/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754392233.jpg)
Mahua Moitra
ଲୋକସଭାର ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେବାର ଦିନକ ପରେ ତୃଣମୂଳ କଂଗ୍ରେସର ବରିଷ୍ଠ ସାଂସଦ କଲ୍ୟାଣ ବାନାର୍ଜୀ ତାଙ୍କ ଦଳର ସହକର୍ମୀ ସାଂସଦ ମହୁଆ ମୈତ୍ରଙ୍କ ବିରୁଦ୍ଧରେ ପୁଣି ଆକ୍ରମଣ ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ମହୁଆଙ୍କ ନିକଟରେ ସାଧାରଣ କୃତଜ୍ଞତାର ଅଭାବ ରହିଛି ଏବଂ ତାଙ୍କୁ ସମର୍ଥନ କରିଥିବାରୁ ସେ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି।
ସେରାମପୁରର ସାଂସଦ କଲ୍ୟାଣ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, "୨୦୨୩ରେ ମହୁଆ ମୈତ୍ର ସଂସଦରେ ଅଭିଯୋଗର ସମ୍ମୁଖୀନ ହେଉଥିବା ସମୟରେ ମୁଁ ତାଙ୍କ ପାଇଁ ଛିଡ଼ା ହୋଇଥିଲି । ଏହା ମୋର ଦୃଢ଼ ବିଶ୍ୱାସ ପାଇଁ ଥିଲା, ବାଧ୍ୟବାଧ୍ୟକତା ନଥିଲା । ଆଜି ସେ ମୋତେ 'ମହିଳା ବିରୋଧୀ' ବୋଲି କହି ସେହି ସମର୍ଥନର ପ୍ରତିଦାନ ଦେଇଛନ୍ତି। ମୁଁ ଦେଶବାସୀଙ୍କୁ କ୍ଷମା ମାଗୁଛି ଯେ ମୁଁ ଜଣେ ଏପରି ବ୍ୟକ୍ତିଙ୍କୁ ସମର୍ଥନ କରିଥିଲି, ଯାହାର ସାଧାରଣ କୃତଜ୍ଞତାର ଅଭାବ ରହିଛି । ଲୋକମାନେ ତାଙ୍କ କଥାକୁ ଦେଖନ୍ତୁ ଏବଂ ବିଚାର କରନ୍ତୁ।" ସେ ମହୁଆଙ୍କ ସମର୍ଥନରେ ଦେଇଥିବା ଭାଷଣର ଏକ ଭିଡିଓ ସେୟାର କରିଛନ୍ତି। ଗତ କିଛି ମାସ ଧରି କଲ୍ୟାଣ ଏବଂ ମହୁଆ ମୈତ୍ର ପରସ୍ପର ବିରୋଧରେ କଟୁ ମନ୍ତବ୍ୟ ଦେଇ ଆସୁଛନ୍ତି।
ଏହି ବିବାଦର କାରଣ ହେଉଛି ମହୁଆଙ୍କ ଏକ ପଡ଼କାଷ୍ଟରେ ଦେଇଥିବା ମନ୍ତବ୍ୟକୁ ନେଇ । ଶ୍ରୀ ବାନାର୍ଜୀଙ୍କ ମୌଖିକ ଆକ୍ରମଣ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ମହୁଆ କହିଥିଲେ, "ଆପଣ ଗୋଟିଏ ଘୁଷୁରୀ ସହ କୁସ୍ତି କରନ୍ତି ନାହିଁ। କାରଣ ଘୁଷୁରୀକୁ ତାହା ପସନ୍ଦ ହୁଏ ଓ ଆପଣ ମଇଳା ହୁଅନ୍ତି। ଭାରତରେ ମହିଳା ବିରୋଧୀ, ଯୌନ ନିରାଶାବାଦୀ ଏବଂ ଅସଭ୍ୟ ପୁରୁଷ ଅଛନ୍ତି । ସେମାନଙ୍କର ପ୍ରତିନିଧିତ୍ୱ ସଂସଦରେ ସବୁ ଦଳରେ ରହିଛି।" ଶ୍ରୀ ବାନାର୍ଜୀଙ୍କର ମହୁଆଙ୍କ ବିରୁଦ୍ଧରେ ବ୍ୟକ୍ତିଗତ ଆକ୍ରମଣ ଜୁନ୍ ମାସରେ ଖବରରେ ଥିଲା। ଏକ କଲେଜରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା ପରେ ଶ୍ରୀ ବାନାର୍ଜୀ କହିଥିଲେ, "ଯଦି ଜଣେ ବନ୍ଧୁ ଜଣେ ବାନ୍ଧବୀଙ୍କୁ ଦୁଷ୍କର୍ମ କରେ, ତାହେଲେ ସୁରକ୍ଷା କିପରି ନିଶ୍ଚିତ କରାଯାଇ ପାରିବ? ସ୍କୁଲରେ ପୋଲିସ ରହିବେ କି?" ତୃଣମୂଳ କଂଗ୍ରେସ ଏହି ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଥିଲା, ଏବଂ ମହୁଆ ଏକ କଡା ମନ୍ତବ୍ୟ ଦେଇ କହିଥିଲେ, "ଭାରତରେ ମହିଳା ବିରୋଧୀ ସବୁ ଦଳରେ ଅଛନ୍ତି । ତେବେ ତୃଣମୂଳ କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ ଆମେ ଏହି ଘୃଣ୍ୟ ମନ୍ତବ୍ୟକୁ ନିନ୍ଦା କରୁଛୁ, ତାହା ଯିଏ କହିଥାଉ ନା କାହିଁକି।"
ଏହା ପରେ କଲ୍ୟାଣ ଏକ ବ୍ୟକ୍ତିଗତ ଆକ୍ରମଣକୁ ଉସକାଇ ଦେଇଥିଲେ । ସେ ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ସହ ମହୁଆଙ୍କ ବିବାହକୁ ଉଲ୍ଲେଖ କରିଥିଲେ। ସେ କହିଥିଲେ, "ସେ କହୁଛନ୍ତି ମୁଁ ମହିଳା ବିରୋଧୀ। ସେ କ’ଣ? ସେ ଗୋଟିଏ ପରିବାର ଭାଙ୍ଗି ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ଆଉ ସେ କହୁଛନ୍ତି ମୁଁ ମହିଳା ବିରୋଧୀ। ମହୁଆଙ୍କର ଘୁଷୁରୀ ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କଲ୍ୟାଣ ପ୍ରତିଶୋଧ ପରାୟଣ ହୋଇ କହିଥିଲେ, "ଜଣେ ସାଂସଦଙ୍କୁ ଘୁଷୁରୀ ସହ ତୁଳନା କରି ଏଭଳି ଭାଷା ବ୍ୟବହାର କରିବା ଦୁର୍ଭାଗ୍ୟଜନକ । ଏକ ସଭ୍ୟ ସମାଜରେ ସେ ସାମାନ୍ୟତମ ସମ୍ମାନ ଦେଇ ଜାଣିନାହାନ୍ତି । ଏହା ତାଙ୍କ କଥାରୁ ପ୍ରତିଫଳିତ ହେଉଛି ।
ସେ ଆହୁରି କହିଛନ୍ତି, ମୁଁ ଯାହା କହିଥିଲି ତାହା ଥିଲା ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ଏବଂ ବ୍ୟକ୍ତିଗତ ଆଚରଣ ସମ୍ପର୍କିତ ପ୍ରଶ୍ନ । ତାହା ପ୍ରତ୍ୟେକ ବ୍ୟକ୍ତି ସେ ପୁରୁଷ ହୁଅନ୍ତୁ କି ମହିଳା ସମସ୍ତେ ସମ୍ମୁଖୀନ କରିବାକୁ ପ୍ରସ୍ତୁତ ରହିବା ଉଚିତ। ଯଦି ଏହି ତଥ୍ୟଗୁଡ଼ିକ ଅସୁବିଧାଜନକ କିମ୍ବା ଅସହଜ ହୁଏ, ତେବେ ଏହାକୁ 'ମହିଳା ବିରୋଧୀ' ବୋଲି କହି କରି ସମାଲୋଚନାରୁ ଖସିଯିବା ନ୍ୟାୟସଙ୍ଗତ ନୁହେଁ। ଜଣେ ପୁରୁଷ ସହକର୍ମୀଙ୍କୁ 'ଯୌନ ନିରାଶାବାଦୀ' ବୋଲି କହିବା ସାହସ ନୁହେଁ, ଏକ ସ୍ପଷ୍ଟ ଅପମାନ। ଯଦି ଏପରି ଭାଷା ଜଣେ ମହିଳାଙ୍କ ପ୍ରତି କୁହାଯାଇଥାଆନ୍ତା, ତେବେ ସାରା ଦେଶ ଉଠୁ ଥାଆନ୍ତା ପଡୁ ଥାଆନ୍ତା । କିନ୍ତୁ ଯେତେବେଳେ ଜଣେ ପୁରୁଷଙ୍କୁ କୁହାଯାଏ, ତାକୁ ଖାରଜ କରାଯାଏ କିମ୍ବା ପ୍ରଶଂସା କରାଯାଏ। ପୁରୁଷ ହୁଅନ୍ତୁ ବା ମହିଳା ସବୁବେଳେ ଅପମାନ ହେଉଛି ଅପମାନ ବୋଲି ସେ କହିଛନ୍ତି । - ଲିଙ୍ଗ ନିର୍ବିଶେଷ। ଏପରି ମନ୍ତବ୍ୟ କେବଳ ଅଶୋଭନୀୟ ନୁହେଁ, ଏହା ବିଷାକ୍ତ ଦୋମୁହାଁ ନୀତି ।
ଗତକାଲି କଲ୍ୟାଣ କହିଥିଲେ ଯେ 'ଦିଦି' (ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ) ଏକ ଭର୍ଚୁଆଲ ବୈଠକରେ ପାର୍ଟି ସାଂସଦମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହିଥିବା କହିଥିଲେ । ତେଣୁ ସେ ଲୋକସଭାରେ ଦଳର ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଦାୟିତ୍ୱ ମୋ ଉପରେ। ତେଣୁ ମୁଁ ପଦତ୍ୟାଗ କରିବାକୁ ନିଷ୍ପତ୍ତି ନେଇଛି। ଏହା ମଧ୍ୟରେ ମମତା ବାନାର୍ଜୀ ପାର୍ଟି ସାଂସଦମାନଙ୍କୁ ପରସ୍ପର ମଧ୍ୟରେ ଝଗଡ଼ା ନକରି ମିଳିତ ଭାବେ ସରକାରଙ୍କ ବିରୁଦ୍ଧରେ ଲଢ଼ିବା ଉପରେ ଧ୍ୟାନ ଦେବାକୁ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)