• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଞ୍ଚାୟତ ନିର୍ବାଚନକୁ ନେଇ ଗ୍ରାମାଞ୍ଚଳ ରାଜନୀତି ସରଗରମ୍ । ଭୋଟରଙ୍କୁ ମନାଇବାକୁ ପ୍ରାର୍ଥିଙ୍କ ପ୍ରୟାସ ଜୋରଦାର୍ । କିଏ ହାତରେ କେଟଲି ଧରିଛି ତ ଆହା କାହା ହାତରେ ଛତା । ପ୍ରାର୍ଥୀ ନିଜ ନିର୍ବାଚନୀ ଚିହ୍ନକୁ ହାତରେ ଧରି ଡୋର୍ ଟୁ ଡୋର୍ କ୍ୟାମ୍ପେନ କରୁଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ବେନୋରା ଗ୍ରାମ ପଞ୍ଚାୟତରେ ।

ହାତରେ ନିର୍ବାଚନୀ ଚିହ୍ନଟ "କେଟଲି" । ଲୋକଙ୍କ ନିକଟରତର ହେବା ପାଇଁ ଧରି ଡୋର୍ ଟୁ ଡୋର୍ କ୍ୟାମ୍ପେନ କରୁଥିବା ଏଯୁବକ ଜଣକ ହେଉଛନ୍ତି ପ୍ରଥମ ଥର କରି ନିର୍ବାଚନ ଲଢୁଥିବା ବେନୋରା ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥି ଦୀପଙ୍କର ରାୟ । ସର୍ବଦା ଲୋକଙ୍କ ସେବାରେ ରହିବି ଏବଂହ ଗ୍ରାମାଞ୍ଚଳର ବିକାଶ ଲାଗି କାମ କରିବି କହି ଭୋଟ୍ ମାଗୁଛନ୍ତି ସେ । ବିଶେଷ କରି ବୃଦ୍ଧ ଓ ମହିଳା ଭୋଟରଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି ।

election"ଖୋଲା ଛତା" ଧରି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ

ସେହିପରି "ଖୋଲା ଛତା" ଧରି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ । "ଖୋଲା ଛତା"କୁ ଧରି ଘର ଘର ବୁଲି ଭୋଟରଙ୍କୁ ବୁଝାଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଉମରକୋଟ ବ୍ଲକ୍ ବେନୋରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଲକ୍ଷୀ ଚନ୍ଦ୍ର ମାଝୀ । ଲକ୍ଷୀ ପୂର୍ବରୁ ମଧ୍ୟ ଥରେ ସରପଞ୍ଚ ଓ ଥରେ ସମିତି ସଭ୍ୟ ରହି ଲୋକଙ୍କ ସେବା କରିଥିବାବେଳେ ଗତ ଥର ତାଙ୍କ ସ୍ତ୍ରୀ ରାମବତୀ ମାଝୀ ପାଞ୍ଚ ବର୍ଷ ପାଇଁ ବେନୋରା ସରପଞ୍ଚ ରହିଥିଲେ । ଚଳିତ ଥର ପୁନର୍ବାର ସରପଞ୍ଚ ଭାବେ ଅଂଚଳବାସୀ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ବିଜୟୀ କରାଇବେ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ସରପଞ୍ଚ ପ୍ରାର୍ଥି ଲକ୍ଷୀ ଚନ୍ଦ୍ର ମାଝୀ ।

ଉମରକୋଟରୁ କାର୍ତ୍ତିକ ମଲ୍ଲିକଙ୍କ ରିପୋର୍ଟ