• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

 ପ୍ରତାପ ଦେବଙ୍କ ମନ୍ତବ୍ୟକୁ ନେଇ କଡ଼ା ଜବାବ ଦେଲେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ପ୍ରତାପଙ୍କୁ ଧନ୍ୟବାଦ, ମୋ କଥା କିଛି ପରିମାଣରେ ତାଙ୍କୁ ଆଘାତ ଦେଉଛି । ପ୍ରତାପ ଦେବ ପରାମର୍ଶ ଦେଇଛନ୍ତି, ତାଙ୍କ କଥା କଣ ବେଦର ଗାର । ଗତ ଦୁଇ ଦିନ ଧରି ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର ମନ୍ତ୍ରୀ ଅତନୁ ସବ୍ୟସାଚୀ ବ୍ଲାକମେଲ୍ ବ୍ଲାକମେଲ ଶବ୍ଦକୁ ବାରମ୍ବାର ବ୍ୟବହାର କରୁଥିଲେ । ସୌମ୍ୟ ପଟ୍ଟନାୟକ କଟାକ୍ଷ କରି କହିଛନ୍ତି... ଯାହାର କିଛି ଦୁର୍ବଳତା ଥାଏ, କିମ୍ବା ଲୁଚାଇବାକୁ ଥାଏ..ତାଙ୍କୁ ହିଁ ବ୍ଲାକମେଲ ଡର ଥାଏ । ମୋ ଲେଖୁଥିବା ସମ୍ପାଦକୀୟରେ ଦଳର କଲ୍ୟାଣ ହେବ ସିନା ଅମଙ୍ଗଳ ହେବ ନାହିଁ ।

ଦଳ ଏତେ ଶକ୍ତିଶାଳୀ, ଦଳ କାହାକୁ ଡରୁଛି.. କୁହାଯାଉଥିଲା.. ଓଡ଼ିଶାବାସୀଙ୍କ ବଳ ..ବିଜୁ ଜନତା ଦଳ । ରାଜ୍ୟରେ ବିଜୁ ଜନତା ଦଳର ବିକଳ୍ପ ନାହିଁ । କେନ୍ଦ୍ରରେ ଶାସନ କରୁଥିବା ବିଜେପିକୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଲି କେହି ଭାବନ୍ତି ନାହିଁ । ବିଜୁ ଜନତା ଦଳ ୨୫ ବର୍ଷ ଧରି ନିରଙ୍କୁଶ କ୍ଷମତା ପାଇଛି । ଓଡ଼ିଶାବାସୀଙ୍କ ଏଭଳି କ୍ଷମତା, ସମର୍ଥନ, ସଦ୍ଦିଚ୍ଛା ପାଇବା ପରେ କିଛି ଏପରି କରିବା ଉଚିତ ନୁହେଁ, ଯଦ୍ୱାରା ଛୋଟ ଛୋଟ ଅଭିଯୋଗ ଆସିବ ।

ଦଳୀୟ ଫୋରମରେ କାହିଁକି କହୁନାହାନ୍ତି ପ୍ରଶ୍ନରେ ଜବାବ ଦେଇଛନ୍ତି ସୌମ୍ୟ । ତୃତୀୟ ମହଲାରେ ଗୋଟିଏ ଦଳୀୟ ଅଫିସ୍‌ ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ଦରମାଭୋଗୀ ସଚିବମାନେ ଦଳୀୟ କାମରେ ମୁଣ୍ଡ ପୂରାଇବା ଅନୁଚିତ । ଆମ ଦଳରେ କଣ କେହି ନେତା ନାହାନ୍ତି କି ? ‘ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବାକୁ ସମୟ ଦେଉଛନ୍ତି କି?’‘ଦଳ ସୁପ୍ରିମୋଙ୍କୁ ପରାମର୍ଶ ଦେବା ଅସୁବିଧା କି?’‘ପ୍ରତାପ ଦେବ ରାଜାଘର ଲୋକ, ସମସ୍ତଙ୍କୁ ପ୍ରଜା ଭାବନ୍ତି’।‘ଆମର ଦୁର୍ବଳତା, ତ୍ରୁଟି ଦର୍ଶାଇବା କଣ ଦଳ ବିରୋଧି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହପରି ନିର୍ଦ୍ଦିଷ୍ଟ ବ୍ୟୁରୋକ୍ରାଟଙ୍କୁ କଡ଼ା ଆହ୍ୱାନ ଦେଲେ ସୌମ୍ୟ । ଚାକିରି ଛାଡ଼ି ଦଳ ସମ୍ଭାଳିବାକୁ କହିଛନ୍ତି  । ଆମ ଦଳରେ କଣ କେହି ନେତା ନାହାନ୍ତି ଦଳ କଥା ବୁଝିବାକୁ ବୋଲି ସେ କହିଛନ୍ତି । ଜଣେ ଦୁଇ ଜଣ ଆଇଏଏସ୍ କଣ ଦଳ କଥା ବୁଝିବେ?’ଯଦି ଦଳ କଥା ବୁଝିବାକୁ ଇଛା, ଇସ୍ତଫା ଦେଇ ଦଳକୁ ଆସିବା ଉଚିତ । ପଦବୀରୁ ଇସ୍ତଫା ଦେଇ ଦଳୀୟ କାର୍ଯ୍ୟକ୍ରମ ସମ୍ଭାଳନ୍ତୁ, ଆପତ୍ତି ନାହିଁ । ହେଲେ ସିଧାସଳଖ ଫାଇଭ୍‌ ଟି ସଚିବ ରାଜନୀତି କରିପାରିବେ ନାହିଁ ।