Advertisment

ଝାରସୁଗୁଡ଼ାରେ ବିଜେଡିକୁ ଅଡୁଆ ଗୋଷ୍ଠୀ କନ୍ଦଳ: ଦିବଙ୍ଗତ ନବ ଓ କିଶୋର ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା

ଝାରସୁଗୁଡ଼ା ଉପନିର୍ବାଚନରେ ବିରୋଧୀ ଅପେକ୍ଷା ବିଜେଡିକୁ ବିଜେଡିର ଚିନ୍ତା। ଅଡୁଆ ହୋଇପାରେ ଦଳରେ ଚାଲିଥିବା ଗୋଷ୍ଠୀ କନ୍ଦଳ। କାରଣ ଦିବଂଗତ ନେତା ନବ ଦାସ ଓ କିଶୋର ମହାନ୍ତିଙ୍କ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି ଛକାପଞ୍ଝା।

ଅଦ୍ୟତନ ହୋଇଛି
Jharsuguda Bypoll

Jharsuguda bypoll

Advertisment

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିକୁ ଅଡୁଆ ଗୋଷ୍ଠୀକନ୍ଦଳ। ଦିବଙ୍ଗତ ନେତା ନବ ଦାସ ଓ କିଶୋର ମହାନ୍ତି ଗୋଷ୍ଠୀ ମଧ୍ୟରେ ଭିତରେ ଭିତରେ ଲାଗି ରହିଛି ଛକାପଞ୍ଝା। ବିଜେଡି ପକ୍ଷରୁ ତାଳିପକା ଉଦ୍ୟମ କରାଯାଇଥିଲେ ବି ଦଳକୁ ଘାରିଛି ଗୋଷ୍ଠୀ କନ୍ଦଳ ଚିନ୍ତା। ଯଦିଓ ୧୯ ନିର୍ବାଚନରେ କିଶୋର ମହାନ୍ତି ବ୍ରଜରାଜନଗରରୁ ପ୍ରାର୍ଥୀ ହୋଇ ଜିତିବା ପରେ ବିବାଦ ବଢ଼ିଥିଲା, ତାର ପ୍ରଭାବ ଏବେ ବି ଝାରସୁଗୁଡ଼ା ଉପନିର୍ବାଚନରେ ପଡ଼ିବ ବୋଲି  ଚର୍ଚ୍ଚା ହେଉଛି।

Advertisment

ପୁରୁଣା ବନାମ୍ ନୂଆ... ନବ ବିଜେଡି ବନାମ୍ କିଶୋର ବିଜେଡି। ଝାରସୁଗୁଡ଼ା ଉପନିର୍ବାଚନ ବେଳେ ତୀବ୍ର ହୋଇଛି ଗୋଷ୍ଠୀ କନ୍ଦଳ। ଝାରସୁଗୁଡ଼ା ଉପନିର୍ବାଚନରେ ବିରୋଧୀ ଅପେକ୍ଷା ବିଜେଡିକୁ ବିଜେଡିର ଚିନ୍ତା। ଅଡୁଆ ହୋଇପାରେ ଦଳରେ ଚାଲିଥିବା ଗୋଷ୍ଠୀ କନ୍ଦଳ। କାରଣ ଦିବଂଗତ ନେତା ନବ ଦାସ ଓ କିଶୋର ମହାନ୍ତିଙ୍କ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି ଛକାପଞ୍ଝା। ହେଲେ ଏହି ଗୋଷ୍ଠୀ କନ୍ଦଳ କିଛି ନୂଆ ନୁହେଁ। ନବ ଦାସ ୨୦୧୯ରେ ବିଜେଡିକୁ ଆସିବା ପରେ ପରେ ହିଁ ତୀବ୍ର ହୋଇଥିଲା ଗୋଷ୍ଠୀ ବିବାଦ।

କାହିଁକି ନା ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରୁ ଦିବଂଗତ ନେତା କିଶୋର ମହାନ୍ତି ତିନି ତନି ଥର ବିଧାୟକ ହୋଇଥିଲେ। ନବ ଦାସ ବିଜେଡିରେ ସାମିଲ ହେବାପରେ କିଶୋରଙ୍କୁ ଏକ ପ୍ରକାର କୋଣଠେସା କରାଯାଇଥିଲା। ଏହାସତ୍ତ୍ବେ ୧୯ ନିର୍ବାଚନରେ କିଶୋର, ପଡ଼ୋଶୀ ନିର୍ବାଚନ ମଣ୍ଡଳୀ ବ୍ରଜରାଜନଗରରୁ ବିଜେଡି ଟିକଟରେ ବିଧାୟକ ହୋଇଥିଲେ। କିନ୍ତୁ ଏହା ପରେ ନବ-କିଶୋର ବିବାଦ ଆହୁରି ବଢିଥିଲା। ସେହି ନିର୍ବାଚନରେ ଝାରସୁଗୁଡ଼ାରେ ଥିବା କିଶୋରଙ୍କ ସମର୍ଥକ, ନବଙ୍କୁ ସମର୍ଥନ ନକରି ଭିତିରିଆ ଭାବେ ବିଜେପିକୁ ଭୋଟ୍ ଡାଇଭର୍ଟ କରିଥିବା ଚର୍ଚ୍ଚା ହୋଇଥିଲା। ଯା ଫଳରେ ବିଜେପି ପ୍ରାର୍ଥୀ ଦିନେଶ ଜୈନ ପ୍ରାୟ ୫୨ ହଜାର ଭୋଟ ପାଇଥିଲେ। 

Advertisment

ଏମିତିକି କିଶୋର ମହାନ୍ତି ବିଜେଡି ଅଫିସରୁ ପାର୍ଟି କାମ କରୁଥିବା ବେଳେ ନବ ଦାସ ନିଜେ ଅଫିସ୍ ଖୋଲି ଦଳ କଥା ବୁଝୁଥିଲେ। ଏବେ ଦୁଇ ନେତାଙ୍କ ଅବର୍ତ୍ତମାନରେ ଉଭୟ ଗୋଷ୍ଠୀଙ୍କୁ ଦଳ ପକ୍ଷରୁ ବୁଝାସୁଝା କରାଯାଇଛି। ବିରୋଧୀ ବିଜେପି ଓ କଂଗ୍ରେସ ଏହି ଗୋଷ୍ଠୀକନ୍ଦଳରୁ ଫଇଦା ନେବା ଚକ୍କର ଥିବା ବେଳେ ବିଜେଡି କିନ୍ତୁ ଗୋଷ୍ଠୀ କନ୍ଦଳ କଥାକୁ ଖଣ୍ଡନ କରିଛି।

ସେପଟେ ଦିବଙ୍ଗତ ନେତା କିଶୋର ମହାନ୍ତି ଝାରସୁଗୁଡ଼ା ବିଜେଡି ଜିଲ୍ଲା ସଭାପତି ଥିଲେ। ହେଲେ ତାଙ୍କ ଦେହାନ୍ତ ପରେ ଏପର୍ଯ୍ୟନ୍ତ ଏହି ପଦବୀ ଖାଲି ପଡ଼ିଛି। ଗୋଷ୍ଠୀ ବିବାଦ ଏଡ଼ାଇବାକୁ କାହାରିକୁ ଏହି ଦାୟିତ୍ୱ ଦିଆଯାଇ ନଥିବା ଚର୍ଚ୍ଚା ହେଉଛି। ସେପଟେ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ବ୍ରଜରାଜନଗରରେ ହୋଇଥିବା ଉପନିର୍ବାଚନରେ କିଶୋରଙ୍କ ଧର୍ମପତ୍ନୀ ଅଳକା ମହାନ୍ତି ବିଜୟୀ ହୋଇଥିଲେ। ଝାରସୁଗୁଡ଼ା ଉପନିର୍ବାଚନରେ ଅଳକା କ୍ୟାଂପେନ୍ କରୁଥିଲେ ମଧ୍ୟ ସେତେଟା ସକ୍ରିୟ ନଥିବା ଦେଖିବାକୁ ମିଳୁଛି।

Advertisment

ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତେକି ସରଗରମ ହେଉଛି ଝାରସୁଗୁଡା ରାଜନୀତି। ତେବେ ବିଜେଡିର ଗୋଷ୍ଠୀକନ୍ଦଳ ଭୋଟକୁ କେତେ ପ୍ରଭାବିତ କରିବ ତା ଉପରେ ନଜର। 

BJD Bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ