• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଘରର ମହିଳା ଏବେ ରାଜନୀତିରେ

ଭଦ୍ରକ:(ପାର୍ଥସାରଥୀ ନାୟକ) ସକାଳୁ ଘରର ସମସ୍ତ କାମ ସାରି ପିଲାଙ୍କ ପାଇଁ ଖାଦ୍ୟ ରଖି ଚାଲି ଆସୁଛନ୍ତି ନିର୍ବାଚନ ପ୍ରଚାର ପାଇଁ । ସ୍ୱାମୀଙ୍କ ପାଦ ସହ ପାଦ ମିଶାଇ କରୁଛନ୍ତି ପ୍ରଚାର । ଏଭଳି ପରିସ୍ଥିତିରେ ପଞ୍ଚାୟତ ରାଜନୀତି ରୋଚକ ମୋଡ ନେଉଛି । ଘରର ମହିଳା ଏବେ ରାଜନୀତିରେ । ପାଠ ପଢିବା ସହ ଅନ୍ୟମାନଙ୍କୁ ମଧ୍ୟ ରାଜନୀତିରେ ଗଣିତ ବୁଝାଉଛନ୍ତି ।

ନୂତନ କରି ରାଜନୀତିରେ ସସ୍ମିତା ବେହେରା ଘର ଛାଡି ଏବେ ରାଜନୀତିରେ ପ୍ରଥମ କରି ପାଦ ଥାପିଛନ୍ତି । ସ୍ୱାମୀ ଅଶୋକ ନାୟକ ଦୀର୍ଘଦିନ ହବେ ରାଜନୀତିରେ ଥିବା ସହ ଧାମନଗର ବ୍ଲକ ଅଧ୍ୟକ୍ଷ ଥିଲେ । ଚଳିତ ନିର୍ବାଚନରେ ଧାମନଗର ବ୍ଲକ ଅଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଘରେ ନିଜର ଦୁଇ ଝିଅ ଓ ଶ୍ୱଶୁରଙ୍କର ସେବା କରି ବାହାରି ପଡୁଛନ୍ତି ନିଜର ନିର୍ବାଚନୀ ପ୍ରଚାରରେ । ସେ ଏଥର ଧାମନଗର ବ୍ଲକର ରଇପୁର ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀନୀ ହୋଇଛନ୍ତି ।

ସେହିପରି ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢୀଙ୍କ ପତ୍ନୀ ମଧ୍ୟ ପ୍ରଥମ କରି ରାଜନୀତିରେ । ଏଥରେ ଭଦ୍ରକ ବ୍ଲକ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ହେବା ପରେ ତାଙ୍କ ଉଚ୍ଚ ଶିକ୍ଷିତା ପତ୍ନୀ ସସ୍ମିତା ପାଢୀ ମଧ୍ୟ ସମିତି ସଭ୍ୟ ପ୍ରାର୍ଥିନୀ ହୋଇଛନ୍ତି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସସ୍ମିତା ଇତିହାସ ବିଭାଗରେ ଏମଫିଲ ପାସ କରିବା ସହ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । ସ୍ୱାମୀଙ୍କ ସହ ପାଦରେ ପାଦ ମିଶାଇ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ସେହିପରି କଳ୍ପନା ଜେନା ଦୀର୍ଘ ବର୍ଷ ହେବ ରାଜନୀତିରେ ପୁରୁଣା ମୁହଁ । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସେ ୨୮ ନଂ ଜୋନ ବିଜେପି ପକ୍ଷରୁ ଜିଲ୍ଲା ପରିଷଦ ପ୍ରାର୍ଥିନୀ ହୋଇଛନ୍ତି । ସକାଳୁ ଉଠି ନିଜର ଘରର ସମସ୍ତ କାମ ଛାଡି ବାହାରି ପଡୁଛନ୍ତି ନିର୍ବାଚନ ପ୍ରଚାରରେ । ସଂଧ୍ୟା ନଇଁ ଆସିଲେ ଥକା ହୋଇପଡି ଥିଲେ ମଧ୍ୟ ସକାଳୁ ପୁଣି ବାହାରି ପଡୁଛନ୍ତି ନିର୍ବାଚନ ପ୍ରଚାରରେ ।

ସେହିପରି ତପସ୍ୱିନୀ ଜେନା ୨୪ ନଂ ଜୋନ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥିନୀ ହୋଇଛନ୍ତି । ସେ ରାଜନୀତିରେ  ଦୀର୍ଘଦିନ ହେବ ଅଛନ୍ତି । ପୂର୍ବରୁ ସରପଞ୍ଚ ଥିଲେ । ଏବେ କିନ୍ତୁ ପୁର୍ନବାର କଂଗ୍ରେସରୁ ଜିଲ୍ଲା ପରିଷଦ ପ୍ରାର୍ଥିନୀ ହୋଇଛନ୍ତି । ଭୋରୁ ଉଠି ନିଜର ହାଣ୍ଡିଶାଳ କାମ ସାରି ଚାଲି ଆସୁଛନ୍ତି ନିର୍ବାଚନ ପ୍ରଚାର ପାଇଁ । ରାଜନୀତିରେ ଦୀର୍ଘଦିନ ହେବ ସେ ଥିବାରୁ ହାଣ୍ଡିଶାଳ ଓ ରାଜନୀତି ମଧ୍ୟରେ ସମନ୍ୱୟ ରକ୍ଷା କରନ୍ତି ।

ଏଭଳି ପରିସ୍ଥିତିରେ ପଞ୍ଚାୟତ ରାଜନୀତିରେ ମହିଳା ମାନଙ୍କ ଅଧିକ ସଂଖ୍ୟାରେ ପ୍ରବେଶ ନିଶ୍ଚିତ ଭାବେ ଆଗାମୀ ଦିନରେ ନୂତନ ଅଧ୍ୟାୟ ସୃଷ୍ଟି କରିବ ।