• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଇଡି ହାତରେ ସୋରେନଙ୍କ ହ୍ୱାଟସଅପ୍ ଚାଟ୍ । ଯେଉଁଥିରେ ରହିଛି ସୋରେନଙ୍କ କଳା ସମ୍ପତ୍ତିର ତାଲିକା । ପଚରାଉଚରା ବେଳେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମୋବାଇଲରୁ ହ୍ୱାଟସ ଅପ୍ ଚାଟର ସୁରାକ ପାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ସୋରେନ ଏବଂ ତାଙ୍କ ସହଯୋଗୀ ବିନୋଦ ସିଂଙ୍କ ମଧ୍ୟରେ ହୋଇଥିବା ଏହି ହ୍ୱାଟସ ଅପ୍ ଚାଟରେ ବିପୁଳ ସମ୍ପତ୍ତି ସମେତ ଅଧିକାରୀଙ୍କ ଟ୍ରାନ୍ସଫର, ପୋଷ୍ଟିଂ ଏବଂ ସରକାରୀ ରେକର୍ଡ ବାବଦରେ ମଧ୍ୟ ଆଲୋଚନା ହୋଇଛି । ବଡ କଥା ହେଉଛି ଏହି ହ୍ୱାଟସଅପ୍ ଚାଟରେ ଝାଡଖଣ୍ଡ ଷ୍ଟାଫ ସିଲେକ୍ସନ କମିଶନରେ ନିଯୁକ୍ତି ନେଇ ଆଶାୟୀଙ୍କ ଆଡମିଟ୍ କାର୍ଡ ମଧ୍ୟ ସେୟାର କରାଯାଇଥିବା ଇଡି ସୂଚନା ଦେଇଛି ।

ଅନ୍ୟପଟେ ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ଇଡିକୁ ଏକ ବିଏମଡବ୍ଲୁ କାର୍ ମିଳିଥିଲା । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏହି କାର୍ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ନାଁରେ ରେଜିଷ୍ଟର ରହିଛି । ଇଏ ସେହି କଂଗ୍ରେସ ସାଂସଦ ଧୀରଜ ସାହୁ, ଯାହାଙ୍କର ଏକାଧିକ ଠିକଣାରେ ରେଡ୍ କରି ଆୟକର ବିଭାଗ ୩୫୨ କୋଟି ଟଙ୍କା ଜବତ କରିଥିଲା ।

ଆଜି ଏହି ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ହେମନ୍ତ ସୋରେନଙ୍କୁ ଟାର୍ଗେଟ୍ କରିଛି ବିଜେପି । ସେପଟେ ପଚରାଉଚରା ପାଇଁ ଆସନ୍ତା ୧୦ ତାରିଖରେ ହାଜର ହେବାକୁ ସାଂସଦ ଧୀରଜ ସାହୁଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଭିଯୋଗ ଅନୁସାରେ, ରାଞ୍ଚିରେ ଭାରତୀୟ ସେନାର ୪.୫୫ ଏକର ଜମିକୁ ବିକ୍ରି ନେଇ ଦୁର୍ନୀତି ହୋଇଥିଲା । ଏଥିରେ ରାଞ୍ଚିର ପୂର୍ବତନ ଜିଲ୍ଲାପାଳ ଦିଲ୍ଲୀପ ଘୋଷଙ୍କ ସମେତ ୧୬ ଜଣ ଗିରଫ ହୋଇଛନ୍ତି ।