Advertisment

ବିମାନ ଉଡିପାରିବନି କି ବଡ଼ ଗାଡ଼ି ଯାଇପାରିବନି, JCBକୁ ଖୋଳିବା ଅନୁମତି ଦେଲା କିଏ ?

ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ କରିଛନ୍ତି ଅପରାଜିତା । କାହିଁକି ହାଉସ୍ କମିଟି ଶ୍ରୀମନ୍ଦିର ତଦାରଖ ପାଇଁ ଆସି ନାହାନ୍ତି ବୋଲି ସେ କହିଛନ୍ତି । ASI ଅନୁମତି ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ହେଉଛି କି ବୋଲି ପଚାରିଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
undefined

MP Aparajita Sarangi slams Odisha govt over Srimandir Parikrama project row

ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ କରିଛନ୍ତି ଅପରାଜିତା । କାହିଁକି ହାଉସ୍ କମିଟି ଶ୍ରୀମନ୍ଦିର ତଦାରଖ ପାଇଁ ଆସି ନାହାନ୍ତି ବୋଲି ସେ କହିଛନ୍ତି । ASI ଅନୁମତି ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ହେଉଛି କି ବୋଲି ପଚାରିଛନ୍ତି । ନିଷିଦ୍ଧାଞ୍ଚଳରେ ୩୦ ଫୁଟ ଗାତ ଖେଳିବାକୁ କିଏ ଅନୁମତି ଦେଲା ଏବଂ କେଉଁ ଇଞ୍ଜିନିୟର ଓ ବିଶେଷଜ୍ଞ ୩୦ ଫୁଟ ଗାତ ପାଇଁ ଅନୁମତି ଦେଲେ ବୋଲି ପ୍ରଶ୍ନ କରିଛନ୍ତି ।

Advertisment

ମନ୍ଦିର ଉପରେ ବିମାନ ଉଡ଼ିବା ଏବଂ ପାଖରେ ବଡ଼ ଗାଡ଼ି ଚାଳନା ଯଦି ମନା, ତେବେ ଜେସିବି ଦ୍ୱାରା ଗାତ ଖୋଳିବାକୁ ଅନୁମତି ମିଳିଲା କିପରି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । କେଉଁଠି T ଓ ଟ୍ରାନ୍ସାପାରେନ୍ସି ଅଛି ବୋଲି ପଚାରିବାକୁ ଚାହୁଁଛି ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ ।

ପୁରୀ ଯିବା ବେଳେ ସାଂସଦ ଅପରାଜିତାଙ୍କ ଗାଡ଼ିକୁ ଅଟକାଇଥିଲା ପୋଲିସ । ପାଦରେ ଚାଲିକି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯିବାକୁ ଚାହୁଁଛି ବୋଲି କହିଥିଲେ ଅପରାଜିତା । ମୁଁ ଏକାକି ଚାଲିକି ଯାଇ ଦର୍ଶନ କରିବି ବୋଲି କହିଥିଲେ ଅପରାଜିତା । ପ୍ରଶାସନିକ ଅଧିକାରୀଙ୍କ ସହ ଅପରାଜିତାଙ୍କ ଆଲୋଚନା ହୋଇଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

Advertisment

ପୁରୀ ଗସ୍ତ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଚନ୍ଦନପୁର କାଠପୋଲ ନିକଟରେ ପ୍ରତିକ୍ରିୟା ରଖିଥିଲେ । ସେ କହିଛନ୍ତି ଯେ, 'ପଦଯାତ୍ରା ପାଇଁ ଅନୁମତି ମଗା ଯାଇନଥିଲା କିନ୍ତୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଅନୁମତି ନେବାର କୌଣସି ଦରକାର ନାହିଁ ବୋଲି ସେ କହିଛନ୍ତି । ଯଦି ସରକାର ସତମାର୍ଗରେ ଅଛନ୍ତି, ତାହେଲେ ଏତେ ଡର କାହିଁକି। ଯଦି କିଛି ଲୁଚାଇବାର ନାହିଁ ଭୟ କାହିଁକି କରୁଛନ୍ତି ସରକାର। ମୁଁ କେବଳ ଶ୍ରୀମନ୍ଦିର ସୁରକ୍ଷା କଥା କହିଛି, ମୋର ଯାହା କହିବାର କଥା ଲୋକସଭାରେ କହି ସାରିଛି। ଏହା ବିଜେପିର ଦଳୀୟ କାର୍ଯ୍ୟକ୍ରମ ନୁହେଁ, ସବୁ ଦଳର ଲୋକ ଆସିଛନ୍ତି'।

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ବିବାଦ ମଧ୍ୟରେ ଆଜି ପୁରୀ ଗସ୍ତ କରିଛନ୍ତି ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଜି ପୂର୍ବାହ୍ନରେ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ସାଂସଦ ଟ୍ୱିଟ୍‌ କରିଥିଲେ । ଏହା ଆଗରୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ସେ ପୁରୀ ଯିବେ ବୋଲି ଜଣାଇଥିଲେ ।

Aparajita Sarangi Srimandir Heritage Corridor
Advertisment
Advertisment