Advertisment

ଭୋଟ୍ ବେଳେ ପ୍ୟାକେଜ ଘୋଷଣା: ଝାରସୁଗୁଡ଼ାରେ ଆଦର୍ଶ ଆଚରଣ ବିଧିର ଖୋଲା ଉଲଂଘନ ଅଭିଯୋଗ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଏହାର ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ। ବିଭିନ୍ନ ସମାଜ ଓ ବର୍ଗର ଭୋଟରଙ୍କୁ ଆଖି ଆଗରେ ରଖି ପ୍ୟାକେଜ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଅଦ୍ୟତନ ହୋଇଛି
Jharsuguda Bypoll

Jharsuguda bypoll

Advertisment

ଝାରସୁଗୁଡ଼ା ଉପନିର୍ବାଚନରେ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ଅଭିଯୋଗ। ପ୍ରଚାର ବେଳେ ନିୟମ ମାନୁନାହାଁନ୍ତି ଖୋଦ୍ ରାଜ୍ୟ ସରକାର। ଭୋଟରକୁ ପ୍ରଲୋଭିତ କରିବା ପାଇଁ ଘୋଷଣା। ହେଉଛି ପ୍ୟାକେଜ୍ ପରେ ପ୍ୟାକେଜ୍ ଝାରସୁଗୁଡ଼ା ଉପନିର୍ବାଚନରେ ପଦ୍ମପୁର ମଡେଲର ପ୍ରୟୋଗ। ପଦ୍ମପୁର ବାଇଇଲେକ୍ସନ ବେଳେ ଯେମିତି ମେହେର ସମାଜ, କୁଲତା ସମାଜ ପାଇଁ ରାଜ୍ୟ ସରକାର ଯେମିତି ପ୍ୟାକେଜ ଘୋଷଣା କରିଥିଲେ, ଝାରସୁଗୁଡ଼ାରେ ମଧ୍ୟ ସମାନ ଫର୍ମୁଲା ଆପଣାଇଛନ୍ତି। ଏଠି ଅଗ୍ରିଆ ସଂପ୍ରଦାୟର ୧୮ ପ୍ରତିଶତରୁ ଅଧିକ ଭୋଟ ଥିବାରୁ ସେମାନଙ୍କୁ ପ୍ରଭାବିତ କରିବା ଲାଗି ବିଜେଡି ସରକାର ପ୍ୟାକେଜ୍ ଘୋଷଣା କରିଥିବା କୁହାଯାଉଛି।

Advertisment

ଭୁବନେଶ୍ବରରେ ଅଗ୍ରିଆ ସମାଜ ଲାଗି ଅଗ୍ରିଆ ଭବନ ନିର୍ମାଣ ପାଇଁ ଅଧା ଏକର ଜମି ଓ ତିନି କୋଟି ଟଙ୍କା ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଠିକ୍ ସେଭଳି କେନ୍ଦୁପତ୍ର ହିତାଧିକାରୀଙ୍କୁ ସହାୟତା ବାବଦକୁ ପ୍ରଦାନ କରାଯାଇଛି ୧୧୧ କୋଟି ଟଙ୍କାର ସହାୟତା। ଆଦର୍ଶ ଆଚାରଣ ବିଧି ଲାଗୁ ହୋଇଥିବାରୁ ପରବର୍ତ୍ତି ସମୟରେ ତାହା ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହଯାଇଛି। ତେବେ ଅନ୍ୟ ଜିଲ୍ଲାର କେନ୍ଦୁପତ୍ର ତୋଳାଳିଙ୍କୁ ସହାୟତା ରାଶି ଦିଆଯାଇ ଝାରସୁଗୁଡ଼ାର ହିତାଧିକାରୀଙ୍କୁ ବି ପରୋକ୍ଷରେ ପ୍ରଲୋଭିତ କରାଯାଇଛି।

ଏସବୁ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ବୋଲି ଅଭିଯୋଗ ହୋଇଛି। ତେଣେ କୋଲାବିରା ବ୍ଲକ ଜିଲ୍ଲାପାଲି ପଂଚାୟତର କମ୍ୟୁନିଟି ରିସୋର୍ସ ପର୍ସନମାନେ ସରକାରୀ ଚାକିରିରେ ଥାଇ ବି ନିର୍ବାଚନ ପ୍ରଚାର କରିବା ସହ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଛି ବିଜେପି। ଅଙ୍ଗନୱାଡି କର୍ମୀ ମଧ୍ୟ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସଙ୍କ ପାଇଁ ସୋସିଆଲ ମଡିଆରେ ପ୍ରଚାର କରୁଥିବା ଅଭିଯୋଗ ଆସିଛି। ସେପଟେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମଧ୍ୟ ରାତି ୧୦ଟା ପରେ ନିର୍ବାଚନ ପ୍ରଚାର ଓ ସଭା କରୁଥିବା ଅଭିଯୋଗ କରି ସିଇଓଙ୍କ ଫେରାଦ ହୋଇଛି ବିଜେଡି

Advertisment

ଦୁଇ ରାଜନୈତିକ ଦଳ ପକ୍ଷରୁ ଜିଲ୍ଲାପାଳ ଓ ସିଇଓ ଅଫିସ୍ ରେ ଆଚରଣ ବିଧି ଉଲ୍ଲଂଘନ ନେଇ ଅଭିଯୋଗ ହୋଇଛି। ତାର ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ସେପଟେ ପ୍ରଚାରକୁ ହାତରେ ଆଉ ମାତ୍ର ୨ ଦିନ ରହିଲା। ଆସନ୍ତାକାଲି ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେଣୁ କାଲି ଝାରସୁଗୁଡ଼ାରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ କ୍ୟାଂପେନ୍।

Election Campaign Politics Bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ