Karnataka Election
କାହାର ହେବ କର୍ଣ୍ଣାଟକ ? ଆଜି କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟିଂ ଚାଲିଛି । ମୋଟ୍ ୨୨୪ ଆସନ ପାଇଁ ଜାରି ରହିଛି ମତଦାନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ସଂଧ୍ୟା ୬ଟାରେ ଶେଷହେବ । ସେହିପରି ଏହି ନିର୍ବାଚନରେ ୫ କୋଟି ୩୧ ଲକ୍ଷରୁ ଅଧିକ ଭୋଟର ନିଜର ମତ ସାବ୍ୟସ୍ତ କରିବେ । ଏଥି ପାଇଁ ସାରା ରାଜ୍ୟରେ ୫୮ ହଜାର ୫୪୫ ପୁଲିଂ ବୁଥ୍ର ବ୍ୟବସ୍ଥା କରାଯାଇଛି ।
ଏହି ଲଢ଼େଇରେ ମଇଦାନରେ ୨ ହଜାର ୬୧୫ଜଣ ପ୍ରାର୍ଥୀ ରହିଛନ୍ତି । ଏଥର ଶାସନାଧିନ ବିଜେପିକୁ କଡ଼ା ଟକ୍କର ଦେଉଛି କଂଗ୍ରେସ । ତା’ସହ ଦେବଗୌଡ଼ାଙ୍କ ଜେଡିଏସ୍ ବି ଏଥର ଉଭୟ ଦଳକୁ ଫାଇଟ୍ ଦେଇଛି । ୨୪ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ଉଭୟ ବିଜେପି ଏବଂ କଂଗ୍ରେସ ପାଇଁ ବେଶ୍ ଗୁରୁତ୍ୱବହନ କରୁଛି ।
ଭୋଟ୍ ଦେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବେଙ୍ଗାଲୁରୁର ବିଜୟ ନଗରରେ ନିଜର ମତ ସାବ୍ୟସ୍ତ କରିଛନ୍ତି । ଏକ ବୁଥରେ ଭୋଟ୍ ଦେବା ପରେ ନିର୍ମଳା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆଗାମୀ ଦିନରେ ବେଙ୍ଗାଲୁରୁର ଭିତ୍ତିଭୂମି ଆହୁରି ଭଲ ହେବା ଆବଶ୍ୟକ । କର୍ଣ୍ଣାଟକର ଶିଳ୍ପଗୁଡ଼ିକ ଆହୁରି ବୃଦ୍ଧି ପାଇବ । ମୁଁ ଏଥିପାଇଁ ଭୋଟ୍ ଦେଇଛି । କର୍ଣ୍ଣାଟକରେ ଡବଲ୍ ଇଞ୍ଜିନ୍ ସରକାର ପାଇଁ ଭୋଟ୍ ନିର୍ମଳା ଭୋଟ୍ ଦେଇଥିବା ଗଣମାଧ୍ୟମ ଆଗରେ କହିଛନ୍ତି ।
ବିଜେପି ୧୩୦ରୁ ୧୩୫ ଆସନ ଜିତିବ: ୟେଦୁରପ୍ପା
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରୁପ୍ପା ମଧ୍ୟ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ୟେଦୁରାପ୍ପା ଭୋଟ୍ ଦେବା ପରେ କହିଛନ୍ତି, ମୁଁ କର୍ଣ୍ଣାଟକର ସମସ୍ତ ଲୋକଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରୁଛି । ମୁଁ ନିଶ୍ଚିତ ଯେ ସେମାନେ ବିଜେପିକୁ ଭୋଟ୍ ଦେବେ । ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ବିଜେପି ଏଠାରେ ଜିତିବ ବୋଲି ସେ କହିଛନ୍ତି । ତାହାସହ ଏହି ନିର୍ବାଚନରେ ​​ବିଜେପି ୧୩୦ରୁ ୧୩୫ ଆସନ ପାଇବ ବୋଲି ସେ ଦାବି କରିଛନ୍ତି ।
ସେହିପରି ଅନେକ ନେତା ଓ ମନ୍ତ୍ରୀ ବିଭିନ୍ନ ବୁଥ୍ରେ ଭୋଟ୍ ଦେଉଥିବା ନଜିର ରହିଛି । ଶାନ୍ତି ଶୃଙ୍ଖଳାରେ ନିଜର ମତ ସାବ୍ୟସ୍ତ କରିବାକୁ କୁହାଯାଇଛି । ପ୍ରତ୍ୟେକ ବୁଥରେ ସୁରକ୍ଷା ଲାଗି ବ୍ୟାପକ ବ୍ୟବସ୍ଥା ହୋଇଥିବାବେଳେ ପୋଲିସ ମୁତୟନ ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683687398.jpg)