Advertisment

୨୩ ବର୍ଷ ହେଲା ଓଡ଼ିଶାରେ ଚାଲିଛି କୁଶାସନ: ବୈଜୟନ୍ତ

ଆବାସକୁ ନେଇ ସେ କହିଛନ୍ତି ଯେ କୋଠାଘର ଥିବା ଲୋକଙ୍କୁ ୫/୫ଟା ଆବାସ ମିଳୁଛି। ପଶ୍ଚିମ ଓଡ଼ିଶାରେ ଯାହାର ଆବଶ୍ୟକ ସେମାନଙ୍କୁ ଆବାସ ମିଳୁନି...

ଅଦ୍ୟତନ ହୋଇଛି
BJP's National Vice President Baijayant Panda

BJP's National Vice President Baijayant Panda

Advertisment

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସକାଳୁ ସକାଳୁ ଚାଏ ପେ ଚର୍ଚ୍ଚା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଏ ଅବସରରେ ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏଠି ମାଫିଆ ସରକାର ଚାଲିଛି ବୋଲି କହିଛନ୍ତି ବୈଜୟନ୍ତ।

Advertisment

ସେ କହିଛନ୍ତି ଯେ ୨୩ ବର୍ଷ ହେଲା କୁଶାସନ ଚାଲିଛି, ଲୋକେ ଉତ୍ତେଜିତ ଅଛନ୍ତି। ଭାରତବର୍ଷରେ ଦେଖିଲେ ଏଠି ଅପହରଣ, ଗଣଦୁଷ୍କର୍ମ, ହତ୍ୟା ବଢ଼ିଛି। ଦଶନ୍ଧି ଭିତରେ ରାଜ୍ୟରେ ହଜାରେ ପ୍ରତିଶତ ଅପରାଧ ବଢ଼ିଛି। ମମିତା ମେହେର ସହ ମନ୍ତ୍ରୀ, ନାବାଳକ ସମର୍ଥକୁ ହତ୍ୟା କରାଯାଇଛି।

ଅଧିକ ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଲେ ବୈଜୟନ୍ତ ପଣ୍ଡା

ସେ ଆହୁରି କହିଛନ୍ତି ଯେ ଏହା ଏକମାତ୍ର ଜିଲ୍ଲା ଯେଉଁଠି ଗୋଟିଏ ବି ସରକାରୀ କଲେଜ ନାହିଁ। ଏଠାରେ ବହୁତ କଂପାନୀ, କିନ୍ତୁ ସ୍ଥାନୀୟ ଯୁବକଯୁବତୀଙ୍କୁ ଚାକିରି ମିଳୁନି। ଶହେରୁ ଊର୍ଦ୍ଧ୍ବ ଡାକ୍ତର ପଦବୀ ଖାଲି, ଥାନାରେ ବର୍ଷ ବର୍ଷ ଧରି ବଦଳି ହେଉନି। ଦୁର୍ନୀତିରେ ଲିପ୍ତ, ଶାସକ ଦଳ ସହ ମିଶିକି ଅଛନ୍ତି, ଥାନାରେ ନ୍ୟାୟ ମିଳୁନି।

Advertisment

ଆବାସକୁ ନେଇ ସେ କହିଛନ୍ତି ଯେ କୋଠାଘର ଥିବା ଲୋକଙ୍କୁ ୫/୫ଟା ଆବାସ ମିଳୁଛି। ପଶ୍ଚିମ ଓଡ଼ିଶାରେ ଯାହାର ଆବଶ୍ୟକ ସେମାନଙ୍କୁ ଆବାସ ମିଳୁନି। ମନ୍ତ୍ରୀଙ୍କ ହତ୍ୟା ପଛର ଷଡ଼ଯନ୍ତ୍ର ଓ ଶାସକ ଦଳର ଭୂମିକା କଣ ଲୋକେ ଜାଣିଛନ୍ତି। ଲୋକେ ପରିବର୍ତ୍ତନ ପାଇଁ ମନ ସ୍ଥିର କରି ସାରିଲେଣି ବୋଲି ବୈଜୟନ୍ତ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ କନକ ବର୍ଦ୍ଧନ ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

BJP Baijayant Panda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ