/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678705333.jpg)
Jayanarayan Mishra
ବିଧାନସଭାରେ 5Tକୁ ନେଇ ବିରୋଧୀଦଳ ନେତା ଜୟନାରାଣଙ୍କ ପ୍ରଶ୍ନ । 5-T ଏକ ବିଭାଗ କି ବୋଲି ଆଜି ଶୂନ୍ୟକାଳରେ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା । ସେ କହିଛନ୍ତି, 5T କଣ ବୁଝାପଡୁନି । ଏହା କଣ ଏକ ବିଭାଗ କି ? ଯଦି ଏହା ଏକ ବିଭାଗ ତେବେ ଅଫିସ୍ କେଉଁଠି ? ରାଜୀବ ଭବନ, ଲୋକସେବା ଭବନ ନା ଖାରବେଳ ଭବନରେ ଅଫିସ ଅଛି ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ।
ଅନ୍ୟ ବିଭାଗର କ୍ଷମତା ସଂକୁଚିତ ପାଇଁ ବିଭାଗ କରାଯାଇଛି କି ବୋଲି ସେ ସେ ପ୍ରଶ୍ନ କରିଛନ୍ତି । ଏଥିସହ ଯଦି 5-T ଏକ ବିଭାଗ ତେବେ ବିଧାନସଭାରେ କାହିଁକି ପ୍ରଶ୍ନୋତ୍ତର ହେଉନି । ଏହି ବିଭାଗର ଅନ୍ୟ ଲୋକମାନେ ସବୁ କିଏ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ସରକାର ଏନେଇ ସ୍ପଷ୍ଟୀକରଣ ରଖନ୍ତୁ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର। ..
ବିରୋଧୀ ଦଳ ନେତାଙ୍କ ପ୍ରଶ୍ନର ଜବାବ ରଖି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, 5-T ଏକ ନିର୍ଦ୍ଦିଷ୍ଟ ବିଭାଗ ନହୋଇପାରେ । ତେବେ ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ଚିନ୍ତାଧାରା । ଏହା ମହାମନ୍ତ୍ର ଭଳି କାମ କରୁଛି ।
ତଳ ସ୍ତରରେ ବିଭିନ୍ନ ଅନିୟମିତତା ଓ ବିଭିନ୍ନ ସମସ୍ୟା ହେଉଛି। ତାକୁ ଲୋକେ ଭିଜିଲାନ୍ସକୁ ଦେବାକୁ ପୂର୍ବରୁ କହୁଥିବା ବେଳେ ଏବେ 5T କୁ ଦେବାକୁ କହୁଛନ୍ତି । 5T କୁ ଜଣେଇଲେ ଅନେକ ସମସ୍ୟାର ସମାଧାନ ହେଉଛି । ବିରୋଧୀ ଦଳ ବି 5T ସଚିବ ବୋଲି ସମ୍ବୋଧନ କରୁଛନ୍ତି । ଶାସନ ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ପାଇଁ 5T ବ୍ୟବସ୍ଥା ଏକ ଚିନ୍ତାଧାରା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)