• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜଗନଙ୍କ ନାମରେ ହତ୍ୟା ଅଭିଯୋଗ । ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ତଥା ତେଲୁଗୁ ଦେଶମ ବା ଟିଡିପିର ସାଧାରଣ ସମ୍ପାଦକ ନାରା ଲୋକେଶ । ଗତକାଲି ଜଗନଙ୍କ ନାମରେ ହତ୍ୟା ଅଭିଯୋଗ ଆଣି ସେ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନିଜର ବବାଇ ବା ଦାଦା ୱାଇ.ଏସ୍. ବିବେକାନନ୍ଦ ରେଡ୍ଡୀଙ୍କୁ ହତ୍ୟା କରିଛନ୍ତି ।

ଶ୍ରୀକାକୁଲମ୍ ଜିଲ୍ଲାରେ ଏକ ରାଲିରେ ଯୋଗ ଦେବା ଅବସରରେ ସେ ଏହି କଥା କହିଛନ୍ତି । ଜଗନ୍ ରେଡ୍ଡୀ ନିଜର ଦାଦାଙ୍କୁ ହତ୍ୟା କରିଛନ୍ତି । ସେ ଆହୁରି ଅଧିକ ପରିବାର ସଦସ୍ୟଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ କି ବୋଲି ପ୍ରଶ୍ନ କରିଛନ୍ତି ନାରା ଲୋକେଶ । ଲୋକେଶ କହିଛନ୍ତି ଯେ ଜଗନଙ୍କ ନେତୃତ୍ୱାଧୀନ YSRCP ସରକାର ତାଙ୍କ ପିତା ତଥା ଟିଡିପି ସୁପ୍ରିମୋ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ୫୩ ଦିନ ଧରି କାରାଗାରରେ ବନ୍ଦୀ କରି ରଖିଛନ୍ତି ।

ଗତ ଚାରି ବର୍ଷ ମଧ୍ୟରେ ଟିଡିପି କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ପ୍ରବଳ ମାତ୍ରାରେ ମିଥ୍ୟା ମାମଲା ରୁଜୁ କରାଯାଇଛି । ଯାହା ମଧ୍ୟରେ ପ୍ରାୟ ୨୨ଟି ମାମଲା କେବଳ ତାଙ୍କ ଉପରେ ରୁଜୁ କରାଯାଇଛି ବୋଲି କହିଛନ୍ତି । ଏହି ମାମଲାମାନଙ୍କ ମଧ୍ୟରେ ହତ୍ୟା ଉଦ୍ୟମ ପର୍ଯ୍ୟନ୍ତ ରହିଛି ।

YSRCP ନେତାମାନେ ଜାଣିଶୁଣି ଟିଡିପି ନେତାଙ୍କୁ ଅସୁବିଧାରେ ପକାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ନାରା । ଜଗନଙ୍କୁ ବିରୋଧ କରି ଟିଡିପି ନେତା କହିଛନ୍ତି ଯେ, ନିଜ ରାଜ୍ୟକୁ ସେ ଗଞ୍ଜେଇର ରାଜଧାନୀ କରିସାରିଛନ୍ତି । ଏଣୁ ଜଗନଙ୍କୁ ଜେଲ୍ ପଠାଇବାକୁ ଲୋକମାନେ ପ୍ରସ୍ତୁତ କି ନାହିଁ ବୋଲି ନାରା ଲୋକେଶ ପ୍ରଶ୍ନ କରିଛନ୍ତି ।

ନାରା ଅଭିଯୋଗ କରିଛନ୍ତି ଯେ, ଜଗନ ରେଡ୍ଡୀ ୬,୧୦୦ ପଦବୀ ପାଇଁ DSC ବିଜ୍ଞପ୍ତି ପ୍ରକାଶ କରିବାର ପ୍ରତିଶ୍ରୁତି ଦେଇ ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଟିଡିପି ସରକାର ଗଠନ କଲେ ପ୍ରତିବର୍ଷ ପରୀକ୍ଷା କରିବ ବୋଲି କହିଛନ୍ତି । ତେବେ ଏନେଇ YSRCP କିମ୍ବା ଜଗନଙ୍କର କୌଣସି ମତାମତ ମିଳିପାରିନାହିଁ ।