ବିଧାନସଭାରେ ପୁଣି ନବ ଦାସ ହତ୍ୟା ପ୍ରସଙ୍ଗ, ସରକାରଙ୍କୁ ଘେରିଲେ ବିରୋଧୀ..

ନବ ଦାସ ହତ୍ୟାକାଣ୍ଡକୁ ୩୦ଦିନ ପୁରିବାକୁ ଯାଉଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ କୌଣସି ଟେର ପାଉନି ବୋଲି ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଛନ୍ତି ।

Santosh Singh Saluja

ବିଧାନସଭା ଶୂନ୍ୟକାଳରେ ପୁଣି ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଆଣିଲେ ସାଂଘାତିକ ଅଭିଯୋଗ । କହିଲେ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ହେଉଛି ପ୍ଲାନଡ ମର୍ଡର । କ୍ରାଇମବ୍ରାଞ୍ଚ ଯେଭଳି ତଦନ୍ତ କରୁଛି ତାହା ଲୋକଙ୍କ ମନକୁ ଛୁଉଁନି । ଗୋପାଳ କେବଳ ପାଗଳ କି ନୁହେଁ, ତାର ତଦନ୍ତ ହେଉଛି । କିନ୍ତୁ ଗୋପାଳ କାହିଁକି ମାରିଲା ତାର ତଦନ୍ତ କରାଯାଉନି କହିଲେ ତାରା । ଏନେଇ ନିୟମିତ ଭାବେ ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ତଥ୍ୟ ରଖିବା ନେଇ ବାଚସ୍ପତିଙ୍କ ରୁଲିଂ ଦାବି କକରିଛନ୍ତି ତାରା ବାହିନୀପତି ।

ସେପଟେ ନବ ଦାସ ହତ୍ୟାକାଣ୍ଡକୁ ୩୦ଦିନ ପୁରିବାକୁ ଯାଉଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ କୌଣସି ଟେର ପାଉନି ବୋଲି ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଛନ୍ତି । କାହିଁକି ହତ୍ୟା ହୋଇଛି ରାଜନୈତିକ ଉଦ୍ଦେଶ୍ୟ ନା ବ୍ୟାବସାୟିକ କାରଣ ? ଭଟଲି ବିଧାୟକ ସୁଶାନ୍ତ ସିଂ ଓ ମନ୍ତ୍ରୀ ନବ ଦାସ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେଉଛି । ତେଣୁ ନବ ଦାସ ହତ୍ୟାକାଣ୍ଡରେ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ଏସଆଇଟି ତଦନ୍ତ ପାଇଁ ସେ ଦାବି କରିଛନ୍ତି । ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ମଧ୍ୟ ନବ ଦାସ ପ୍ରସଙ୍ଗ ଉଠାଇ ସିବିବଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।