Advertisment

ମାଲଦ୍ୱୀପର ‘ବିଗ୍‌ ବୁଲି’କୁ କାଉଣ୍ଟର କଲେ ଜୟଶଙ୍କର !

ଜୟଶଙ୍କରଙ୍କ ଏହି ବିବୃତ୍ତି ଚଳିତ ବର୍ଷ ଜାନୁଆରୀରେ ଦେଇଥିବା ମୁଇଜୁଙ୍କ ବିବୃତ୍ତିକୁ ନେଇ ଆସିଛି। ମୁଇଜୁ କହିଥିଲେ ଯେ ଆମେ ଏକ ଛୋଟ ଦେଶ ହୋଇପାରୁ କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଆମକୁ କେହି ଗାଳିଗୁଲଜ କରିପାରିବେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Jaishankar

Jaishankar

ମହମ୍ମଦ ମୁଇଜୁ ରାଷ୍ଟ୍ରପତି ହେବା ପରଠାରୁ ଭାରତ ଏବଂ ମାଲଦ୍ୱୀପ ସମ୍ପର୍କରେ ତିକ୍ତତା ବଢ଼ିବାରେ ଲାଗିଛି । ଏହି ସମୟରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ନିଜର ଚିରାଚରିତ ଢ଼ଙ୍ଗରେ ମାଲଦ୍ୱୀପକୁ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ମୁଇଜୁଙ୍କ 'ବିଗ୍ ବୁଲି'ର ବିବୃତ୍ତିକୁ ନେଇ ସେ କହିଛନ୍ତି ଯେ ଯେତେବେଳେ ପଡୋଶୀ ଦେଶ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ସେତେବେଳେ ଗୁଣ୍ଡାଗିରି କରୁଥିବା ବିଗ ବୁଲି କେବେ ବି ୪.୫ ବିଲିୟନ ଡଲାରର ସହାୟତା ପ୍ରଦାନ କରନ୍ତି ନାହିଁ ।

Advertisment

ଜୟଶଙ୍କରଙ୍କ ଏହି ବିବୃତ୍ତି ଚଳିତ ବର୍ଷ ଜାନୁଆରୀରେ ଦେଇଥିବା ମୁଇଜୁଙ୍କ ବିବୃତ୍ତିକୁ ନେଇ ଆସିଛି। ମୁଇଜୁ କହିଥିଲେ ଯେ ଆମେ ଏକ ଛୋଟ ଦେଶ ହୋଇପାରୁ କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଆମକୁ କେହି ଗାଳିଗୁଲଜ କରିପାରିବେ ।

ଜୟଶଙ୍କର ଏକ କାର୍ଯ୍ୟକ୍ରମରେ ନିଜ ପୁସ୍ତକ 'WHY BHARAT MATTERS' ଉପରେ ଆଲୋକପାତ କରିଥିଲେ । ଏହି ସମୟରେ ସେ ଭାରତ କିଭଳି ପଡୋଶୀ ଦେଶମାନଙ୍କୁ ସଙ୍କଟ ସମୟରେ ସାହାଯ୍ୟ କରେ, ତା’ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ଏହି ସମୟରେ ଜୟଶଙ୍କରଙ୍କୁ ପଚରାଯାଇଥିଲା ଯେ ଭାରତର ଉପମହାଦ୍ୱୀପରେ ଭାରତକୁ 'ବୁଲି' ଭାବରେ ଦେଖାଯାଉଛି କି?

Advertisment

ଏହା ଉପରେ ଜୟଶଙ୍କର କହିଛନ୍ତି ଯେ ଯେତେବେଳେ ଆପଣ ଭାରତକୁ ଗାଳିଗୁଲଜ କରନ୍ତି ବା ବୁଲି ଭାବେ ଦେଖନ୍ତି, ସେତେବେଳେ ଆପଣ ବୁଝିବା ଉଚିତ ଯେ ସଙ୍କଟ ସମୟରେ ପଡୋଶୀ ଦେଶକୁ 'ବିଗ୍ ବୁଲି' କେବେ ବି 4.5 ବିଲିୟନ ଡଲାର୍‌ର ସହାୟତା ପ୍ରଦାନ କରନ୍ତି ନାହିଁ । 'ବିଗ୍‌ ବୁଲି’ମାନେ କରୋନା ସମୟରେ ଅନ୍ୟ ଦେଶକୁ ଟିକା ଯୋଗାନ୍ତି ନାହିଁ । ଯୁଦ୍ଧ କିମ୍ବା ସଙ୍କଟରେ ପଡ଼ିଥିବା ଦେଶକୁ ଖାଦ୍ୟ ପାନୀୟର ସାହଯ୍ୟ ସହଯୋଗ କରନ୍ତି ନାହିଁ ।

ସେ ଆହୁରି କହିଛନ୍ତି, ଆଜି ଆପଣଙ୍କୁ ଦେଖିବାକୁ ପଡିବ ଯେ ଭାରତ ଏବଂ ଏହାର ପଡୋଶୀ ଦେଶ ମଧ୍ୟରେ କ’ଣ ପରିବର୍ତ୍ତନ ହୋଇଛି। ନିଶ୍ଚିତ ଭାବରେ ବାଂଲାଦେଶ ଏବଂ ନେପାଳ ସହିତ ବାଣିଜ୍ୟିକ ସମ୍ପର୍କ ସୁଦୃଢ଼ ହୋଇଛି। ସେଠାରେ ଏବେ ରାସ୍ତା ଅଛି, ରେଲୱେ ସୁବିଧା ଅଛି ଯାହା ଏକ ଦଶନ୍ଧି ପୂର୍ବରୁ ନଥିଲା । ଗତ କିଛି ବର୍ଷ ମଧ୍ୟରେ ନେପାଳ, ଶ୍ରୀଲଙ୍କା, ଭୁଟାନ ଏବଂ ବାଂଲାଦେଶ ସହିତ ପୁଞ୍ଜି ବିନିଯୋଗ ଏବଂ ବାଣିଜ୍ୟ ବୃଦ୍ଧି ପାଇଛି । ମାଲଦ୍ୱୀପ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ।

Advertisment
Advertisment