Advertisment

‘ଓଡ଼ିଶାରେ ଫାଳେ ଇଞ୍ଜିନରେ ଚାଲିଛି ସରକାର’

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ , ତେଜିଲା ଆରୋପ ପ୍ରତ୍ୟାରୋପ

ଅଦ୍ୟତନ ହୋଇଛି
undefined

Union Minister Dharmendra Pradhan

Advertisment

ଝାରସୁଗୁଡା ଫଳାଫଳକୁ ନେଇ ବିଜେଡି-ବିଜେପି ଆରୋପ-ପ୍ରତ୍ୟାରୋପ । ପ୍ରଥମେ କେନ୍ଦ୍ରକୁ ନବୀନଙ୍କ ଟାର୍ଗେଟ୍ । ଆଉ ଏବେ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କାଉଣ୍ଟର। ବିଜେପିର ଡବଲ ଇଞ୍ଜିନ ନାରାକୁ ନବୀନଙ୍କ ସମାଲୋଚନା ପରେ ଧର୍ମେନ୍ଦ୍ରଙ୍କ କଡ଼ା ଜବାବ୍। ଧର୍ମେନ୍ଦ୍ର କହିଛନ୍ତି ଏଠି ଚାଲିଛି ଫାଳେ ଇଞ୍ଜିନର ସରକାର। ଡବଲ ଇଞ୍ଜିନ ସରକାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇପାରିବ ନାହିଁ। ଶ୍ରୀଜଗନ୍ନାଥଙ୍କ ଭୂମିରେ ଇଞ୍ଜିନ କାହାକୁ ଦିଆଯିବ ସେ ନିଷ୍ପତ୍ତି ଆଗକୁ ନିଆଯିବ।

Advertisment

ଏହା ବାଦ ମୁଖ୍ୟମନ୍ତ୍ରୀଙ୍କ ସୁଶାସନକୁସମାଲୋଚନା କରି ଧର୍ମେନ୍ଦ୍ର କହିଛନ୍ତି ଓଡ଼ିଶାରେ ଗୁଡ୍ ଗଭର୍ନାନ୍ସ ନୁହେଁ, ବରଂ ଗଭର୍ନାନ୍ସର ଅଭାବ ରହିଛି। ଯେଉଁଥି ପାଇଁ ଓଡ଼ିଶାରେ ଅପପୁଷ୍ଟି, ରକ୍ତହୀନତା, ଶିଶୁ ମୃତ୍ୟୁ ହାର ସମସ୍ୟା ଦେଖାଦେଉଛି। ମୋଦି ଇଞ୍ଜିନ ଲାଗିଲେ ଏ ସମସ୍ୟା ଦୂର ହୁଅନ୍ତା ବୋଲି ନବୀନଙ୍କୁ କାଉଣ୍ଟର କରିଛନ୍ତି ଧର୍ମେନ୍ଦ୍ର।

ଗୋଟିଏ ପଟେ ବିଜେଡି-ବିଜେପି ମୁହାଁମୁହିଁ, ଅନ୍ୟପଟେ କର୍ଣ୍ଣାଟକରେ କଂଗ୍ରେସର ବିପୁଳ ବିଜୟ ପରେ ୨୪ରେ ଓଡିଶାରେ କଣ ରହିବ ବିଜେଡି-ବିଜେପିର ଆଭିମୁଖ୍ୟ ତାକୁ ନେଇ ଚର୍ଚ୍ଚା। କର୍ଣ୍ଣାଟକ ଝଟକା ପରେ କେନ୍ଦ୍ରରେ ବିଜେପିକୁ ଦରକାର ପଡିପାରେ କି ବିଜେଡିର ସମର୍ଥନ? ଆଉ ସେମିତି ହେଲେ ବିଜେଡି ବିରୋଧରେ କଡା ଆଭିମୁଖ୍ୟ ରଖି ରାଜ୍ୟ ବିଜେପି ଜୋରଦାର ଲଢେଇ କରିବ ତ?

Advertisment

ଅନ୍ୟପଟେ ନବୀନ ପ୍ରଥମେ ନୀତିଶ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଜାତୀୟ ରାଜନୀତିରେ ନିଜର ଦବଦବା ଦେଖାଇବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି। ସମଦୂରତା କଥା କହୁଥିବା ନବୀନ କିନ୍ତୁ ଥାର୍ଡ ଫ୍ରଣ୍ଟ ସପକ୍ଷରେ ନାହାନ୍ତି। ଏଭଳି ସ୍ତରରେ ବିଜେପି ବିରୋଧରେ ନବୀନଙ୍କ ଆଭିମୁଖ୍ୟ ଅଧିକ ଶାଣିତ ହେବ ତ? ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା।

Advertisment

ରାଜ୍ୟରେ ଗତ କିଛି ଦିନ ଧରି ଶାସକ ଦଳ ବିରୋଧରେ ଆଭିମୁଖ୍ୟକୁ କଡା କରିଛି ବିଜେପି । ରାଜ୍ୟ ସରକାରଙ୍କ ବିରୋଧରେ ଥିବା ବିଭିନ୍ନ ପ୍ରସଙ୍ଗରେ ଘନ ଘନ ଆକ୍ରମଣ କରିବା ସହିତ ଆଇନ ଶୃଖଳା ପରିସ୍ଥିତି ବିପର୍ଯ୍ୟସ୍ତକୁ ନେଇ ସରକାରଙ୍କୁ କାଠଗଡ଼ାକୁ ଟାଣିଛି ଦଳ। ତେଣୁ ସାଧାରଣ ନିର୍ବାଚନକୁ ବର୍ଷେରୁ କମ ସମୟ ଥିବା ବେଳେ ଓଡ଼ିଶାରେ କର୍ଣ୍ଣାଟକ ନିର୍ବାଚନର କଣ ପ୍ରଭାବ ପଡୁଛି ତା ଉପରେ ନଜର।...

Dharmendra Pradhan CM Naveen Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ