• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ଗୁଜରାଟ ବିଧାନସଭା ନିର୍ବାଚନ(Gujarat Election) ପାଇଁ ପାଇଁ ବାଜିବ ବିଗୁଲ । ମଧ୍ୟାହ୍ନରେ ପ୍ରେସମିଟ କରି ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଏନେଇ ଆଜି ବିଧିବଦ୍ଧ ଭାବେ ସୂଚନା ଜାରି ହୋଇଛି । ଗୁଜରାଟ ନିର୍ବାଚନ ତାରିଖ ସହ ଆଜିଠୁ ଲାଗି ପାରେ ନିର୍ବାଚନଅ ଆଚରଣ ବିଧି । ତାସହ ବିସ୍ତୁତ ଭାବେ ନାମାଙ୍କନ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମସ୍ତ ବିବରଣୀ ଜାରି କରାଯିବ ।

ଗୁଜରାଟରେ ଗତଥର ଭଳି ଏଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ ବୋଲି କୁହାଯାଉଛି । ଆୟୋଗର ସୂତ୍ର ଅନୁସାରେ, ଡିସେମ୍ବର ପ୍ରଥମ ସପ୍ତାହରେ ଗୁଜରାଟରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବାର ସମ୍ଭାବନା ରହିଛି । ସମ୍ଭବତଃ ଡିସେମ୍ବର ୨ରେ ପ୍ରଥମ ପର୍ଯ୍ୟାୟ ଏବଂ ଡିସେମ୍ବର ୫ କିମ୍ବା ୬ରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟଗ୍ରହଣ ହୋଇପାରେ ବୋଲି ଆକଳନ କରାଯାଉଛି ।

୧୯୬୦ରେ ମହାରାଷ୍ଟ୍ରରୁ ଅଲଗା ହୋଇ ଗୁଜୁରାଟ ସୃଷ୍ଟି ହେବା ପରେ ପ୍ରଥମ ଥର ପାଇଁ ୧୯୯୨ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ ଦୀର୍ଘ ଦିନ ଧରି ରାଜ୍ୟରେ କ୍ଷମତାରେ ରହିଲା, କିନ୍ତୁ ୧୯୯୫ରେ ବିଜେପିର ପଲ୍ଲା ଭାରି ହୋଇଯାଇଥିଲା । ଗୁଜରାଟ ଅକ୍ତିଆର କଲା ​​ବିଜେପି । ଗତ ନିର୍ବାଚନରେ ତଥା ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସର ସହ ​​ବିଜେପିର କାଣ୍ଟେ କି ଟକ୍କର ହୋଇଥିଲା । ତଥାପି ନିଜର ଗଡ଼ ବଜାୟ ରଖିବାରେ ସଫଳ ହୋଇପାରିଥିଲା ବିଜେପି ।

ଗୁଜରାଟରେ ୧୯୯୫ରୁ ହିଁ ବିଜେପି କ୍ଷମତାରେ ରହିଛି । କଂଗ୍ରେସ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବା ବେଳେ ଏଥରର ନୂଆ ଖେଳାଳି ହେଉଛନ୍ତି ଅରବିନ୍ଦ କେଜରିଓ୍ୱାଲ ଓ ତାଙ୍କର ଆମ୍ ଆଦମୀ ପାର୍ଟି । ଗୁଜରାଟରେ ନିର୍ବାଚନୀ ରାଜନୀତି ଏଥର ଆରମ୍ଭ କରିବାକୁ ଯାଉଛି ଆପ୍ । ସେପଟେ ହିମାଚଳ ପ୍ରଦେଶରେ ଚଳିତ ମାସ ୧୨ ତାରିଖରେ ହେବ ବିଧାନସଭା ନିର୍ବାଚନ । ତେଣୁ ଏହି ଦୁଇ ରାଜ୍ୟର ରାଜନୀତି ଏବେ ସରଗରମ ।