Advertisment

BJP Leadership Training: ବିଜେପି ନେତାଙ୍କୁ ନଡ୍ଡାଙ୍କ ଟିପ୍ସ, ଗ୍ରୁପିଜିମ ଛାଡ଼…ପ୍ରଥମେ ନିଜର ବ୍ୟକ୍ତିତ୍ୱ ତିଆରି କର

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆହୁରି ମଧ୍ୟ କହିଛନ୍ତି- ନିଜ ଅଂଚଳର ଦଳିତ ପରିବାର ସହ ସମ୍ପର୍କରେ ରୁହ । ଅଫିସରଙ୍କ ସହ ଭଲ ସମ୍ପର୍କ ରଖି କାମ ଆଦାୟ କରିବା ଶିଖ ।

ଅଦ୍ୟତନ ହୋଇଛି
‘ସାଂସଦ ବା ମନ୍ତ୍ରୀ ବୋଲି ଅହଂକାର କରନି’

‘ସାଂସଦ ବା ମନ୍ତ୍ରୀ ବୋଲି ଅହଂକାର କରନି’

Advertisment

ବିଧାୟକ, ସାଂସଦ ଅବା ମନ୍ତ୍ରୀ ବୋଲି ଗର୍ବ କି ଅହଂକାର କରନି । ଗ୍ରୁପିଜିମ ଛାଡ଼, ପ୍ରଥମେ ନିଜର ବ୍ୟକ୍ତିତ୍ୱ ତିଆରି କର । ଗ୍ରାଉଣ୍ଡକୁ ଯାଅ । ଅଙ୍ଗନୱାଡି ଓ ମେଡିକାଲକୁ ଯାଇ ଅଧ ଘଣ୍ଟା ବସ । ପୁରୀରେ ଚାଲିଥିବା ବିଜେପି ପ୍ରଶିକ୍ଷଣ ବର୍ଗରେ ବିଧାୟକ ଏବଂ ସାଂସଦମାନଙ୍କୁ ଏମିତି ୧୪ଟି ପଏଣ୍ଟ ଉପରେ ଟିପ୍ସ ଓ ଟାସ୍କ ଦେଇଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ।

Advertisment

ଅଧିକ ପଢ଼ନ୍ତୁ: ପଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ- ବିଜେଡି ନେତା ଅଣନିଃଶ୍ୱାସୀ, କାହିଁକି ପାଣ୍ଡିଆନଙ୍କୁ ଛାଡୁନାହାଁନ୍ତି ନବୀନ ?

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆହୁରି ମଧ୍ୟ କହିଛନ୍ତି- ନିଜ ଅଂଚଳର ଦଳିତ ପରିବାର ସହ ସମ୍ପର୍କରେ ରୁହ । ଅଫିସରଙ୍କ ସହ ଭଲ ସମ୍ପର୍କ ରଖି କାମ ଆଦାୟ କରିବା ଶିଖ । ସରକାର ସହ ସଂଗଠନକୁ ନେଇକି ଚାଲ । ପ୍ରଶିକ୍ଷଣ ଶିବିରରେ ୧ ଘଣ୍ଟାରୁ ଅଧିକ ସମୟ ଧରି ବିଜେପି ସାଂସଦ ଏବଂ ମନ୍ତ୍ରୀ ମାନଙ୍କ କ୍ଲାସ୍‌ ନେଇଥିଲେ ନଡ୍ଡା । ସରକାର, ସଂଗଠନ ଏବଂ ସୁସମ୍ପର୍କ ଉପରେ ଗୁରୁତ୍ୱ ଦେଇ ୧୪ଟି ବିନ୍ଦୁ ଉପରେ ଆଲୋକପାତ କରିଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହାଛଡ଼ା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାକୁ ଜାଣ ଏବଂ ତାହା କେତେଦୂର କାର୍ଯ୍ୟକାରୀ ହେଉଛି ଗ୍ରାଉଣ୍ଡକୁ ଯାଇ ଦେଖ ବୋଲି ମନ୍ତ୍ର ଦେଇଥିଲେ ନଡ୍ଡା ।

Advertisment

ସୂଚନା ଅନୁସାରେ ପୁରୀ ସ୍ଥିତ ସ୍ୱାମୀ ନାରାୟଣ ମୁଖ୍ୟ ମନ୍ଦିର ପରିସରରେ ବିଜେପି ପ୍ରଶିକ୍ଷଣ ବର୍ଗରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ସାଂସଦ ଉପସ୍ଥିତ ଅଛନ୍ତି। କର୍ମଶାଳାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉଦଘାଟନ କରିଥିଲେ । ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଅଛନ୍ତି ।

Odisha BJP JP Nadda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ