• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୋଲିସ ଓ ଓକିଲଙ୍କୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସାଂଘାତିକ ମନ୍ତବ୍ୟ । କହିଲେ ପୀଡ଼ିତଙ୍କଠାରୁ କମିଶନ ନେଉଛି ପୋଲିସ । ଖାଲି ପୋଲିସ ନୁହେଁ ଆଇନଜୀବୀ ମଧ୍ୟ ପୀଡ଼ିତଙ୍କଠାରୁ ନେଉଛନ୍ତି କମିଶନ । ଖୋଦ୍‌ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଏବେ ରାଜ୍ୟ ରାଜନୀତିକୁ ଚର୍ଚ୍ଚାର ଖୋରାକ ଯୋଗାଇଛି । ନିଜେ ମନ୍ତ୍ରୀ କହୁଛନ୍ତି ତାଙ୍କ ପୋଲିସ ପୀଡ଼ିତଙ୍କଠାରୁ କମିଶନ ନେଉଛି । ଆଜି କହୁ କହୁ ମନ୍ତ୍ରୀ କହିଦେଲେ, ଆଟ୍ରୋସିଟି କେସ୍‌ ଗୁଡ଼ିକରେ ପୋଲିସ ଓ ଓକିଲ କମିଶନ ଖାଉଛନ୍ତି ।

ଏହାସହ ସେ ଆହୁରି ଏକ ବଡ଼ କଥା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଅଧିକାଂଶ ଆଟ୍ରୋସିଟି ମାମଲା ରାଜନୈତିକ ପରିଚାଳିତ । କାହାକୁ ଫସେଇବାକୁ ହେଲେ SC/ST ମାମଲାର ସହାୟତା ନିଆଯାଉଛି ବା ସେଥିରେ ଛନ୍ଦି ଦିଆଯାଉଛି । ଆଟ୍ରୋସିଟି କେସ୍‌ ଲାଗିଲେ ଜଣେ ବ୍ୟକ୍ତି ଡରିବା ସ୍ୱାଭାବିକ୍ । ସେ ଆହୁରି ମଧ୍ୟ କହିଛନ୍ତି ଯେ, SC/STଙ୍କୁ କିଛି କ୍ଷେତ୍ରରେ ପଲିଟିକାଲ ଟୁଲ୍ ଭାବେ ବ୍ୟବହାର କରାଯାଉଛି ।

ଅନ୍ୟପଟେ SDPOଙ୍କ ତଦନ୍ତରେ ଅଟ୍ରୋସିଟି ଅଭିଯୋଗ ସତ ପ୍ରମାଣିତ ହେଲେ ପୀଡ଼ିତଙ୍କୁ କ୍ଷତିପୂରଣ ଦିଆଯାଉଛି । ଆଉ ପୀଡ଼ିତଙ୍କୁ ଯେଉଁ ମୋଟା ଅଙ୍କର କ୍ଷତିପୂରଣ ମିଳୁଛି ସେଥିରେ ଭାଗ ବସାଉଛନ୍ତି ଓକିଲ ଓ ପୋଲିସ ଅଧିକାରୀ । ଅର୍ଥାତ ପୀଡ଼ିତ ପାଉଥିବା କ୍ଷତିପୂରଣର ଅଂଶ ପୋଲିସ ବାବୁ ନେଉଥିବା ବେଳେ ଓକିଲ ମଧ୍ୟ କିଛି ଅଂଶ ନେଉଛନ୍ତି । ଉଦାହରଣ ସ୍ୱରୂପ ଦୁଇ ଲକ୍ଷ ଟଙ୍କାରୁ ଦେଢ଼ ଲକ୍ଷ କମିଶନ ଦେବା ପରେ ପୀଡ଼ିତ ୫୦ ହଜାର ପାଇଲେ ବି ଖୁସି ହେଉଛି କହିଲେ ମନ୍ତ୍ରୀ ।