Advertisment

ବିଧାନସଭାକୁ ସାଇକେଲ ଧରି ପହଞ୍ଚିଲେ ସିଦ୍ଧାନ୍ତ; ସୁସ୍ଥ ରହିବା ପାଇଁ କଲେ ଆହ୍ବାନ...

ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ସିଦ୍ଧାନ୍ତ ବିଧାନସଭାକୁ ସାଇକେଲ ଧରି ପହଁଚିଛନ୍ତି। ନିଜ ଚିରାଚରିତ ଢଙ୍ଗରେ ସାଇକେଲ ଚଲାଇ ବିଧାନସଭାକୁ ପହଞ୍ଚିଛନ୍ତି।

author-image
Sujit kumar Swain
ଅଦ୍ୟତନ ହୋଇଛି
Sidhant Mohapatra

Sidhant Mohapatra

ସାଇକେଲରେ ଆସିଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର। ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ସିଦ୍ଧାନ୍ତ ବିଧାନସଭାକୁ ସାଇକେଲ ଧରି ପହଁଚିଛନ୍ତି। ନିଜ ଚିରାଚରିତ ଢଙ୍ଗରେ ସାଇକେଲ ଚଲାଇ ବିଧାନସଭାକୁ ପହଞ୍ଚିଛନ୍ତି। ସୁସ୍ଥ ରହିବା ପାଇଁ ସାଇକେଲ ଚଲାଇ ସମସ୍ତଙ୍କୁ ଆସିବାକୁ ଅନୁରୋଧ କରିଛନ୍ତି।

Advertisment

ତେବେ ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ। ଶପଥ ନେବେ ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ। ସେମାନଙ୍କୁ ଶପଥ ପାଠ କରାଇବେ ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ। ୨୦ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ଏଥର ବିଧାନସଭାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ୮୨ ଜଣ ନୂଆ ବିଧାୟକ।

ଅଧିକ ପଢ଼ନ୍ତୁ: ବିଧାନସଭାରେ ବିଧାୟକଙ୍କ ଶପଥ ପାଠ: ପ୍ରଥମେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Advertisment

ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଏହା ହେଉଛି ପ୍ରଥମ ବିଧାନସଭା ଅଧିବେଶନ। ଏହି ତିନିଦିନିଆ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତ୍ରିସ୍ତରୀୟ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ବିଧାନସଭା।  

ଗତକାଲି ବିଧାନସଭାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ। ପୋଲିସ କମିଶନର ସଞ୍ଜୀବ ପଣ୍ଡା ଓ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ଏହି ଯାଞ୍ଚ ସମୟରେ ଉପସ୍ଥିତ ଥିଲେ। ପୋଲିସ କମିଶନର ସୁରକ୍ଷା ଦାୟିତ୍ବରେ ଥିବାବେଳେ ୭୫ ପୋଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୋଲିସ୍ ନିୟୋଜିତ ହୋଇଛନ୍ତି । ଏଥିସହ ଆଣ୍ଟି ସାବୋଟେଜ୍ ଓ ଆଣ୍ଟି ଟେରୋରିଷ୍ଟ ଟିମ୍ ମଧ୍ୟ ରହିଛନ୍ତି। 

Rephrase with Ginger (Ctrl+Alt+E)
Odisha Assembly Cycle BJP MLA Actor Sidhant Mohapatra
Advertisment
Advertisment