• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଜେଡିରୁ ପୁଣି ସୌମ୍ୟରଂଜନ ପଟ୍ଟାନାୟକଙ୍କୁ ଟାର୍ଗେଟ । ଅରୁଣ ଓ ଅତୁନଙ୍କ ପରେ ଏବେ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ପ୍ରତାପ ଦେବ ।  ଗଣତନ୍ତ୍ର ପଦ୍ଧତିରେ ସମସ୍ତେ ମତ ରଖି ତା ପାରିବେ ସେଥିରେ କୌଣସି ଅସୁବିଧା ନାହିଁ । କିନ୍ତୁ ଗଣତନ୍ତ୍ର ପଦ୍ଧତିରେ ଯେତେବେଳେ ଆପଣ ନିର୍ଦିଷ୍ଟ ଦଳରେ ଅଛନ୍ତି ଏବଂ ସେ ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।   ବିଜେଡି ବିଧାୟକ ହୋଇ ନିରନ୍ତର ଭାବେ ସରକାର ଓ ଦଳକୁ ସମାଲୋଚନା କରୁଛନ୍ତି । ଯଦି ସମାଲୋଚନା କରିବାର ଅଛି ଦଳରୁ ବାହାରି କରନ୍ତୁ। ଦଳ ଛାଡ଼ନ୍ତୁ ବୋଲି କହିଛନ୍ତି ପ୍ରତାପ ।

ସୌମ୍ୟ ବାବୁ ଜଣେ ଶିକ୍ଷିତ ଜ୍ଞାନୀ ଗୁଣି ଲୋକ ତାଙ୍କୁ ଉପଦେଶ ଦେବା ମୋର ଆବଶ୍ୟକତା ନାହିଁ । କିନ୍ତୁ ସୌମ୍ୟ ବାବୁ ଜାଣିବା ଦରକାର ସେ ବିଜେଡିରେ ଅଛନ୍ତି । ଯେଉଁ ପ୍ରସଙ୍ଗରେ ସେ ତାଙ୍କ ସମ୍ବାଦପତ୍ରରେ ଲେଖୁଛନ୍ତି ଓ ମତ ମନ୍ତବ୍ୟ ଦେଉଛନ୍ତି ତାହା ଠିକ ନୁହେଁ ।  ଯେଉଁ 5T ସଚିବଙ୍କ ଗସ୍ତ ନେଇ ସମାଲୋଚନା କରାଯାଉଛି, ମୁଖ୍ୟମନ୍ତ୍ରୀ ତାଙ୍କୁ ପଠେଇଛନ୍ତି ।  ଏ କଥା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ପରେ ବାରମ୍ବାର ସମାଲୋଚନା କରିବା ହେଉଛି ସୌମ୍ୟବାବୁଙ୍କ ବ୍ଲାକ ମେଲିଂ ଟାକ୍ଟିସ  ।  

ସୌମ୍ୟ ବାବୁଯଦି ସ୍ୱାଧୀନ ବ୍ୟକ୍ତିତ୍ୱ ହୋଇଥାନ୍ତେ.. ତାହା ଯାହା କହିଥିଲେ ବି କିଛି ଫରକ ପଡ଼ି ନଥାନ୍ତା । ନିର୍ଦ୍ଦିଷ୍ଟ ଦଳରେ ରହି ଦଳୀୟ ପ୍ଲାଟଫର୍ମରେ ନକହି ଏକପାଖିଆ ଭାବେ ସବୁ କଥା ଉପରେ ସମାଲୋଚନା କରୁଛନ୍ତି ତାକୁ ବ୍ଲାକମେଲ ବୋଲି ହିଁ କୁହାଯିବ ।

ସୌମ୍ୟବାବୁ ଦଳୀୟ ଅନୁଶାସନ ଭଙ୍ଗ କରୁଛନ୍ତି। ଯଦି ତାଙ୍କର କିଛି କହିବାର ଅଛି ତାହା ଘର ବାହାରକୁ ଯାଇ କହିପାରନ୍ତି। ଦଳରୁ ବାହାରି ସେ ସମ୍ପାଦକୀୟ ଲେଖନ୍ତୁ, ସମାଲୋଚନା କରନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଦେବ । ତେବେ ପ୍ରତାପ ଦେବଙ୍କ ଆକ୍ଷେପ ନେଇ ସୌମ୍ୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଗତକାଲି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୌମ୍ୟଙ୍କୁ ବ୍ଲାକମେଲର ଆଖ୍ୟା ଦେବା ସହ ନିଜ ବ୍ୟକ୍ତିଗତ ମତ ରଖୁଥିବା କହି ଧୁମ୍ ବର୍ଷିଛନ୍ତି । ତାଙ୍କ ସମ୍ପାଦକୀୟର ପ୍ରଭାବ ଲୋକଙ୍କ ଉପରେ ପଡିବନି ବୋଲି କହିଥିଲେ । ଫାଇଭଟି ସଚିବଙ୍କୁ ସୁରକ୍ଷା ଦେଇ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଲୋକଙ୍କ ପାଖକୁ ଯାଇ ଅଭିଯୋଗ ସଂଗ୍ରହ କଲା । ଏଥିରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଥିଲେ।

ସେପଟେ ସୌମ୍ୟ ବି ଛାଡ଼ି ନଥିଲେ । ଜୋରଦାର କାଉଣ୍ଟର କରି କହିଥିଲେ, ମୁଁ ଯାହା କହୁଛି ତାହା ଦଳର ସ୍ୱାର୍ଥ ପାଇଁ କହୁଛି । ମୋ ବିରୋଧରେ କହିବାକୁ ଏମାନଙ୍କ ଉପରେ ଚାପ ପଡୁଛି । ବାରମ୍ୱାର ମତ ପରିବର୍ତ୍ତନ ଏକ ସ୍ୱାଭାବିକ ପ୍ରକ୍ରିୟା, ପରିବର୍ତ୍ତିତ ପରିସ୍ଥିତିରେ ପରିବର୍ତ୍ତିତ ମତ ରଖାଯାଏ । ନବୀନ ବାବୁ ବି ୧୫ ଦିନରେ ମତ ବଦଳାନ୍ତି ବୋଲି କହିଥିଲେ ।