ତ୍ରୀ ପଦ ହରାଇଥିଲେ, ଆଉ ଥରେ ହରାଇ ପାରନ୍ତି । ଆଉ ଜଣେ ମନ୍ତ୍ରୀ ପଦ ହରାଇଛନ୍ତି ।

‘ଏ ନେତା ଏତେ ଅସହାୟ ଯେ, ଯାହା ଉପରୁ କୁହାଯାଉଛି, ସେୟା କହୁଛନ୍ତି । ବିଜେଡି ଲୋକ ଜାଣିଛନ୍ତି ଦଳର ସ୍ୱାର୍ଥ ପାଇଁ କଣ ହେବା ଦରକାର । ଖାଲି ସେତିକି ନୁହେଁ ସୌମ୍ୟ ଆହୁରି କହିଛନ୍ତି ଯେ, ‘ମୁଁ ଯାହା କହୁଛି ଦଳର ସ୍ୱାର୍ଥ ପାଇଁ କହୁଛି, କାହା ମନକୁ ନପାଇଲା ସେଥିରେ ମୋର କିଛି କହିବାର ନାହିଁ । ମୁଁ ବିଜେଡିର ସ୍ୱାର୍ଥ, ଓଡ଼ିଶାର ସ୍ୱାର୍ଥ ପାଇଁ କହୁଛି ।