Advertisment

ସାଂସଦ ହେଲି, ବିଧାୟକ ହେଲି ଏବେ ସରପଞ୍ଚ ହେବାକୁ ଇଚ୍ଛା

ବ୍ରହ୍ମପୁରରୁ ଦୁଇ ଥର ସାଂସଦ ହୋଇଥିବା ସିଦ୍ଧାନ୍ତ ଏଥର ହାଇପ୍ରୋଫାଇଲ୍ ଦିଗପହଣ୍ଡି ସିଟରୁ ବିଧାୟକ ବନିଛନ୍ତି। ଓଡ଼ିଆ ସିନେମା ଜଗତର ବଡ଼ ଷ୍ଟାର୍ ସିଦ୍ଧାନ୍ତ ନିଜ ଫିଲ୍ମ କ୍ୟାରିୟରରେ ବି ‘ସରପଞ୍ଚ ବାବୁ’ ନାଁରେ ଏକ ବଡ଼ ହିଟ୍ ଫିଲ୍ମ ଦେଇଛନ୍ତି।

ଅଦ୍ୟତନ ହୋଇଛି
Sidhant Mohapatra On His Political Career

Sidhant Mohapatra

Advertisment

ସାଂସଦ ହେଲି, ବିଧାୟକ ହେଲି ଏବେ ସରପଞ୍ଚ ହେବାକୁ ଇଚ୍ଛା। ବିଧାନସଭାରେ ଡେବ୍ୟୁ କରିଥିବା ଦିଗପହଣ୍ଡି ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଆଜି କିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସାଂସଦ ହୋଇଥିଲେ, ବିଧାୟକ ବି ହେଲେ ଏବେ ମନରେ ଇଚ୍ଛା ସରପଞ୍ଚ ହେବାକୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ସରପଞ୍ଚରୁ ସିଏମ୍ ହୋଇଛନ୍ତି। ତେଣୁ ଲୋକଙ୍କ ପାଖରେ ପହଞ୍ଚିବାକୁ ସରପଞ୍ଚ ହେବାକୁ ସେ ଇଚ୍ଛା ରଖିଥିବା କହିଛନ୍ତି। ବ୍ରହ୍ମପୁରରୁ ଦୁଇ ଥର ସାଂସଦ ହୋଇଥିବା ସିଦ୍ଧାନ୍ତ ଏଥର ହାଇପ୍ରୋଫାଇଲ୍ ଦିଗପହଣ୍ଡି ସିଟରୁ ବିଧାୟକ ବନିଛନ୍ତି। ଓଡ଼ିଆ ସିନେମା ଜଗତର ବଡ଼ ଷ୍ଟାର୍ ସିଦ୍ଧାନ୍ତ ନିଜ ଫିଲ୍ମ କ୍ୟାରିୟରରେ ବି ‘ସରପଞ୍ଚ ବାବୁ’ ନାଁରେ ଏକ ବଡ଼ ହିଟ୍ ଫିଲ୍ମ ଦେଇଛନ୍ତି।

Advertisment

ପଢନ୍ତୁ ଏହି ଖବର: ୨୫ ବର୍ଷ ପରେ ବିଧାନସଭାରେ ବଦଳିଲା ନବୀନଙ୍କ ସିଟ୍...

ତେବେ ଆଜି ବିଧାନସଭାକୁ ସାଇକେଲରେ ଆସିଥିଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର। ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ସିଦ୍ଧାନ୍ତ ନିଜ ଚିରାଚରିତ ଢଙ୍ଗରେ ସାଇକେଲ ଚଲାଇ ବିଧାନସଭାକୁ ପହଞ୍ଚିଛନ୍ତି। ସୁସ୍ଥ ରହିବା ପାଇଁ ସାଇକେଲ ଚଲାଇ ସମସ୍ତଙ୍କୁ ଆସିବାକୁ ଅନୁରୋଧ କରିଛନ୍ତି।

ପଢନ୍ତୁ ଏହି ଖବର: ଭାବପ୍ରବଣ ଉପାସନା: ବାପାଙ୍କ ଆଇ-କାର୍ଡ ଦେଖାଇଲେ, ମୁଣ୍ଡିଆ ମାରି ଗୃହ ଭିତରେ ପଶିଲେ

Advertisment

ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଏହା ହେଉଛି ପ୍ରଥମ ବିଧାନସଭା ଅଧିବେଶନ। ଏହି ତିନିଦିନିଆ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତ୍ରିସ୍ତରୀୟ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ବିଧାନସଭା।  

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ